ଏବେ ଓପନ ସେଲରେ ମିଳିବ ୧୦,୦୦୦ରୁ କମ ଦାମର ଦମଦାର ସ୍ମାର୍ଟଫୋନ, ପାଆନ୍ତୁ 5000mAhର ବ୍ୟାଟେରୀ

Infinix Hot 9କୁ କମ୍ପାନୀ ଅନେକଥର ଫ୍ଲାସ ସେଲରେ ଉପଲବ୍ଧ କରାଇଛି କିନ୍ତୁ ଫ୍ଲାସ ସେଲରେ ଅନେକ ଥର ଆଉଟ ଅଫ ଷ୍ଟକ୍ ହୋଇଥାଏ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫୋନ୍ କିଣିପରି ନାହାନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବଜେଟ୍ ଫୋନ୍ ପାଇଁ ଲୋକପ୍ରିୟ କମ୍ପାନୀ ଏହାର ଇନଫିନିକ୍ସ ହଟ୍ 9 କୁ ଓପନ ସେଲରେ ଉପଲବ୍ଧ କରାଇଛି । ଅର୍ଥାତ୍ ଏହି ଫୋନ୍ ବର୍ତ୍ତମାନ ଯେକୌଣସି ସମୟରେ ବି କିଣି ପାରିବେ ।

କମ୍ପାନୀ ଏହାର ଟ୍ୱିଟର ଅଫିସିଆଲ ଆକାଉଣ୍ଟରୁ ଏହି ସୂଚନା ଦେଇଛି । କମ୍ପାନୀ ଲେଖିଛି ଯେ ‘Great News for HOT 9 fans! ବର୍ତ୍ତମାନ ଏହି ଫୋନ୍ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଏହା ଫ୍ଲିପକାର୍ଟରୁ ଏବେ 24*7 କିଣାଯାଇପାରିବ । ଏହାକୁ କିଣିବା ପାଇଁ କମ୍ପାନୀ ଲିଙ୍କ୍ ମଧ୍ୟ ସେୟାର କରିଛି । କମ୍ପାନୀ ଏହି ଫୋନର ମୂଲ୍ୟ ମାତ୍ର 9,499 ଟଙ୍କା ରଖିଛି ଯାହା ଏହାର 4 GB RAM + 64 GB ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ ଅଟେ । ଏହି ଶସ୍ତା ଫୋନରେ କମ୍ପାନୀ କ୍ୱାଡ କ୍ୟାମେରା ଏବଂ ଶକ୍ତିଶାଳୀ ବ୍ୟାଟେରୀ ଭଳି ଫିଚର୍ସ ଦେଇଛି ।


ଇନଫିନିକ୍ସ ହଟ୍ 9 ଏକ ପଞ୍ଚ୍ ହୋଲ୍ ଡ଼ିସପ୍ଲେ ସହିତ ଆସିଥାଏ । ଇନଫିନିକ୍ସ ହଟ୍ 9 ପ୍ରୋରେ 6.6-ଇଞ୍ଚ ଫୁଲ୍ HD ପ୍ଲସ୍ ପଞ୍ଚ ହୋଲ୍ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ 1600 x 720 ପିକ୍ସେଲ । କମ୍ପାନୀର ଏହି ଶସ୍ତା ଫୋନ୍ ମିଡିଆଟେକ୍ Helio P22 ଅକ୍ଟା-କୋର ପ୍ରୋସେସରରେ କାମ କରେ । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ଉପରେ ଆଧାରିତ XOS 6.0 ଅପରେଟିଂ ସିଷ୍ଟମରେ କାମ କରେ । ଫୋନ୍ ପଛରେ ଏଲଇଡି ଫ୍ଲାସ୍ ମଧ୍ୟ ଉପଲବ୍ଧ । ଏହି ଫୋନର କ୍ୟାମେରାରେ ଗୁଗୁଲ୍ ଲେନ୍ସ ଭଳି ବୈଶିଷ୍ଟ୍ୟ ମଧ୍ୟ ଅଛି ।

ଏହି ଫୋନର ସବୁଠାରୁ ବିଶେଷ କଥା ହେଉଛି ଏହାର କମ୍ ମୂଲ୍ୟରେ କ୍ୱାଡ୍ ରିୟର କ୍ୟାମେରା । ଏହାର ପ୍ରାଇମେରୀ କ୍ୟାମେରା ହେଉଛି 13 ମେଗାପିକ୍ସେଲ । ଏହା ବ୍ୟତୀତ ଫୋନରେ 2 ମେଗାପିକ୍ସେଲ ସେନସର ଏବଂ 2 ମେଗାପିକ୍ସେଲର ମାକ୍ରୋ ସେନସର ଏବଂ ଲୋ ଲାଇଟ୍ ସେନସର ଦିଆଯାଇଛି । ସେଲଫି ପାଇଁ ଏହି ଫୋନରେ 8 ମେଗାପିକ୍ସେଲ କ୍ୟାମେରା ଅଛି ଏବଂ ପାୱାର ପାଇଁ ଇନଫିନିକ୍ସ ହଟ୍ 9 ପ୍ରୋରେ 5000 mAh ବ୍ୟାଟେରୀ ଦିଆଯାଇଛି ଯାହାକି 10W ଚାର୍ଜର ସହିତ ଆସିଥାଏ ।

Leave A Reply

Your email address will not be published.