ଏୟାର ପ୍ୟୁରିଫାୟର କିଣିବା ପୂର୍ବରୁ ଜାଣି ନିଅନ୍ତୁ ତା’ର କ୍ଷମତା ଏବଂ ଉପଯୋଗିତା

ସାଧାରଣତଃ ବଜାରରୁ ଆମେ ଫ୍ରିଜ, ଏସି, ଟିଭି ଭଳି ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ ଜିନିଷ କିଣିବା ଆଗରୁ ତାହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସିଲ କରିଥାଉ। ଜିନିଷର କ୍ଷମତା, ଉପଯୋଗିତା ଠାରୁ ଆରମ୍ଭ କରି ବିଭିନ୍ନ ଗୁଣ ବିଷୟରେ ମଧ୍ୟ ତଦାରଖ କରିଥାଉ। କାରଣ ଏପରି କରିବା ଦ୍ୱାରା ଆମ ମନକୁ ମଧ୍ୟ ଏକ ପ୍ରକାର ଆଶ୍ୱାସନା ମିଳିଯାଏ।
ଏବେ ଚାରିଆଡେ ଅଧିକ ମାତ୍ରାରେ ପ୍ରଦୂଷଣର ମାତ୍ରା ବଢିଯାଇଛି। ଯାହାଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଦିଲ୍ଲୀ ଠାରୁ ଆରମ୍ଭ କରି ଅନେକ ବଡ ବଡ ସହରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି ବଢୁଥିବା ପ୍ରଦୂଷଣ ଘରମାନଙ୍କରେ ଆଉ ଏକ ବୈଦ୍ୟୁତିକ ଉପକରଣକୁ ବଢାଇଦେଇଛି। ଦେଶର ପ୍ରମୁଖ ସହରମାନଙ୍କରେ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ପ୍ରତି ଘରମାନଙ୍କରେ ଏୟାର ପ୍ୟୁରିଫାଆର ଲଗାଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଯଦି ଆପଣ ଏପରିଏୟାରପ୍ୟୁରିଫାୟର କିଣିବାକୁ ଚାହୁଁଛନ୍ତି, ତେବେ କିଛି ଏହା ବିଷୟରେ ଜାଣିନିଅନ୍ତୁ-
– ବଜାରରେ ଅନେକ ପ୍ରକାରର ଏୟାର ପ୍ୟୁରିଫାୟରର ଉପଲବ୍ଧ। ଏହାର ବିଭିନ୍ନ ପ୍ରକାର ଟେକନୋଲଜି ବଜାରରେ ଆପଣ ପାଇପାରିବେ। ଆୟନାଇଜିଂ ପ୍ୟୁରିଫିକେସନରେ ହାଇ ଭୋଲଟେଜ କରେଣ୍ଟ ଦ୍ୱାରା ଏଆର ପାର୍ଟିକିଲ୍ସକୁ ଆୟନାଇଜିଂ କରାଯାଏ। ଏଥିରେ ହେପା ଫିଲଟର, ଏୟାର ପ୍ୟୁରିଫାୟାରର (ବିଓସି)କୁ ଫିଲଟର କରି ବାହାର କରିଦିଏ ଏବଂ ଏହାଦ୍ୱାରା ଦୁର୍ଗନ୍ଧ ମଧ୍ୟ କମ୍ ହୋଇଥାଏ। ଅତି ବାଇଗଣୀ ରଶ୍ମି ଦ୍ୱାରା ରୋଗାଗ୍ରସ୍ତ କରାଉଥିବା ଜୀବାଣୁ ଏବଂ କୀଟାଣୁ ଗୁଡିକୁ ମଧ୍ୟ ନାଶ କରିବାର କ୍ଷମତା ରଖିଥାଏ ଏହି ପ୍ୟୁରିଫାୟର।
– ଏସି ଭଳି ଏୟାର ପ୍ୟୁରିଫାୟର ପ୍ରମୁଖ ଜିନିଷ, ଯାହା ଫାଇବର ସିଟସରୁ ପାର୍ଟିକ୍ୟୁଲସକୁ ଟ୍ରାପ କରିଥାଏ। ଆକ୍ଟିଭେସନ କାର୍ବନ ଭୋଲଟାଇଲ ଅର୍ଗାନିକ କମ୍ପାଉଣ୍ଡର କ୍ଷମତା ମଧ୍ୟ ଅଲଗା ରହିଥାଏ। ଯେଉଁ ଭଳି ଏସିର କ୍ଷମତା ଟନରେ ମପାଯାଇଥାଏ, ସେହିପରି ଏପି (ଏୟାର ପ୍ୟୁରିଫାୟାର)ର କ୍ଷମତା ‘କଲିନ ଏଆର ଡେଲିଭରୀ ରେଟ’ (ସିଏଡିଆର) ଦ୍ୱାରା ମପାଯାଏ। ଅଧିକ ସିଏଡିଆର କ୍ଷମତା ରହିଥିବା ଏପି ଲଗାଇବା ଦ୍ୱାରା ବଡ ରୁମ ଖୁବଶୀଘ୍ର ସଫା ହୋଇଯାଏ।
– ଘରମାନଙ୍କରେ ବ୍ୟବହାର କରାଯାଉଥିବା ଏପିର କ୍ଷମତା ୩୦ ଓ୍ଵାଟରୁ ଆରମ୍ଭ କରି ୫୦ ଓ୍ଵାଟ ପର୍ଯ୍ୟନ୍ତ ରହିଥାଏ। ତେଣୁ କରି ଏହାକୁ ଚଲାଇବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନଥାଏ। ପ୍ରତି ଛଅ ମାସରେ ଏଥିରେ ପାର୍ଟିକିଲ୍ସ, ଅତି ବାଇଗଣୀ ରଶ୍ମି ଲ୍ୟାମ୍ପ, ହେପା ଫିଲଟର୍ସକୁ ବଦଳାଇବାକୁ ପଡିଥାଏ।
ଏହାସହ ପଢ଼ନ୍ତୁ ; ମାଇକ୍ରୋସଫ୍ଟ ୱିଣ୍ଡୋଜ ୧୦ର ବ୍ୟବହାରକାରୀ ହୋଇପାରନ୍ତି ହ୍ୟାକିଂର ଶିକାର, କମ୍ପାନୀ ଦେଲା ଚେତାବନୀ
– କିଛି ବ୍ରାଣ୍ଡ୍କୁ ଭଲ ରେଟିଂ ମଧ୍ୟ ମିଳିଥାଏ। ବଜାରରେ ବହୁତ ସାଉଣ୍ଡ ଲେସ ଏପି ମଧ୍ୟ ମିଳୁଛି। ଆପଣ ଯଦି ଚାହିଁବେ ଏହାକୁ ବ୍ୟବହାର କରିପାରିବେ।
– ଯଦି ଆପଣଙ୍କ ଏପି ଅଧିକ ସାଉଣ୍ଡ କରେ, ତାହେଲେ ଆପଣଙ୍କୁ ଫିଲଟର୍ସ ପରିବର୍ତ୍ତନ କରିବାକୁ ପଡିଥାଏ।
– ସ୍ମାର୍ଟ ଏସି ଭଳି ସ୍ମାର୍ଟ ଏପି ମଧ୍ୟ ବଜାରରେ ଉପଲବ୍ଧ ରହିଛି। ଏଥିରେ ସବୁକିଛି ଅଟୋମେଟିକ ହିଁ ରହିଥାଏ। କେବଳ ଏତିକି ନୁହେଁ, ଓ୍ଵାଇ ଫାଇ ବ୍ୟବହାର କରି ଆପଣ ଏହାକୁ ଅପରେଟ ମଧ୍ୟ କରିପାରିବେ।