ମାର୍କେଟକୁ ଆସୁଛି Bajajର ସବୁଠାରୁ ମହଙ୍ଗା ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ

ଅଟୋ ବଜାରରେ ଲଗାତର ବଜାଜର ନୂଆ ସ୍କୁଟରର ଚର୍ଚ୍ଚା ହେଉଛି। କିନ୍ତୁ କମ୍ପାନୀ ଏଥର ନୂଆ ସ୍କୁଟର ଲଞ୍ଚ କରୁଛି ଯାହା ପେଟ୍ରୋଲ ନୁହେଁ ବରଂ ଇଲେକଟ୍ରିକ ସ୍କୁଟର। ବଜାଜର ଏହି ସ୍କୁଟରର ନାମ Urbanite ଇଲେକଟ୍ରିକ ସ୍କୁଟର ବୋଲି କୁହାଯାଉଛି। ନିକଟରେ ଏହାର ଟେଷ୍ଟିଂ ସମୟରେ ଏହା ନଜର ଆସିଛି।

ବଜାଜର ଏହି ନୂଆ ଇଲେକଟ୍ରିକ ସ୍କୁଟର ଟେଷ୍ଟିଂ ସମୟରେ ନଜର ଆସିଛି ଯେଉଁଥିରେ ଫ୍ରଣ୍ଟ ସସପେନ୍ସକୁ ଦେଖାଯାଇପାରିବ। ଏହାଛଡା ଏହାର ଡିଜାଇନକୁ ବି ମଧ୍ୟ ଅନୁମାନ କରାଯାଇପାରିବ। ସ୍କୁଟରର ସ୍ପାଇ ଶର୍ଟରେ ଫ୍ରଣ୍ଟ ସସପେନସନକୁ ଗୋଟିଏ ପାଖକୁ ଟ୍ରେଲିଂ ଆର୍ମା ୟୁନିଟ ଦ୍ବାରା ସେଟ୍ କରାଯିବାଭଳି ଲାଗୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହାର ଡିଜାଇନ୍ ରେଟ୍ରୋ ଷ୍ଟାଇଲ ଭଳି ଲାଗୁଛି। ଏହି ନୂଆ ସ୍କୁଟରର ସାଇଡ୍ ପ୍ୟାନେଲକୁ କର୍ଭ କରାଯାଇଛି।

ଏହା ସହ ପଢ଼ନ୍ତୁ : ଆସୁଛି ମାରୁତି ସୁଜୁକିର ନୂଆ Vitara Breeza, ପୁରୁଣା ଠାରୁ ହେବ ବଡ ଏବଂ ଖାସ୍

ଟେଷ୍ଟିଂ ସମୟରେ ନଜର ଆସିଥିବା ମଡେଲ ପ୍ରଡକସନ୍ ରେଡି ହୋଇଯାଇଥିବା ଭଳି ଲାଗୁଛି। କାରଣ ଯେତେବେଳେ ବି କୌଣସି ମଡେଲ ଫାଇନାଲ ହୋଇଥାଏ ସେତେବେଳେ ଏହାର ଟେଷ୍ଟିଂ ଆରମ୍ଭ କରାଯାଇଥାଏ। ଏବେ ପର‌୍ୟ୍ୟନ୍ତ ସ୍କୁଟରର ଏହି ସୂଚନା ମିଳିପାରିଛି। ଶୀଘ୍ର ବଜାଜର ଏହି ନୂଆ ସ୍କୁଟର ବିଷୟରେ ଆହୁରି ଅଧିକ ସୂଚନା ମିଳିବ। ଭାରତରେ ବଜାରର ଏହି ସ୍କୁଟରର ମୁକାବିଲା Ather, hero ଏବଂ Okinawa ଭଳି ବ୍ରାଣ୍ଡସ୍ ସହିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.