UPI ପିନ୍‌ ବ୍ୟବହାର କରିବା ବେଳେ ରୁହନ୍ତୁ ଆଲର୍ଟ, ଠକେଇରୁ ବର୍ତ୍ତିବାକୁ ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଭାରତରେ ଡିଜିଟାଲ ପେମେଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାସ୍‌ କରି କରୋନା କାଳରେ ଲୋକମାନେ ହାତରେ ଟଙ୍କା-ପଇସା ନେଣଦେଣ କରିବାକୁ ପସନ୍ଦ କରୁନାହାନ୍ତି। ଏଣୁ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଉପାୟ ଆପଣାଉଛନ୍ତି। ଏସବୁ ପେମେଣ୍ଟ ୟୁପିଆଇ ବା ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ମାଧ୍ୟମରେ ସମ୍ଭବ ହେଉଛି। ସରକାରଙ୍କ ତରଫରୁ ଏଥିପାଇଁ ଭିମ୍‌ ଆପ୍‌ ଲଞ୍ଚ୍‌ କରାଯାଇଛି।

ତେବେ ୟୁପିଆଇ ପେମେଣ୍ଟର ସଂଖ୍ୟା ବଢ଼ିବା ସହ ଏହାର ସୁରକ୍ଷାକୁ ନେଇ ବି ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ହ୍ୟାକର୍ସମାନେ ନୂଆ ନୂଆ କୌଶଳ ଆପଣାଇ ଲୋକଙ୍କ ୟୁପିଆଇ କୋଡ୍‌ ହ୍ୟାକ୍‌ କରୁଥିବା ମଧ୍ୟ ନଜିର ରହିଛି। ତେବେ ଆସନ୍ତୁ ଜାଣିବା କିଛି ଏଭଳି ଟ୍ରିକ୍‌ ଯାହାକୁ ଆପଣାଇ ଆପଣ ସାଇବର ଠକେଇରୁ ବର୍ତ୍ତିପାରିବେ।

  • ସବୁବେଳେ ସରକାରୀ ଆପ୍‌ ଭିମ୍‌ରେ ହିଁ ୟୁପିଆଇ ପିନ୍‌ ଦିଅନ୍ତୁ।
  • ଯେତେବେଳେ କାହାକୁ ଟଙ୍କା ପଠାଉଛନ୍ତି, ସେତେବେଳେ ହିଁ ୟୁପିଆଇ ଦେବାକୁ କୁହାଯାଏ। ଏହା ବ୍ୟତୀତ ଅନ୍ୟ କାମ ପାଇଁ ୟୁପିଆଇ ପିନ୍‌ର ଆବଶ୍ୟକତା ନାହିଁ। ଏଣୁ ଯଦି ଆଉ କେହି ଅନ୍ୟ କାମ ପାଇଁ ୟୁପିଆଇ ପିନ୍‌ ମାଗୁଛି ତେବେ ଆଦୌ ଦିଅନ୍ତୁ ନାହିଁ।
  • ନେଣଦେଣ ବେଳେ ସମସ୍ୟା ହେଲେ କଷ୍ଟମର କେୟାରକୁ ହିଁ ଯୋଗାଯୋଗ କରନ୍ତୁ। ଆଉ କାହାକୁ ନୁହେଁ।
  • କାହା ସହ ବି ନିଜ ୟୁପିଆଇ ପିନ୍‌ ସେୟାର କରନ୍ତୁ ନାହିଁ। ସେମାନେ ଏହାର ଭୁଲ ବ୍ୟବହାର କରିପାରନ୍ତି।
Leave A Reply

Your email address will not be published.