ଯଦି ଆପଣଙ୍କ କାରରେ ଲାଗିଛି ଏହି ୧୦ଟି ଆକ୍ସେସୋରିଜ ତାହେଲେ ହୋଇଯାନ୍ତୁ ସାବଧାନ,ଆସିପାରେ ଆପଣଙ୍କ ଜୀବନ ଉପରେ ବିପଦ

କିଛି ଲୋକ ଅଛନ୍ତି ଯାହାଙ୍କୁ ନିଜ କାରରେ ଆକ୍ସେସୋରିଜ ଲଗାଇବାର ଖୁବ ସଉକ ଥାଏ । କିନ୍ତୁ ଏପରି କିଛି ଆକ୍ସେସୋରିଜ ରହିଛି ଯାହା ଆପଣଙ୍କ କାର ପାଇଁ ହୋଇପାରେ ବିପଦପୂର୍ଣ। ବର୍ତ୍ତମାନ ନୂଆ ଲଞ୍ଚ ହେଉଥିବା କାର ଗୁଡିକରେ ମଧ୍ୟ କମ୍ପାନୀ କଷ୍ଟୋମାଇଜଡ ଆକ୍ସେସୋରିଜ ଉପଲବ୍ଧ କରାଉଛି ଯାହାକି କାର ମାଲିକଙ୍କ ଆବଶ୍ୟକତା ହିସାବରେ ଡିଜାଇନ କରାଯାଉଛି । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଅରିଜିନାଲ କଷ୍ଟୋମାଇଜଡ ଆକ୍ସେସୋରିଜ ତୁଳନାରେ ମାର୍କେଟରେ ମିଳୁଥିବା ଆକ୍ସେସୋରିଜ ବହୁତ ଶସ୍ତା ହୋଇଥାଏ ସତ, କିନ୍ତୁ ଏହା ବହୁତ ବିପଦପୂର୍ଣ ହୋଇଥାଏ । ଆସନ୍ତୁ ଜାଣିବା ଏପରି ୧୦ଟି ଆକ୍ସେସୋରିଜ ବିଷୟରେ ।

ଶସ୍ତା ଫ୍ଲୋର ମ୍ୟାଟସ

କିଛିଲୋକ ବାହାରୁ ଫ୍ଲୋର ମ୍ୟାଟସ ଲଗାଇବା ପସନ୍ଦ କରିଥାନ୍ତି ଆଉ କିଛି ଲୋକ ପଇସା ବଞ୍ଚାଇବା ଚକ୍କରରେ ଶସ୍ତା ଫ୍ଲୋର ମ୍ୟାଟସ କିଣି ବ୍ୟବହାର କରନ୍ତି ଯାହାକି ହାଇ ପ୍ଲାଷ୍ଟିକ ଦ୍ୱାରା ତିଆରି କରାଯାଇଥାଏ । ଏହି ଫ୍ଲୋରମ୍ୟାଟ୍ସ ବହୁତ ଥର ଦୁର୍ଘଟଣାର କାରଣ ସାଜିଥାଏ କାରଣ ଅନେକ ସମୟରେ ଏହି ମ୍ୟାଟସ ଗୁଡିକ ବ୍ରେକ ପ୍ୟାଡଲ କିମ୍ବା ଏକସିଲେଟର ପ୍ୟାଡଲ ମଧ୍ୟରେ ଫସିଯାଇଥାଏ ଯାହାକି ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଥାଏ । ସେଥିପାଇଁ କାର ନିମନ୍ତେ ଫ୍ଲୋରମ୍ୟାଟ୍ସ କିଣିବା ପୂର୍ବରୁ ଟିକେ ସାବଧାନତା ଅଵଲମ୍ବନ କରନ୍ତୁ ।

ଷ୍ଟିୟରିଂ କଭର

କାର ହ୍ୟାଣ୍ଡଲିଂରେ ଷ୍ଟିୟରିଂର ବହୁତ ବଡ଼ ଭୂମିକା ରହିଥାଏ । ଲୋକମାନେ ପଇସା ବଂଚାଇବା ଚକ୍କରରେ ଖରାପ କ୍ୱାଲିଟିର ଷ୍ଟିୟରିଂ କଭର କିଣିଦେଇଥାନ୍ତି, କିନ୍ତୁ ଏହାର କ୍ୱାଲିଟି ଏତେ ଖରାପ ହୋଇଥାଏ କି ଏହା ଷ୍ଟିୟରିଂ ହୁଇଲ ସହ ଫିଟ ହୋଇନଥାଏ । ଯାହା ଫଳରେ ଷ୍ଟିୟରିଂ ବୁଲାଇବା ସମୟରେ ବହୁତ ଥର ଏହା ହାତରୁ ସ୍ଲିପ କରିଥାଏ ଏବଂ ଗାଡିର ନିୟନ୍ତ୍ରଣଙ୍କୁ ବିଗାଡି ଦେଇଥାଏ । ସେଥିପାଇଁ ଗାଡ଼ିରେ ସିଲାଇ ଵାଲା ଷ୍ଟିୟରିଂ ଗ୍ରିପସ ଲଗାନ୍ତୁ ଯାହା ଷ୍ଟିୟରିଂକୁ କଣ୍ଟ୍ରୋଲରେ ରଖିପାରିବ ।

ବୁଲବାର୍ସ

ଆଜିକାଲି ଏସୟୁଭି ଆଗରେ ବୁଲବାର୍ସ ଲଗାଇବାର ଟ୍ରେଣ୍ଡ ଚାଲିଛି । ଲୋକମାନେ ଭାବନ୍ତି କି ଏହା ଲଗାଇବା ଦ୍ୱାରା ଗାଡିର ଵମ୍ପର ସୁରକ୍ଷିତ ହୋଇଥାଏ, କିନ୍ତୁ ଏପରି ଭାବୁଥିବା ଲୋକମାନେ ସମ୍ପୂର୍ଣ ଭୁଲ ଅଟନ୍ତି । ଆଜିକାଲି ପ୍ରାୟ ଗାଡି ଏୟାରବ୍ୟାଗ ସହ ଲଞ୍ଚ ହେଉଛି । ଏପରି ସ୍ଥଳେ ଗାଡ଼ିଗୁଡ଼ିକ ସାମ୍ନାରେ ବୁଲବାର୍ସ ଲଗାଇବା ବହୁତ ମହଂଗା ପଡୁଛି କାରଣ ଏହାକୁ ଲଗାଇବା ଦ୍ୱାରା ଵମ୍ପରରେ ଲାଗିଥିବା ସେନ୍ସର୍ କଭର ହୋଇଯାଇଥାଏ, ଯାହା ଫଳରେ ଦୁର୍ଘଟଣା ଘଟିବା ସମୟରେ ଏୟାର ବ୍ୟାଗ ଖୋଲିନଥାଏ । ଏହା ଫଳରେ ଦୁର୍ଘଟଣାର ପରିଣାମ ଭୟଙ୍କର ହୋଇପାରେ ।

ବ୍ଲାକ ହେଡ଼ଲେନ୍ସ

ନିଜର ଗାଡିକୁ ସ୍ପୋର୍ଟି ଲୁକ ଦେବା ପାଇଁ ଆଜିକିଲି କିଛି ଲୋକ କାରର ହେଡ଼ଲେନ୍ସକୁ କଳା କରି ଦେଉଛନ୍ତି, କିନ୍ତୁ ଏପରି କରିବା ବହୁତ ବିପଦପୂର୍ଣ୍ଣ ହୋଇପାରେ କାରଣ ଏହା ଲଗାଇବା ଦ୍ୱାରା ହେଡ଼ଲେନ୍ସର କ୍ଷମତା କମ ହୋଇଯାଇଥାଏ । ହେଡ଼ଲେନ୍ସ ଏବଂ ଟେଲଲେନ୍ସକୁ କଳା କରିବା ଦ୍ୱାରା ଅନ୍ୟ ଗାଡି ଗୁଡିକ ଠିକ ଭାବେ ଦେଖାଯାଇନଥାଏ, ଯାହାଦ୍ୱାରା ଦୁର୍ଘଟଣାର ସମ୍ଭାବନା ବଢ଼ିଯାଇଥାଏ ।

ପାର୍ସଲ ଟ୍ରେ ଉପରେ ଖେଳନା

କିଛିଲୋକ କାର ପଛରେ ଲାଗିଥିବା ପାର୍ସଲ ଟ୍ରେକୁ ଲଗେଜ ରଖିବା ସ୍ଥାନ ବୋଲି ଭାବିଥାନ୍ତି ଏବଂ ପାର୍ସଲ ଟ୍ରେ ଉପରେ ଖେଳଣା, ତକିଆ ଇତ୍ୟାଦି ରଖିଥାନ୍ତି । କିନ୍ତୁ ପାର୍ସଲ ଟ୍ରେ ଉପରେ ଖେଳଣା ରଖିବା ଡ୍ରାଇଭିଙ୍ଗ ସହ ଖେଳିବା ସହିତ ସମାନ । ପଛରେ ସାମାନ ରଖିବା ଦ୍ୱାରା ରିଅର ଭିଉ ମିରର ବ୍ଲକ ହୋଇଯାଇଥାଏ, ଏପରିକି ଜୋରସେ ବ୍ରେକ ଲଗାଇବା ଦ୍ୱାରା ପଛର ଖେଳନା ବା ସାମାନଗୁଡିକ ତଳେ ସିଟ ଉପରେ ପଡିଯାଇଥାଏ ଏବଂ ଡ୍ରାଇଭର ଅନ୍ୟମନସ୍କ ହୋଇଯାଇଥାଏ । ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା ବଢିଥାଏ ।

ରୁଫ ମାଉଣ୍ଟେଡ଼ ଭିଡ଼ିଓ ପ୍ଲେୟାର୍

ଆଜିକାଲି ଲୋକମନେ ଗାଡ଼ିରେ ଏକ୍ସଟ୍ରା ସ୍କ୍ରିନ ମଧ୍ୟ ଲଗାଉଛନ୍ତି । କାର କମ୍ପାନୀ ଗୁଡିକ ଦାମୀ କାରରେ ଵ୍ୟାକସିଟ ହେଡ଼ରେଷ୍ଟରେ ଭିଜୁଆଲ ଡ଼ିସପ୍ଲେ ଦେଇଥାନ୍ତି, କିନ୍ତୁ ଏହା କେବଳ ଟପ-ଏଣ୍ଡ ବ୍ୟାରିଏଣ୍ଟସରେ ହିଁ ଉପଲବ୍ଧ । କିନ୍ତୁ ଲୋ ଏଣ୍ଡ କାରରେ ଲୋକମାନେ ଏହି ସଉକକୁ ପୁରା କରିବା ପାଇଁ ମଧ୍ୟ କାରର ରୁଫରେ ଅଲଗା ସ୍କ୍ରିନ ଲଗାନ୍ତି ଯାହା ଫଳରେ ଡ୍ରାଇଭରର ରିଅର ଭିଉ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଥାଏ ଏବଂ କିଛିଲୋକ ଯେଉଁମାନେ ଏହାକୁ ଆଗରେ ବ୍ୟବହାର କରିଥାନ୍ତି, ଡ୍ରାଇଭିଙ୍ଗ ସମୟରେ ସେମାନେ ଅନ୍ୟମନସ୍କ ହେବାର ସମ୍ଭାବନା ରହିଛି ।

ରଙ୍ଗବେରଙ୍ଗ ହେଡ଼ଲ୍ୟାମ୍ପସ ଏବଂ ଟେଲଲ୍ୟାମ୍ପସ

ଆଜିକାଲି କାରକୁ ସ୍ପେସିଆଲ ଲୁକ ଦେବା ପାଇଁ ଯୁବପିଢ଼ି ମାନେ କାର ଏବଂ ଏସୟୁଭି ଗୁଡିକରେ ରଙ୍ଗ ବେରଙ୍ଗର ହେଡଲାଇଟ୍ସ ଲଗାଉଛନ୍ତି । କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ଏହି ରଙ୍ଗ ବେରଙ୍ଗର ହେଡଲାଇଟ୍ସ କେବଳ ଖେଳନା କାରରେ ହିଁ ସୁନ୍ଦର ଦେଖାଯାଏ ଏବଂ ରିଅଲ କାର ପାଇଁ ଏହା ବହୁତ ବିପଦପୂର୍ଣ୍ଣ ଅଟେ । ରଙ୍ଗ ବେରଙ୍ଗ ହେଡଲାଇଟ୍ସ ଲଗାଇବା ଦ୍ୱାରା ହେଡ଼ଲାଇଟର ଆଲୋକ ପ୍ରଦାନ କରିବାର କ୍ଷମତା କମିଯାଇଥାଏ ଏବଂ ଅନେକ ସମୟରେ ଏହା ଅନ୍ୟ ଲୋକମାନଙ୍କର ଧ୍ୟାନଭଙ୍ଗ କରିଥାଏ ଯାହାଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନ ସୃଷ୍ଟି ହୋଇଥାଏ ।

ଇଲେକ୍ଟ୍ରିକ ଆକ୍ସେସୋରିଜ

କିଛିଲୋକ ନିଜ ଗାଡ଼ିରେ ଡ଼ବଲ ହର୍ନ ଓ ଦାମୀ ଅଡିଓ ସିଷ୍ଟମ ଲଗାଇବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଲୋକ ନର୍ମାଲ ହେଡ଼ଲ୍ୟାମ୍ପସ ସ୍ଥାନରେ ପ୍ରୋଜେକ୍ଟର କିମ୍ବା ଜିନନ ହେଡ଼ଲ୍ୟାମ୍ପସ ଲଗାଇବାକୁ ପସନ୍ଦ କରିଥାନ୍ତି । ଏହାକୁ ଲଗାଇବା ପାଇଁ କାରର ଓ଼ୟାରିଂକୁ ଚେଞ୍ଜ କରିବାକୁ ପଡିଥାଏ । କିନ୍ତୁ ସାବଧାନ, ଏପରି କରିବା ଦ୍ୱାରା ଓୟାରିଂରେ ସର୍ଟ ସର୍କିଟ ହେବା ସହ କାରରେ ନିଆଁ ଲାଗିଯିବାର ସମ୍ଭାବନା ଥାଏ । ଏଥିପାଇଁ ସଦାବେଳେ କାରର ଅରିଜିନାଲ ଆକ୍ସେସୋରିଜ କିଣି କୌଣସି ଭଲ ମେକାନିକ ଦ୍ୱାରା ଏହାକୁ ଫିଟିଙ୍ଗ କରନ୍ତୁ।

ଷ୍ଟିୟରିଂ ସ୍ପିନର

ଯଦି ଆପଣ ଆପଣ ଆପଣଙ୍କ ଗାଡ଼ିରେ ଷ୍ଟିୟରିଂ ସ୍ପିନର ଲଗାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ, ପ୍ରକୃତରେ ଏହା କେବଳ ସ୍ପିନର ନୁହେଁ ଏହା ମୃତ୍ୟୁର ଯନ୍ତା ଅଟେ । ଏହାର ବ୍ୟବହାର ବହୁତ ଖତରନାକ ହୋଇପାରେ । ଏହାକୁ ଷ୍ଟିୟାରିଂ ହୁଇଲରେ ଲଗାଯାଇଥାଏ ଏବଂ ଶାର୍ପ ଟର୍ଣ୍ଣ ନେବା ସମୟରେ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଏପରିକି ଅନେକ ଲୋକ ଏହା ସାହାଯ୍ୟରେ ଗୋଟିଏ ହାତରେ ମଧ୍ୟ ଡ୍ରାଇଭିଙ୍ଗ କରିଥାନ୍ତି । କାର କମ୍ପାନୀ ଗୁଡିକ ଏହାର ବ୍ୟବହାର ଉପରେ ସମ୍ପୂର୍ଣ ନିଷେଧାଜ୍ଞା ଜାରି କରିଛନ୍ତି । ତେଣୁ କୌଣସି କାର ସହ ଏହା ଆଗରୁ ଫିଟିଙ୍ଗ ହୋଇନଥାଏ । ଏହି କାରଣରୁ ବାହାରେ ମିଳୁଥିବା ସ୍ପିନରର କ୍ୱାଲିଟି ମଧ୍ୟ ବହୁତ ଖରାପ ହୋଇଥାଏ ଏବଂ ଅନେକ ସମୟରେ ଟର୍ଣ୍ଣ ନେବା ସମୟରେ ହିଁ ଏହା ଭାଙ୍ଗି ଯାଇଥାଏ, ଯାହାଦ୍ୱାରା ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ।

ସିଟବେଲ୍ଟ ହୁକ

ନିକଟରେ ବାଙ୍ଗାଲୋରରେ ରହୁଥିବା ଜଣେ ସୁନା ବ୍ୟବସାୟୀ ନିଜ ପରିବାର ସହ କାରରେ ଯାଉଥିବା ସମୟରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କୌଣସି ପ୍ରକାରେ ସେ ନିଜ ପତ୍ନୀ ଓ ଝିଅଙ୍କୁ ତ ବଂଚାଇଦେଲେ, କିନ୍ତୁ ନିଜର ସିଟବେଲ୍ଟ ଖୋଲିପାରିଲେ ନାହିଁ । ପରେ ପୋଲିସ ତଦନ୍ତରୁ ଜଣାପଡିଲା ଯେ ସେ ସିଟବେଲ୍ଟ ହୁକଟିକୁ ବାହାରେ ଲଗାଇଥିଲେ କାହିଁକିନା ତାଙ୍କ ପୁରୁଣା ହୁକଟି ଭାଙ୍ଗି ଯାଇଥିଲା । ଅନେକ ସମୟରେ ଲୋକ ପଇସା ବଞ୍ଚାଇବା ଚକ୍କରରେ ଖରାପ କ୍ୱାଲିଟିର ପ୍ରଡକ୍ଟ କିଣିଦିଅନ୍ତି ଯାହା କି ଆବଶ୍ୟକ ସ୍ଥଳେ ସେମାନଙ୍କୁ ଧୋକା ଦେଇଥାଏ । ସେଥିପାଇଁ ସବୁବେଳେ କମ୍ପାନୀର ଅସଲି ହୁକ କିଣିବା ପାଇଁ ପରାମର୍ଶ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.