ଆଣ୍ଡ୍ରଏଡ ୟୁଜର ମାନଙ୍କ ପାଇଁ ବିପଦ ହୋଇଆସୁଛି “ମାଲାବାର ସଫଟୱେୟାର”, ଧୋକାରେ ଚୋରି କରିନେଉଛି ବ୍ୟାଙ୍କ ଡାଟା

ଆଣ୍ଡ୍ରଏଡ ଫୋନରେ ବ୍ୟାଙ୍କିଙ୍ଗ ସେବାର ଲାଭ ନେଉଥିବା ୟୁଜର ମାନଙ୍କ ପାଇଁ ବିପଦ ହେଇ ଆସୁଛି ମାଲାବାର ସଫଟୱେୟାର । ସାଇବର ସିକ୍ୟୁରିଟି ଏଜେନ୍ସି “ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଫୋର୍ସ” ପକ୍ଷରୁ ଏନେଇ ଚେତାବନୀ ଜାରି କରାଯାଇଛି । ଏଜେନ୍ସି ଅନୁଯାୟୀ ମାଲାବାର ଆଣ୍ଡ୍ରଏଡ଼ ଫୋନ ୟୁଜର ମାନଙ୍କ ଅନଲାଇନ ବ୍ୟାଙ୍କିଙ୍ଗ ସହିତ ତଥ୍ୟ ଗୁଡିକୁ ହ୍ୟାକ କରି ନେଉଛି । ଏଯାବତ ଏହି ସଫଟୱେୟାର ଜରିଆରେ ୨୭ ରୁ ଅଧିକ ବ୍ୟାଙ୍କ ଗ୍ରାହକଙ୍କୁ ଶିକାର କରାଯାଇ ସାରିଲାଣି ।

ନୂଆ ଆଣ୍ଡ୍ରଏଡ଼ ମୋବାଇଲ ବ୍ୟାଙ୍କିଙ୍ଗ ମାଳବାରକୁ “ଡ୍ରନିୖକ” ବୋଲି କୁହାଯାଇଥାଏ । ଏହି ଟେକନିକର ପ୍ରୟୋଗ ଆଜକୁ ପ୍ରାୟ ୫ ବର୍ଷ ତଳେ କରାଯାଉଥିବା ନେଇ ସଫଟୱେୟାର ବିଶେଷଜ୍ଞମାନେ କହିଛନ୍ତି । ଏହା ଜରିଆରେ ହିଁ ହ୍ୟାକର୍ସମାନେ ୟୁଜର୍ସଙ୍କ ଫୋନ ସ୍କ୍ରିନ ଉପରେ ଅନବରତ ନଜର ରଖିବା ସହ ବ୍ୟାଙ୍କିଙ୍ଗ ବାବଦୀୟ ଗୋପନୀୟ ତଥ୍ୟ ଚୋରେଇ ନେଇଥାଏ ।

ଫୋନରେ ଭାଇରସ ଫାଇଲ ଇନଷ୍ଟଲ ହେବା ପରେ ମାଲାବାର ୟୁଜର ମାନଙ୍କ କଲ ଲଗ ଓ ଅନ୍ୟ ଗୋପନୀୟ ତଥ୍ୟ ଗୁଡିକର ଡିଟେଲ୍ସ ମାଗିଥାଏ । ତଥ୍ୟ ଦେବା ପରେ ହ୍ୟାକର୍ସଙ୍କୁ ୟୁଜରଙ୍କ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡାଟା ମିଳିଯାଇଥାଏ ।

କେମିତି ଚୋରିହୁଏ ଡାଟା ଜାଣନ୍ତୁ:

– ବ୍ୟକ୍ତିଗତ ଡାଟା ଦେବା ପରେ ଫୋନକୁ ଏକ ମେସେଜ ଆସିଥାଏ । ଏହି ଖାତାରେ ଟଙ୍କା ରିଫଣ୍ଡ ଦିଆଯିବା ନେଇ ପ୍ରଲୋଭନ ଦିଆଯାଏ ।

– ଆଉ ଏହି ପ୍ରଲୋଭନର ଶିକାର ହୋଇ ୟୁଜର ମାନେ ଟ୍ରାନସଫର ବଟନ ଉପରେ କ୍ଲିକ କରନ୍ତି । ୟୁଜରଙ୍କୁ ଲାଗେ କି ଫୋନ ଅପଡେଟ ହେଉଛି କିନ୍ତୁ ବାସ୍ତବରେ ଏମିତି କିଛି ହୁଏ ନାହିଁ । ଅପଡ଼େଟ ଆଳରେ ମାଲବେୟର ୱେୟାର ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଚୋରି କରି ହ୍ୟାକର୍ସ ମାନଙ୍କୁ ଦେଇଦିଅନ୍ତି । ଏହା ପରେ ହ୍ୟାକର୍ସ ମାନେ ବ୍ୟାଙ୍କର ଏକ ଫର୍ଜି ସ୍କ୍ରିନ ପ୍ରସ୍ତୁତ କରି ସ୍ମାର୍ଟଫୋନ ପର୍ଯ୍ୟନ୍ତ ପହଞ୍ଚାଇ ଦିଅନ୍ତି ।

– ଏହା ପରେ ଫର୍ଜି ସ୍କ୍ରିନରେ ଡ଼ିଟେଲ ଦେବାକୁ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.