ବ୍ୟାଟେରୀ ସେଭିଙ୍ଗ୍‌ ଓ ଆଖିକୁ ଆରାମ ଦେଉଥିବା ଡାର୍କ ମୋଡ୍‌ ଏବେ Google Searchରେ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗୁଗଲ କ୍ରୋମ ବ୍ରାଉଜରର ୟୁଜରବେସ୍‌ ଭାରତରେ ପାଖାପାଖି ୬୦ ପ୍ରତିଶତରୁ ବି ଅଧିକ ରହିଛି। ଏବେ ଏହି କ୍ରୋମ ବ୍ରାଉଜର ପାଇଁ କମ୍ପାନୀ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରର ନାମ ଡାର୍କ ମୋଡ୍‌, ଯାହାକି ଖାସ୍‌ ରୂପେ ୟୁଜରଙ୍କ ଆଖିକୁ ଆରାମ ଦେବା ସହିତ ଡିଭାଇସ୍‌ରେ ବ୍ୟାଟେରୀ ସେଭିଙ୍ଗ୍‌ ବି ହୋଇଥାଏ। କମ୍ପାନୀ ନିଜ େଓ୍ଵବ୍‌ରେ ଡେସ୍କଟପ୍‌ ପାଇଁ ଏହାକୁ ଲଞ୍ଚ୍‌ କରିଛି।

ଗୁଗଲ ସପୋର୍ଟ ପେଜ୍‌ ମାଧ୍ୟମରେ ସୂଚନା ଦେଇଛି କି, ଡାର୍କ ଥିମ୍‌କୁ ଗୁଗଲ ହୋମ୍‌ପେଜ, ସର୍ଚ୍ଚ ରେଜଲ୍ଟ ପେଜ୍‌ ଓ ସର୍ଚ୍ଚ ସେଟିଙ୍ଗ୍‌ସ ଆଦି ଉପରେ ଲାଗୁ କରାଯିବ। ଏହାକୁ ଇନେବଲ୍‌ କରିବା ପରେ ୟୁଜର୍ସଙ୍କୁ ନିଜ େଓ୍ଵବର ଥିମ ବ୍ଲାକ୍‌ ରଙ୍ଗରେ ଦେଖାଯିବ। ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରାଯିବ।

-କୌଣସି ବି େଓ୍ଵବ୍‌ ବ୍ରାଉଜରରେ Google Search ଓପନ୍‌ କରନ୍ତୁ।

-ଟପ୍‌ ରାଇଟ୍‌ କର୍ନରରେ ଆପଣଙ୍କୁ ସେଟିଙ୍ଗ୍‌ସର ଅପଶନ ମିଳିବ। ଏହା ଉପରେ ଟ୍ୟାପ୍‌ କରନ୍ତୁ।

-ସର୍ଚ୍ଚ ସେଟିଙ୍ଗ୍‌ସ ଅପଶନକୁ ଯାଆନ୍ତୁ ଏବଂ ପୁଣି Appearance ଅପଶନ ଉପରେ ଟ୍ୟାପ୍‌ କରନ୍ତୁ।

-ନିଜ ପସନ୍ଦର ଅପଶନ default, Dark, or Light ସିଲେକ୍ଟ କରନ୍ତୁ।

-ଏହାପରେ ସବୁଠାରୁ ତଳେ ଦିଆଯାଇଥିବା Saveର ବିକଳ୍ପ ଉପରେ ନିଶ୍ଚୟ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ଡାର୍କ ମୋଡ୍‌ ମିଳିଯିବ।

Leave A Reply

Your email address will not be published.