ବୋମା ଭଳି ଫାଟିବ ଆପଣଙ୍କ ଟିଭି, ଗୋଟିଏ ସାମାନ୍ୟ ଭୁଲ ନେଇପାରେ ଆପଣଙ୍କ ଜୀବନ

ଆପଣ ସ୍ମାର୍ଟ ଟିଭି ବ୍ଲାଷ୍ଟ ହେବା ବିଷୟରେ ବୋଧହୁଏ ବହୁତ କମ୍‌ ଶୁଣିଥିବେ, କିନ୍ତୁ ନିକଟରେ ଏକ ଏମିତି ମାମଲା ସାମ୍ନାକୁ ଆସିଥିଲା, ଯାହା ଉତ୍ତରପ୍ରଦେଶରେ ଘଟିଛି। ଏଠାରେ ଏକ ଘରେ ସ୍ମାର୍ଟ ଟିଭିର ବଡ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିଷ୍ଫୋରଣ ଏତେ ଅଧିକ ଥିଲା ଯେ ଘରର କାନ୍ଥ ପର୍ଯ୍ୟନ୍ତ ମଧ୍ୟ ଚକମାଚୁର ହୋଇଯାଇଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ମାର୍ଟ ଟିିଭି ବ୍ଲାଷ୍ଟ ହେବା ଘଟଣା ବହୁତ କମ୍‌ ସାମ୍ନାକୁ ଆସିଛି। କିନ୍ତୁ ତାପରେ ବି ଯଦି ଆପଣ ସ୍ମାର୍ଟଟିିଭି କିଣିବା ସମୟରେ ଅବହେଳା କରୁଛନ୍ତି ତାହେଲେ ଏହି ଘଟଣା ନିଶ୍ଚିତ ହିଁ ଘଟିବ। ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ମାର୍ଟ ଟିିଭି ବ୍ଲାଷ୍ଟ କାହିଁକି ହୁଏ ଏବଂ ୟୁଜର୍ସଙ୍କୁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ।

ସ୍ମାର୍ଟ ଟିିଭି ବ୍ଲାଷ୍ଟ ହେବା ହୁଏତ ଆପଣଙ୍କ ମନରେ ଆସିବ କିନ୍ତୁ ଆପଣ ଦେଖିଥିବେ ଯେ ଆଜିକାଲି ମାର୍କେଟରେ ଅନେକ ଏମିତି ମ୍ୟାନୁଫ୍ୟାକ୍ଚର ମହଜୁଦ ରହିଛି, ଯାହା ନାକେବଳ ଲୋକକାଲ ଲେବଲ ଉପରେ ସ୍ମାର୍ଟ ଟିଭି ତିଆରି କରୁଛନ୍ତି ବରଂ ଏହାକୁ ବହୁତ ଶସ୍ତା ଦାମରେ ବିକ୍ରି ମଧ୍ୟ କରୁଛନ୍ତି। ଏମିତିକା ସ୍ମାର୍ଟ ଟିିଭି ସବୁବେଳେ ବହୁତ ଖତରନାକ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏପରି ସ୍ମାର୍ଟ ଟିିଭି କିଣିବା ଠାରୁ ଯଧା ସମ୍ଭବ ଦୂରେଇ ରୁହନ୍ତୁ କାହିଁକିନା ଏହାର ଦାମ୍‌ କମ୍‌ ତ ଅଟେ କିନ୍ତୁ ଏହାକୁ ବ୍ୟବହାର କରିବାରେ ସବୁଠାରୁ ଅଧିକ ବିପଦ ରହିଛି।

ଯଦି ଆପଣ ନର୍ମାଲ ଟିିଭି ଚଲାଉଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ। ପ୍ରଥମେ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ କେବେବି ଏମିତିକା ପାଓ୍ଵାର ସୋର୍ସର ବ୍ୟବହାର କରିବେନି ଯାହା ଫ୍ଲକଚୁଏଟ କରୁଥିବ କିମ୍ବା ଯେଉଁଥିରେ କୌଣସି ପ୍ରକାର ସମସ୍ୟା ଥିବ। କାହିଁକିନା ଏମିତି ପାଓ୍ଵାର ସୋର୍ସରେ ସ୍ମାର୍ଟ ଟିିଭି ବହୁତ ଅଜବ ସମସ୍ୟା ଦେଖାଇଥାଏ। ଯାାପରେ ଏହି କାରଣରୁ ବ୍ଲାଷ୍ଟ ବି ହୋଇପାରେ। ଯଦିଓ ଏମିତି ମାମଲା ବହୁତ କମ୍‌ ରହିଛି କିନ୍ତୁ ତଥାପି ଆପଣଙ୍କୁ ସବୁବେଳେ ସାବଧାନତାର ସହ ସତର୍କତାକୁ ଜଗିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.