ମାତ୍ର ୧୫୦୦୦ ଟଙ୍କାରେ ଦମଦାର ଲାପଟପ୍‌, ବଢ଼ିଆ ଏବଂ ଜବରଦସ୍ତ ଫିଚର୍ସରେ କିଣନ୍ତୁ ଏହି ଶସ୍ତା ଲାପଟପ୍‌

ଯଦି ଆପଣ କମ୍‌ ଦାମରେ ଭଲ ଆଉ ବଢ଼ିଆ ଫିଚର୍ସର ଲାପଟପ୍‌ ସନ୍ଧାନରେ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଏହା ଏକଦମ୍‌ ବେଷ୍ଟ ହେବ। କାହିଁକିନା ଅଭିତା ଆସୋସିଏସନ ଲଞ୍ଚ କରିଛି ଆପଣଙ୍କ ପାଇଁ ଶସ୍ତା ଏବଂ ବେଷ୍ଟ ଫିଚର୍ସର ଲାପଟପ୍‌। ଭାରତରେ ଅଭିତା ଆସୋସିଏସନ ବଜେଟ ଲାପଟପ ରୂପରେ ଡେବ୍ୟୁ କରିଥିଲା।

ଏହାପରେ କମ୍ପାନୀ ନିଜର ପ୍ରିମିୟମ Liber V 14 ଲାପଟପକୁ ଲଞ୍ଚ କରିଛି। ଏଥିରେ Intel Celeron N4000 ପ୍ରୋସେସର ରହିଛି। ଏହା ୧୪ ଇଞ୍ଚ ଡିସପ୍ଲେ ସହିତ ଆସିଥାଏ। କମ୍ପାନୀର ଦାବି ମୁତାବକ ଏହା ଫିଲ୍ମ ଦେଖିବାକୁ ଏକଦମ୍‌ ପରଫେକ୍ଟ ହେବ। ଏହି ଲାପଟପ ଆଲୁମିନିୟମ ବଡି ସହିତ ଆସିଥାଏ, ଯାହାର ଓଜନ ୧.୩୭ କିଲୋଗ୍ରାମ।

laptopଭାରତର ଗ୍ରାହକ Avita Essential ଲାପଟପକୁ ଅଫିସିଆଲ ରିଟେଲ ଷ୍ଟୋର କିମ୍ବା ଅମାଜନରେ କିଣିପାରିବେ। ଗ୍ରେଟ ଇଣ୍ଡିଆନ୍‌ ଫେଷ୍ଟିଭାଲ ହେପିନେସ ଅପଗ୍ରେଡ ଡେଜ ସେଲରେ ଆମାଜନ ଏହାକୁ ୧୪୯୯୦ ଟଙ୍କାରେ ଦେଉଛି। ଏହାର ବାସ୍ତବ ମୂଲ୍ୟ ୧୭୯୯୦ ଟଙ୍କା। ଏହାବ୍ୟତୀତ ଏହି ଲାପଟପ ଆମାଜନ ପେ କ୍ରେଡିଟ କାର୍ଡ ସହତତ ନୋ କଷ୍ଟ EMIରେ ଏହା ଉପଲବ୍ଧ। ଗ୍ରାହକଙ୍କୁ ଦୁଇ ବର୍ଷ ପାଇଁ ଅନଲାଇନ ଓ୍ଵାରେଣ୍ଟୀ ମଧ୍ୟ ମିଳିବ।।

ନୂଆ ଲାପଟପରେ ଏକ ୟୁନିକ କ୍ଲୋଥ୍‌ ଟେକ୍ସଚର ଡିଜାଇନ୍‌ ଦିଆଯାଇଛି। ଗ୍ରାହକ ଏହାକୁ ମ୍ୟାଟ ବ୍ଲାକ, କଂକ୍ରିଟ୍‌ ଗ୍ରେ ରଙ୍ଗର ବିକଳ୍ପରେ ଚୟନ କରିପାରିବେ। Avita Essential ଲାପଟପ ଏକ  14-ଇଞ୍ଚ ଫୁଲ-ଏଚଡି (1,080×1,920 ପିକ୍ସେଲ) IPS ଡିସପ୍ଲେ ଏବଂ 16:9 ଆସପେକ୍‌ଟ ରେସିଓ ସହିତ ଆସିଥାଏ।

laptopଏହି ଲାପଟପ୍‌ ଓ୍ଵିଣ୍ଡୋଜ ୧୦ରେ ଚାଲିଥାଏ। ଏହା ଓ୍ଵଣ୍ଡୋଜ ୧୦ରୁ ଅଧିକ ସଂସ୍କରଣର ମଧ୍ୟ ଅଟେ। ଲାପଟପରେ ୟୁଜର୍ସଙ୍କୁ 4GB LPDDR4 ରାମ ଏବଂ 128GB SSD SATA M.2 ଷ୍ଟୋରେଜ୍‌ ମିଳିବ। ଲାପଟପରେ ଭିଡିଓ କଲିଂ ପାଇଁ ୨ ମେଗାପିକ୍ସେଲ କ୍ୟାମେରା ମଧ୍ୟ ସାମିଲ ରହିଛି।

ଲାପଟପରେ ଅନ୍ୟ ଫିଚର୍ସ ବିଷୟରେ କହିବା ତ ଆଉଟପୁଟ ସହିତ ଡୁଆଲ ସ୍ପିକର, ଡୁଆଲ ମାଇକ୍ରୋଫୋନ, ଆଇଲ୍ୟାଣ୍ଡ ଷ୍ଟାଇଲ ନନ-ବେକାଲିଟ କିବୋର୍ଡ ଏବଂ ୪,୮୩୦ ମାହ ବ୍ୟାଟେରୀ ସାମିଲ ରହିଛି। ଯାହାକୁ ଥରେ ଚାର୍ଜ କଲେ ୧୦ ଘଣ୍ଟା ପଯ୍ୟର୍ନ୍ତ ଚଲାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.