ସାବଧାନ ! ନଚେତ ଆପଣଙ୍କୁ କେତେବେଳେ ବି ବ୍ୟାନ କରିଦେଇପାରେ WhatsApp

ବିଶ୍ଵବ୍ୟାପୀ ଗୁଗୁଲ ପ୍ଲେ ଷ୍ଟୋରରୁ ସର୍ବାଧିକ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ ଡାଉନଲୋଡ କରିବା ତାଲିକାରେ ଆଗରେ ଅଛି ହ୍ୱାଟ୍ସ ଅପ । ଫେସବୁକ ଅଧୀନରେ ଥିବା ଏହି ମେସେଜିଙ୍ଗ ଆପ ଲଗାତାର ଭାବରେ ନିଜ ପ୍ଲାଟ୍ଫର୍ମରେ ୟୁଜର୍ସ ମାନଙ୍କ ପାଇଁ ଫିଚର ଗୁଡିକରେ ନୂଆ ନୂଆ ପରିବର୍ତ୍ତନ ମାନ ଆଣୁଥିଲେ ମଧ୍ୟ କିନ୍ତୁ ଅନ୍ୟ ମେସେଜିଙ୍ଗ ଆପ ଗୁଡିକ ପରି ସେତେଟା କଷ୍ଟମାଇଜେସନ କିମ୍ବା ମେସେଜ ଗୁଡିକୁ ଆଉଥରେ ସଠିକ କରିବା ନେଇ କୌଣସି ଲାଟେଷ୍ଟ ଟେକନିକ ଆଣିପାରିନାହିଁ । ଏଯାବତ ଏହି ଆପରେ ଏକାଧିକ ଆକାଉଣ୍ଟ ବ୍ୟବହାର କରିବା ନେଇ ଟେକନିକ ବି ଲଞ୍ଚ ହୋଇନାହିଁ । କିନ୍ତୁ କିଛି ଡେଭଲପର ମାନେ ନିଜ ନିଜ ଚେଷ୍ଟାରେ ହ୍ୱାଟ୍ସ ଅପର ନୂଆ ନୂଆ ଭର୍ସନ ଆବିଷ୍କାର କରିଛନ୍ତି ଯାହାକୁ ଯେକୌଣସି ଆଣ୍ଡ୍ରଏଡ଼ ଫୋନରେ ବ୍ୟବହାର କରାଯାଇପାରୁଛି । ଅନ୍ୟପକ୍ଷରେ, କମ୍ପାନୀ ପକ୍ଷରୁ ଏହି ସବୁ ନୂଆ ଭର୍ସନକୁ ବ୍ୟବହାର ନକରିବା ପାଇଁ ବାରମ୍ବାର ସତର୍କତା ଜାରି କରାଯାଇଛି । ଆଉ ମଧ୍ୟ କୁହାଯାଇଛିଯେ ଏହି ସମସ୍ତ ଭର୍ସନ ଗୁଡିକୁ ଖୁବଶୀଘ୍ର Whats App ବ୍ୟାନ କରିବା ନେଇ ଶୁଣାଯାଉଛି ।

WhatsApp Delta କିମ୍ବା GBwhatsapp ଡେଲଟାକୁ Deltalabs ସ୍ଟୁଡ଼ିଓ ପକ୍ଷରୁ ଡେଭଲପ କରାଯାଇଛି । ଯାହାକୁ GBWhatsappର ଅପଡେଟଡ଼ ଭର୍ସନ ଭାବେ ଧରାଯାଏ । Whatsapp ଅନେକ ସଂଖ୍ୟକ କଷ୍ଟମରାଜାଇଜେସନ ଯେମିତିକି ପ୍ରାଇମେରୀ କଲର, ଆସେଣ୍ଟ କଲର, ଆପ୍ଲିକେସନ ଥିମ, କଷ୍ଟମ ଫଣ୍ଟ ଷ୍ଟାଇଲ, ହୋମ ୟୁଆଇ, ମେସେଜ ୟୁଆଇ ଆଦି ଜାରି କରାଯାଇଛି । ଏଗୁଡିକ ବାଦ ଏହି ମୋଡରେ ଅଟୋ ପ୍ଲେ, ଥାର୍ଡ଼ ପାର୍ଟି ଭିଡିଓ ପ୍ଲେୟାର, କଲ ବ୍ଲକ, ହାଇଡ଼ ଅନଲାଇନ ସ୍ଟାଟସ, ହାଇଡ଼ ଟାଇପିଙ୍ଗ ନୋଟିଫିକେସନ, ଡୁ ନଟ ଡିଷ୍ଟର୍ବ ଅନ୍ୟାନ ଭର୍ସନ ଆଦି ଜାରି କରାଯାଇସାରିଛି । ଏହା ସହ ୟୁଜର ମାନେ ଅଧିକ ବଡ ଅଡିଓ ଫାଇଲ, ଭିଡିଓ ଫାଇଲ, ହାଇ ରିଜୋଲୁସନ ଇମେଜ ସେଣ୍ଡ କରିପାରିବାର ସୁବିଧା ଆଗରୁ ଥିଲା । ଏହାସହ ସ୍ଟାଟସକୁ ଏକ୍ସଟେଣ୍ଡ କରିବାର କ୍ଷମତା ବି ଏହି ସବୁ ଆପରେ ରହିଛି । ଗୁଗୁଲ ପକ୍ଷରୁ ଏହାର ପ୍ଲାଟ୍ଫର୍ମରେ ମୋଡ଼ିଫାଏଡ ଆପ୍ପ ଜାରି କରାଯିବାର ସୁବିଧା ନଥିବାରୁ Whatsapp ଡେ଼ଲ୍ଟାକୁ ଡାଉନଲୋଡ କରାଯାଇ ପାରିନାହିଁ । କିନ୍ତୁ ଯଦି ୟୁଜର ଚାହିଁଲେ କୌଣସି ଥାର୍ଡ ପାର୍ଟି ୱେବ ସାଇଟରୁ ଏହାକୁ ଡାଉନଲୋଡ଼ କରାଯାଇ ବ୍ୟବହାର କରାଯାଇପାରିବ ।

କିନ୍ତୁ ସବୁବେଳେ ମନେ ରଖିବେ ସମସ୍ତ ମୋଡିଫଏଡ ଭର୍ସନ ଗୁଡିକ ବେଆଇନ ଓ ଏଯାବତ ଗୁଗୁଲ ପକ୍ଷରୁ ଏଗୁଡ଼ିକୁ ସ୍ୱୀକୃତି ମିଳିନାହିଁ । କୌଣସି ପ୍ରକାର ଅଭିଯୋଗ ଉଠିଲେ କମ୍ପାନୀ ପକ୍ଷରୁ ଏହାକୁ ରଦ୍ଧ କରିଦିଆ ଯାଇପାରେ । ୟୁଜର ମାନଙ୍କ ଫୋନ ନମ୍ବରକୁ ବ୍ଲକ କରାଯାଇ ୟୁଜରଙ୍କ ବିରୋଧରେ ପଦକ୍ଷେପ ନିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.