ହୋଣ୍ଡାର ଏହି କାରରେ ୧ଲକ୍ଷ ପର୍ଯ୍ୟନ୍ତ ମିଳୁଛି ବିଭିନ୍ନ ଅଫର, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ : ଆପଣ ମଧ୍ୟ ଯଦି ହୋଣ୍ଡାର କିଛି କାର କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। କାରଣ କମ୍ପାନି ତାହାର କିଛି ନିର୍ଦ୍ଦିଷ୍ଟ କାର ମାନଙ୍କରେ ଦେଉଛି ୧ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଅଫର। ଏଥିରେ ଗ୍ରାହକ ରିହାତି, ମାଗଣା ଇନସୁରାନ୍ସ ଏବଂ ମାଗଣା ଉପକାରଣ ଆଦି ପାଇପାରିବେ। ଆଉ ଡ଼େରି କାହିଁକି ଆସନ୍ତୁ ଜାଣିବା ସେହି କାର ମାନଙ୍କର ନାମ ଯେଉଁଥିରେ ମିଳୁଛି ଏହି ଅଫର।

Honda Brio

ଭାରତରେ ଉପଲବ୍ଧ ରହିଥିବା ଶସ୍ତା, ସୁନ୍ଦର ଏବଂ ମଜବୁତ ଗାଡ଼ି ମଧ୍ୟରେ ରହିଛି ହୋଣ୍ଡା ବ୍ରାଇଓ। ଏହାର ମାନୁଆଲ ଭର୍ସନରେ କମ୍ପାନି ଏବେ ମାଗଣା ଇନସୁରାନ୍ସର ସୁବିଧା ଦେଇଛି। କାରରେ WR-V ପାୱାର ସହ ୧.୨ ଲିଟର ଇଞ୍ଜିନ ରହିଛି । ଏଥି ସହ ୫ଟି ସ୍ପିଡ଼ ଟ୍ରାନ୍ସମିଶନର ମଧ୍ୟ ଏଥିରେ ସୁବିଧା ଦିଆଯାଇଛି।

Honda-Brio

Honda Jazz

ଏବେ ନିକଟରେ ହିଁ ହୋଣ୍ଡା ଜାଜ୍ ୨୦୧୮କୁ ଅପେଡ଼େଟ କରାଯିବା ସହ ଏଥିରେ ସାମିଲ କରାଯାଇଛି କିଛି ନୂଆ ଫିଚର। ଏହାକୁ କିଣିବା ଦ୍ବାରା ଗ୍ରାହକଙ୍କୁ ୪ହଜାର ପର୍ଯ୍ଯନ୍ତ କରପୋରେଟ ରିହାତି, ମାଗଣା ଇନ୍ସୁରାନ୍ସ ଏବଂ ୨୦ହଜାର ଟଙ୍କାର ବିଭିନ୍ନ ଉପକରଣ ଦିଆଯିବ। ହୋଣ୍ଡାର ଏହି କାରରେ ୭୦ହଜାର ପର୍ଯ୍ଯନ୍ତ କ୍ୟାସବ୍ୟାକ୍ ମଧ୍ୟ ଦିଆଯାଉଛି।

honda-amaze

Honda Amaze

ହୋଣ୍ଡା ଆମେଜ୍ କିଣୁଥିବା ବ୍ୟକ୍ତିଙ୍କୁ କମ୍ପାନି ତରଫରୁ ୧୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମିଳିବ। ଏହା ଛଡ଼ା ଗ୍ରାହକଙ୍କୁ ୪ ରୁ ୫ବର୍ଷ ପର୍ଯ୍ଯନ୍ତ ମାଗଣା ଏକ୍ସଚେଞ୍ଜ ୱାରେଣ୍ଟି ମଧ୍ୟ ମିଳିବ।

Honda WR-V

ହୋଣ୍ଡା ଡବ୍ଲୁଆର- ଭି କିଣିବା ଦ୍ବାରା ଗ୍ରାହକଙ୍କୁ ପ୍ରଥମ ବର୍ଷ ଇନ୍ସୁରାନ୍ସରେ ୫୦ ପ୍ରତିଶତ ରିହାତି ମିଳିଥାଏ। ଏହା ଛଡ଼ା ଗ୍ରାହକଙ୍କୁ ୨୦ହଜାରର ଏକ୍ସଚେଞ୍ଜ ବୋନସ ଏବଂ ୪ହଜାର ଟଙ୍କାର କରପୋରେଟ ବୋନସ ମିଳିବ।

honda-city

Honda City

ହୋଣ୍ଡା ସିଟି କିଣିବା ଦ୍ବାରା ଗ୍ରାହକଙ୍କୁ ସମୁଦାୟ ୬୨ହଜାର ପର୍ଯ୍ଯନ୍ତ ଫାଇଦା ହୋଇପାରିବ। ଏଥିରେ ପ୍ରଥମ ବର୍ଷ ମାଗଣା ଇନସୁରାନ୍ସ ଅଫର ମିଳିବା ସହ ୨୦ହଜାର ପର୍ଯ୍ଯନ୍ତ ଏକ୍ସଚେଞ୍ଜ ବୋନସ ମିଳିବ। ଖାଲି ତାହା ନୁହଁ କମ୍ପାନି ଏଥିରେ ୮ହାଜରର କରପୋରେଟ ବୋନସ ଏବଂ ଅଧିକ ୧୦ହଜାରର ଏକ୍ସଚେଞ୍ଜ ମୂଲ୍ୟ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.