ସାବଧାନ! ଆପଣ WhatsAppରେ ଏହି ସେଟିଂକୁ ଅନ ରଖିଛନ୍ତି କି; ହ୍ୟାକ ହୋଇଯିବ ଫୋନ୍.. ତୁରନ୍ତ କରନ୍ତୁ ବନ୍ଦ

ହ୍ୟାକିଂର ଅନେକ ଉପାୟ ଅଛି ଓ ଲୋକମାନେ ପ୍ରତିଦିନ ଫ୍ରଡଙ୍କ କୌଣସି ନା କୌଣସି ଜାଲରେ ଫସି ଯାଇଥାନ୍ତି । ଏହିପରି ଗୋଟିଏ ପଦ୍ଧତି ହେଉଛି GIF ଇମେଜ ମାଧ୍ୟମରେ ହ୍ୟାକ୍ କରିବା । କେବଳ GIF ଫାଇଲ୍ ନୁହେଁ, ହ୍ୟାକର ମାନେ ଆପଣଙ୍କର ଗୋଟିଏ ଅଭାବର ସୁଯୋଗ ନେଇ ମଧ୍ୟ ସହଜରେ ଆପଣଙ୍କର ହ୍ୱାଟସଆପରେ ପ୍ରବେଶ କରିପାରିବେ । ଏହି ବିକଳ୍ପ ଅନେକ ଲୋକଙ୍କ ହ୍ୱାଟସଆପ୍ ସେଟିଙ୍ଗରେ ରହିଥାଏ ।

ଏହି ସେଟିଂ ଅନ୍ ହେବା ସହିତ ହ୍ୟାକରମାନେ ଆପଣଙ୍କ ଫୋନକୁ ସହଜରେ ପ୍ରବେଶ କରିପାରିବେ । ଅନେକ ଲୋକ ହ୍ୱାଟସ୍ ଆପ୍ ସେଟିଂରେ ମିଡିଆ ଅଟୋ ଡାଉନଲୋଡ୍ ଅନ ରଖିଛନ୍ତି । ଏହି କାରଣରୁ ଯେତେବେଳେ ଆପଣଙ୍କର ସ୍ମାର୍ଟଫୋନ୍ ଇଣ୍ଟରନେଟ୍ ସହିତ କନେକ୍ଟ ହୁଏ, ମିଡିଆ ଫାଇଲଗୁଡ଼ିକ ଅଟୋମେଟିକ ଡାଉନଲୋଡ୍ ହୋଇଯାଏ ।
ମିଡିଆ ଫାଇଲ ମାନେ ଅଡିଓ ଭିଡିଓ ଏବଂ GIF ଫାଇଲ୍ । ଏହିଠାରେ ହ୍ୟାକରମାନେ ଲୋକମାନଙ୍କୁ ଶିକାର କରିବା ଆରମ୍ଭ କରିଥାନ୍ତି | ହ୍ୟାକରମାନେ GIF ଓ ଭିଡିଓ ଫାଇଲ୍ ମାଧ୍ୟମରେ ଆପଣଙ୍କ ଫୋନକୁ ପ୍ରବେଶ କରିଥାଆନ୍ତି ।

ଗତ ବର୍ଷ ଶେଷରେ ଏପରି ଅନେକ ସମସ୍ୟା ସାମ୍ନାକୁ ଆସି ଥିଲା, ଯାହା ସାହାଯ୍ୟରେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଫୋନକୁ ଅତି ସହଜରେ ହ୍ୟାକ୍ କରୁଥିଲେ । ଏହି ସମସ୍ୟାର ସମାଧାନ ପରେ ହ୍ୱାଟସଆପ୍ ଏକ ନୂଆ ଅପଡେଟ ଜାରି କରିଥିଲା । କିନ୍ତୁ ଏହା ନୁହେଁ ଯେ ହ୍ୟାକିଂର ଏହି ପଦ୍ଧତି ବର୍ତ୍ତମାନ ଅଦରକାରୀ ହୋଇଯାଇଛି । ଯଦି ଆପଣ ହ୍ୱାଟସ୍ ଆପରେ ଅଟୋମେଟିକ ମିଡିଆ ଡାଉନଲୋଡ୍ ଅନ୍ କରିଛନ୍ତି, ତେବେ ଆପଣ ସମାନ ହ୍ୟାକିଂର ଶିକାର ହୋଇପାରନ୍ତି । କାରଣ ଏପରି ପରିସ୍ଥିତିରେ ଅଜଣା ବ୍ୟକ୍ତିଙ୍କ ଭିଡିଓ, GIF ଇମେଜ କିମ୍ବା ଅନ୍ୟ ମିଡିଆ ଫାଇଲଗୁଡ଼ିକ ଅଟୋମେଟିକ ଆପଣଙ୍କ ଫୋନରେ ଡାଉନଲୋଡ୍ ହୋଇଯିବ ।

ଏହି ସେଟିଂକୁ ସହଜରେ ପରିବର୍ତ୍ତନ କରାଯାଇପାରିବ । ଏଥିପାଇଁ ପ୍ରଥମେ ଆପଣଙ୍କୁ ହ୍ୱାଟସଆପ୍ ଲଞ୍ଚ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ସେଟିଂ ଅପ୍ସନକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଷ୍ଟୋରେଜ୍ ଓ ଡାଟା ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ । ବର୍ତ୍ତମାନ ଆପଣ ଅଟୋମେଟିକ ମିଡିଆ ଡାଉନଲୋଡ ଅପ୍ସନ ପାଇବେ, ଯାହାକୁ ଆପଣ ବନ୍ଦ କରିପାରିବେ । ଏହି ଉପାୟରେ ଆପଣ ହ୍ୟାକରମାନଙ୍କ ସହଜ ପ୍ରବେଶକୁ ରୋକି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.