ଟେକ୍

ସ୍ମାର୍ଟଫୋନ ବ୍ୟାକ୍ କଭରରେ ATM କାର୍ଡ କିମ୍ବା ଟଙ୍କା ରଖୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ!

ଆଜିର ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି । ଲୋକମାନେ ସ୍ମାର୍ଟଫୋନକୁ ନିଜ ନିଜ ଉପାୟରେ ବ୍ୟବହାର କରନ୍ତି । ଯଦିଓ ସ୍ମାର୍ଟଫୋନ୍ କଲ୍, ଚାଟିଂ, ଅନ୍ଲାଇନ୍ ପେମେଣ୍ଟ ଭଳି ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହାକୁ ପର୍ସ ଭାବରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ସ୍ମାର୍ଟଫୋନ୍ କଭରରେ ନୋଟ୍ କିମ୍ବା ଡେବିଟ୍ ତଥା କ୍ରେଡିଟ୍ କାର୍ଡ ରଖିଥିବାର ଦେଖିଥିବେ । ଯଦି ଆପଣ ମଧ୍ୟ ନିଜ ଫୋନର କଭରରେ ନୋଟ୍ କିମ୍ବା କାର୍ଡ ରଖନ୍ତି, ତେବେ ହୋଇଯାନ୍ତୁ ସାବଧାନ ।

ଅଧିକାଂଶ ଲୋକ ବର୍ତ୍ତମାନ ନିଜ ଫୋନର ବ୍ୟାକ୍ କଭରରେ ୨୦, ୧୦୦, ୨୦୦ କିମ୍ବା ୫୦୦ ଟଙ୍କିଆ ନୋଟ୍ ରଖୁଛନ୍ତି । ଲୋକମାନେ ଭାବନ୍ତି ଯେ ଏହି ଟଙ୍କା ଖର୍ଚ୍ଚହେବାରୁ ବଞ୍ଚିପାରିବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହି ଟଙ୍କାର ବ୍ୟବହାର କରାଯାଇପାରିବ । ଲୋକମାନେ ଜାଣନ୍ତି ନାହିଁ ଯେ ଫୋନର ବ୍ୟାକ୍ କଭରରେ ଟଙ୍କା ରଖିବାର ଏହି ଅଭ୍ୟାସ ସେମାନଙ୍କର ମହଙ୍ଗା ଫୋନକୁ ନଷ୍ଟ କରିପାରେ ।

ସ୍ମାର୍ଟଫୋନର ବ୍ୟାକ୍ କଭରରେ ଏକ ନୋଟ୍ ରଖିବା କିମ୍ବା ଏଥିରେ କ୍ରେଡିଟ୍ କାର୍ଡ ରଖିବା ଆପଣଙ୍କ ପାଇଁ ବହୁତ କ୍ଷତି କରିପାରେ । ଏହି ଅଭ୍ୟାସ କେବଳ ଆପଣଙ୍କ ଫୋନ୍ ନୁହେଁ ଆପଣଙ୍କ ପାଇଁ ମଧ୍ୟ ଶାରୀରିକ କ୍ଷତି ଘଟାଇପାରେ । ତେବେ ଆସନ୍ତୁ ଆଜି ଜାଣିବା କାହିଁକି ଫୋନର ବ୍ୟାକ୍ କଭର ପଛରେ ନୋଟ୍ ଏବଂ ଏଟିଏମ୍ କାର୍ଡ ରଖାଯିବା ଉଚିତ ନୁହେଁ ଏବଂ ଏହାର ଫୋନ ଉପରେ କ’ଣ ପ୍ରଭାବ ପଡିବ?

ବାସ୍ତବରେ, ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଯେତେବେଳେ ବି ଆମେ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରୁ, ଏହା ଗରମ ହୋଇଯାଏ । ଏଭଳି ଘଟିବାର କାରଣ ହେଉଛି ଫୋନ ଚାଲିବା ସମୟରେ ଅଧିକ ପାୱାର କଞ୍ଜ୍ୟୁମ କରେ ଏବଂ ଏହା ହିଟ ଜେନେରେଟ କରେ । ଯେତେବେଳେ ଆମେ ଫୋନ୍ ବ୍ୟବହାର କରୁ, ସେଥିରୁ ବାହାରୁଥିବା ହିଟ୍ ବ୍ୟାକ୍ ପ୍ୟାନେଲରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ । ବ୍ୟାକ୍ ପ୍ୟାନେଲ୍ ହେଉଛି ଏକ ଏଭଳି ଅଂଶ ଯାହା ସବୁଠାରୁ ଉତ୍ତପ୍ତ ହୋଇଥାଏ ।

ଯଦି ଆମେ ଆମ ଫୋନରେ କଭର ଲଗାଇଥାଉ, ଏହା ଫୋନରୁ ବାହାରୁଥିବା ହିଟ ଫ୍ଲୋକୁ କମ କରିଦେଇଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଏକ ନୋଟ୍ କିମ୍ବା ଆମର ଏଟିଏମ୍ କାର୍ଡକୁ ଫୋନର ବ୍ୟାକ୍ କଭରରେ ରଖୁ, ଫୋନର ହିଟ୍ ବାହାରିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଏ ।

ବାସ୍ତବରେ, ଏଟିଏମ୍ କାର୍ଡ ଏବଂ ନୋଟ୍ ବ୍ୟାକ କଭର ଉପରେ ଏକ ଅତିରିକ୍ତ ଲେୟାର ଭାବରେ କାମ କରିବା ଆରମ୍ଭ କରେ । ଯେତେବେଳେ ଆମେ ଫୋନରେ ଭିଡିଓ ଦେଖୁ କିମ୍ବା ଗେମିଙ୍ଗ କାର୍ଯ୍ୟ କରୁ, ଅଧିକ ହିଟ ଉତ୍ପନ୍ନ ହୁଏ ଏବଂ ଏହା ବାହାରକୁ ଯିବା ପାଇଁ ସ୍ଥାନ ପାଇ ନଥାଏ । ଯେତେବେଳେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ହିଟ ଜେନେରେଟ ହୁଏ, ଏହା ଫୋନ୍ ବିସ୍ଫୋରଣ ହେବାର ସମ୍ଭାବନା ବଢ଼ାଇଥାଏ ।

ନେଟୱର୍କରେ ମଧ୍ୟ ସମସ୍ୟା ଦେଖାଯିବା ଆରମ୍ଭ କରେ:
ଆପଣଙ୍କୁ କହି ରଖୁଛୁ ଯେ ପ୍ରାୟ ସମସ୍ତ ସ୍ମାର୍ଟଫୋନରେ କମ୍ପାନୀଗୁଡିକ ଆଣ୍ଟିନାକୁ ଟପରେ ସେଟ୍ କରନ୍ତି । ଯଦି ଆମେ ଫୋନର ବ୍ୟାକ କଭର ପଛରେ ଏକ ନୋଟ୍ କିମ୍ବା କ୍ରେଡିଟ୍-ଡେବିଟ୍ କାର୍ଡ ରଖୁ, ତେବେ ଏହା ସଠିକ୍ ନେଟୱାର୍କ ପାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରେ । ନୋଟ୍ କିମ୍ବା କାର୍ଡ ରଖିବା ହେତୁ ଯେତେବେଳେ ଆମେ ଫୋନ୍ ଚାର୍ଜିଂରେ ରଖୁ, ଏହା ଅଧିକ ଗରମ ହୋଇଯାଏ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଫୋନରେ ନୋଟ୍ କିମ୍ବା ଏଟିଏମ୍ କାର୍ଡ ରଖିଛନ୍ତି, ତେବେ ଆଜି ହିଁ ନିଜର ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଏହି କାମ ଖୁବ ସାଧାରଣ ଦେଖାଯାଏ କିନ୍ତୁ ଏହା ବଡ କ୍ଷତି ଘଟାଇପାରେ ।

Srujanika Panda

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

24 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

28 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

31 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

36 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

48 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

54 mins ago