ଟେକ୍

୨୦୨୨ ଏଡିସନ୍, ଭଲ କ୍ୟାମେରା ପାଇଁ କିଣନ୍ତୁ ଏହି ଫୋନ୍

ବର୍ତ୍ତମାନ ଯିଏ ବି ଫୋନ୍ କିଣୁଛନ୍ତି ସମସ୍ତେ ଚାହାଁନ୍ତି ଭଲ ଫିଚର୍ । ଖାସ କରି ସେହି ଫୋନରେ କ୍ୟାମେରା କ୍ୱାଲିଟି ଠିକ୍ ରହିବା ଦରକାର୍। ତେବେ ୨୦୨୨ ମାର୍ଚ୍ଚ ଏଡିସନରେ ରହିଛି ଅନେକ ଭଲ କ୍ୟାମେରା ଫିଚର୍ ଥିବା ଫୋନ୍। ଯାହାକୁ ଆପଣ ୨୦ ହଜାର ଟଙ୍କା ମଧ୍ୟରେ କିଣିପାରିବେ।

ତେବେ ଆସନ୍ତୁ ଜାଣିବା ଏହି ସବୁ ଫୋନ୍ ବିଷୟରେ। ୨୦ ହଜାର ଟଙ୍କା ମଧ୍ୟରେ ଭଲ ଫୋନ୍ ଗୁଡ଼ିକ ହେଉଛି ରିଅଲ୍ 9 ପ୍ରୋ, ଭିଭୋ T1, ରେଡମି ନୋଟ୍ 11T 5G ଭଳି ଫୋନ୍ ଗୁଡ଼ିକ।ସ୍ମାର୍ଟଫୋନ୍ କ୍ୟାମେରା ଟେକ୍ନୋଲୋଜିର ଉପରେ କାମ କରୁଛି ଏବଂ ଅନେକ ଡିଭାଇସ୍ ବର୍ତ୍ତମାନ 8K ଭିଡିଓ ରେକର୍ଡ କରିପାରିବ। ଠିକ୍ ସେହିଭଳି ୨୦ ହଜାରରୁ କମ୍ ଫୋନ୍ ଗୁଡିକ ବର୍ତ୍ତମାନ ଭଲ କ୍ୟାମେରା, କ୍ରସ୍ ଡିସପ୍ଲେ, ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଏବଂ ଆହୁରି ଅନେକ ଆକର୍ଷଣୀୟ ଫିଚର୍ ସହିତ ମାର୍କେଟରେ ବିକ୍ରି ହେଉଛି।

ଏହି ଫୋନ୍ ମଧ୍ୟରୁ ପ୍ରଥମେ ଆସୁଛି Realme 9 Pro:

Picture credit- Wilson’s media

Realme ର ଏହି ଫୋନ୍ ଆଣ୍ଡ୍ରଏଡ୍ ୧୨ ସହିତ ମାର୍କେଟକୁ ଆସିବ। ଏହାର 6.6 ଇଞ୍ଚ ଫୁଲ- HD + LCD ଡିସପ୍ଲେ ଅଛି, ଯାହା 120Hz ଫ୍ରେସ୍ ସପୋର୍ଟ କରିବ।ଫୋନରେ ଅକ୍ଟା-କୋର କ୍ୱାଲକମ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର୍ ଦିଆଯାଇଛି, ଯାହା ଆଡ୍ରେନୋ 619 ଜିପିୟୁ ସହିତ ଆସିଥାଏ। ଏଥିରେ 8GB ପର୍ଯ୍ୟନ୍ତ RAM ରହିଛି। ଡିଭାଇସରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି, ଯାହାର ମେନ୍ ଲେନ୍ସ 64MP। ଏହା ବ୍ୟତୀତ 8MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ 2MP ମାକ୍ରୋ ଲେନ୍ସ ଦିଆଯାଇଛି । ଏହାର ଫ୍ରଣ୍ଟ କ୍ୟାମେରା ରହିଛି 16MP ସେଲଫି କ୍ୟାମେରା ।

ଭିଭୋ T1:
ଏହାପରେ ଆସୁଛି ଭିଭୋ T1 । ଏହାର ଦାମ୍ ହେଉଛି ୧୫ ହଜାର ୯୯୦ ଟଙ୍କା। ଏଥିରେ 4 ଜିବି ରାମ୍ + 128 ଜିବି ଷ୍ଟୋରେଜ୍ ଅଛି। ଭିଭୋ T1 5G 120Hz ହର୍ଜ ଫ୍ରେସ୍ ଓ 6.58-ଇଞ୍ଚ IPS FHD + ଡିସପ୍ଲେ ଏବଂ 240Hz ଟଚ୍ ରହିଛି। ଏହି ଡିଭାଇସ୍ 2.2GHz କ୍ୱାଲକମ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର ସହିତ ଆସିଥାଏ। ଭିଭୋ T1 5G ଟ୍ରିପଲ୍ ଲେନ୍ସ କ୍ୟାମେରା ହେଉଛି 50 ମେଗାପିକ୍ସେଲ ଲେନ୍ସ ଏବଂ 2 ମେଗାପିକ୍ସେଲ ସେନସର ରହିଛି। ସେଲଫି ପାଇଁ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିବ।

ପାୱାର ପାଇଁ ଏହି ଫୋନରେ 5000mAh ବ୍ୟାଟେରୀ ଦିଆଯାଇଛି, ଯାହାକୁ 18W ଫାଷ୍ଟ ଚାର୍ଜିଂ କରାଯାଇପାରି। ଏଥିରେ USB Type-C, 2.5 / 5GHz ୱାଇଫାଇ, ବ୍ଲୁଟୁଥ୍ 5.1 ଏବଂ ଡୁଆଲ୍ ନାନୋ ସିମ୍ ଅଛି ରହିଛି। ଏହାର ଓଜନ ହେଉଛି 187 ଗ୍ରାମ। ଏହାପରେ ଆସୁଛି ମୋଟୋରୋଲା ମୋଟୋ G71 । ଏହାର ଦାମ୍ ରହିଛି 18,999 ଟଙ୍କା। 6GB RAM + 128GB ଷ୍ଟୋରେଜ୍ ସହିତ ଏହି ଫୋନ୍ ମାର୍କେଟରେ ଉପଲବ୍ଧ।

ମୋଟୋ G71 5G ର 6.4 ଇଞ୍ଚ FHD ଡିସପ୍ଲେ ଅଛି, ଯାହା 1080 × 2400 ପିକ୍ସେଲ ରେଜୋଲ୍ୟୁସନ ସହିତ ଆସିଥାଏ। ଏହାର ଡିସପ୍ଲେ ଫ୍ରେସ୍ ରେଟ୍ ରହିଛି 60Hz। ଏହି ଡିଭାଇସ୍ ସ୍ନାପଡ୍ରାଗନ୍ 695 SoC ସହିତ ଆସିଥାଏ, ଯାହା ଭାରତରେ ପ୍ରଥମ। କ୍ୟାମେରା କଥା କହିବାକୁ ଗଲେ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏହାର ପଛରେ, କ୍ୱାଡ୍ ପିକ୍ସେଲ ଟେକ୍ନୋଲୋଜି ସହିତ ଏକ 50 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ଏକ 8 ମେଗାପିକ୍ସେଲ ଅଲଟ୍ରାୱାଇଡ୍ ପ୍ଲସ୍ ଡିପ୍ ସେନ୍ସର ଦିଆଯାଇଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

18 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

51 mins ago