ମାତ୍ର ୨୬ ଟଙ୍କାରେ ପାଆନ୍ତୁ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍, ଲାଭ ଆପଣଙ୍କର

ଆପଣ ନିଜ ସ୍ମାର୍ଟଫୋନ୍ ପାଇଁ ରିଚାର୍ଜ କରୁଥିବେ ନିଶ୍ଚିତ। କିନ୍ତୁ ଦିନକୁ ଦିନ ବର୍ତ୍ତମାନ ଟେକ୍ନୋଲଜି ବାଦଳିବାରେ ଲାଗିଛି। ପୁଣି ଏହା ସହିତ ଟେଲିକମ୍ କମ୍ପାନୀ ମଧ୍ୟ ନିଜ ନିଜର ରିଚାର୍ଜ ରିହାତି ବଢ଼ାଇବାରେ ଲାଗିଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହାକି ଖୁବ୍ ଶସ୍ତା। ଏମିତିକି ଏହି ପ୍ଲାନ୍ ସବୁ ୨୬ ଟଙ୍କାରେ ଆପଣଙ୍କୁ ମିଳିବ।

ଟେଲିକମ୍ କମ୍ପାନୀ ଗୁଡ଼ିକ ନିଜର ରିଚାର୍ଜ ପ୍ଲାନରେ ଶସ୍ତା ପ୍ଲାନ୍ ମଧ୍ୟ ଆଡ୍ କରନ୍ତି। ଯାହାର ମୂଲ୍ୟ ୧୦୦ ଟଙ୍କାରୁ ମଧ୍ୟ କମ୍। ଯଦି ଆପଣ ନିଜର ସେକେଣ୍ଡାରୀ ସିମକୁ ଚାଲୁ କରିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ପ୍ଲାନ୍। ତେବେ ଆସନ୍ତୁ ଜାଣିବା ଏହି ସବୁ ଶସ୍ତା ରିଚାର୍ଜ ପ୍ଲାନ୍ ବିଷୟରେ।

Jio ର ଶସ୍ତା ପ୍ଲାନ୍: 

Jio ୨୬ ଟଙ୍କାରେ ସବୁଠାରୁ ଶସ୍ତା ପ୍ଲାନ୍ ଦେଉଛି। ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ଓ 2GB ଡାଟା ମିଳେ। ୨୮ ଦିନର ଭାଲିଡିଟି ସହିତ ଆସୁଥିବା ୬୨ ତାଙ୍କର ରିଚାର୍ଜ ପ୍ଲାନ୍ ସବୁଠାରୁ ବେଷ୍ଟ। ଏହି ପ୍ଲାନରେ 6 GB ଡାଟା ମିଳେ। ଏହି ପ୍ଲାନରେ କଲିଙ୍ଗ ଓ SMS ର ସୁବିଧା ନାହିଁ।

Airtel ର ଶସ୍ତା ପ୍ଳାନ: 

ଏହାପରେ ଆସୁଛି Airtel ର ଶସ୍ତା ପ୍ଳାନ। ଏହାର ୯୯ ତାଙ୍କର ପ୍ଲାନ୍ ୨୮ ଦିନର ଭାଲିଡିଟି ସହିତ ୯୯ ଟଙ୍କାର ଟକଟାଇମ୍ ରହିଛି। ପ୍ଲାନରେ ସଂପୂର୍ଣ୍ଣ ୨୮ ଦିନ ପାଇଁ ୨୦୦ ଏମବି ଡାଟା ଦିଆଯାଉଛି।

VI ର ଶସ୍ତା ପ୍ଲାନ୍:
VI ବା ଭୋଡାଫୋନ୍ ଆଇଡିଆର ୯୮ ଟଙ୍କା ଥିବା ପ୍ଲାନରେ ଆପଣଙ୍କୁ ୧୫ ଦିନର ଭାଲିଡିଟି ସହିତ ଅନଲିମିଟେଡ କଲିଙ୍ଗ ଓ 200 MB ଡାଟା ମିଳେ। ଏହି ପ୍ଲାନରେ SMS ର ସୁବିଧା କିନ୍ତୁ ନାହିଁ।

BSNL ର ଶସ୍ତା ପ୍ଲାନ୍:
BSNL ର ଶସ୍ତା ପ୍ଲାନ୍ ୪୯ ଟଙ୍କାରେ ଆସୁଛି। ଏହି ପ୍ଳାନରେ ୧୦୦ ମିନିଟ୍ ର ଭଏସ କଲିଙ୍ଗ ଓ ୨ ଜିବି ଡାଟା ଏବଂ ୨୦ ଦିନର ଭାଲିଡିଟି ମିଳେ।ତେବେ ଆପଣ ଏହି ସବୁ ଡାଟା ପ୍ଲାନ ନିଜ ରିଚାର୍ଜରେ ଆଡ କରି ପାରିବେ, କାରଣ ଏହି ପ୍ଲାନ ଗୁଡିକ ହେଉଛି ସବୁଠାରୁ ଶସ୍ତା ପ୍ଲାନ। କିଛି ଟେଲିକମରେ କମ୍ପାନୀ ଅଧିକ ଟଙ୍କା ନେଇଥାଆନ୍ତି, ତେଣୁ ଆପଣ ଏହି ସବୁ ପ୍ଲାନ ନିଜ ଫୋନରେ ବ୍ୟବହାର କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.