ଏହି ଲୋକପ୍ରିୟ ହ୍ୟାଣ୍ଡସେଟ ଉପରେ ଫ୍ଲିପକାର୍ଟର ରହିଛି ବଢ଼ିଆ ଡିସକାଉଣ୍ଟ , ଶୀଘ୍ର କିଣନ୍ତୁ

ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ପୁଣି ଥରେ ଆରମ୍ଭ ହୋଇସାରିଛି ବିଗ୍‌ ସେଭିଂ ଡେଜ୍‌ ସେଲ। ଗତ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଏ ଆସନ୍ତା କାଲି ମାନେ ମେ ୮ ତାରିଖ ପଯ ର୍୍ୟନ୍ତ ଚାଲୁ ରହିବ। ତେବେ ଏହି ସେଲରେ ପ୍ରତିଥର ସ୍ମାର୍ଟଫୋନ ଉପରେ ଭାରି ଛାଡ ରହିଥାଏ। କେବଳ ସ୍ମାର୍ଟଫୋନ ନୁହେଁ ବରଂ ଅନ୍ୟାନ୍ୟ ଇଲେକଟ୍ରୋନିକ ପ୍ରଡକ୍ଟ ଠୁ ଆରମ୍ଭ କରି ଡ୍ରେସ ଓ ରାସନ ଜିନିଷ ପର୍ଯ୍ୟନ୍ତ ସବୁକିିଛିରେ ଭାରି ଛୁଟ୍‌ ମିଳିଥାଏ। ତେବେ ଗ୍ରାହକଙ୍କୁ ଖୁସି କରିବା ପାଇଁ ଫ୍ଲିପକାର୍ଟ ଏହି ସେଲ ପ୍ରତି ମାସରେ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ କରିଥାଏ।

ତେବେ ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ କିନ୍ତୁ ଏହା ସୁବର୍ଣ୍ଣ ସୁଯୋଗ। ଆଜି ଆମେ ବେଷ୍ଟ ସ୍ମାର୍ଟଫୋନ ଉପରେ ଥିବା ଭାରି ଛାଡ ସମ୍ପର୍କରେ କହିବୁ। ଯାହାକୁ ଆପଣ ଖୁବ କମ ମୂଲ୍ୟରେ କିଣିପାରିବେ।

Xiaomi 11i5G:
ଲିଷ୍ଟର ପ୍ରଥମରେ ରହିଛି ସାଓମି ର 11i 5g ମଡେଲ। ସାଓମିର ଏହି ୫ଜି ହ୍ୟାଣ୍ଡସେଟ ର ଦାମ ୨୯,୯୯୯ ଟଙ୍କା ଥିବା ବେଳେ ଫ୍ଲିପକାର୍ଟରେ ଏହାକୁ ୨୪,୯୯୯ ଟଙ୍କାରେ ବିକା ଯାଉଛି। ଯେକୌଣସି ବ୍ୟାଙ୍କର ଆପଣ ଚାହିଁଲେ କ୍ରେଡିଟ –ଡେବିଟ କାର୍ଡ ବ୍ୟବହାର କରିପାରିବେ। ଯେଉଁଥିରେ ଆପଣଙ୍କୁ ୫ହଜାର ଟଙ୍କାର ଡିସକାଉଣ୍ଟ ମିଳିବ। ତେବେ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କଲେ ଆପଣଙ୍କୁ ଏକ୍ସଟ୍ରା ହଜାରେ ଟଙ୍କା ଛୁଟ୍‌ ମିଳିବ। ଏହାବ୍ୟତିତ ଏକ୍ସଚେଞ୍ଜ ଅଫର ମିଶାଇଲେ ଆପଣ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବଚତ୍‌ କରିପାରିବେ। ଏହିଭଳି ଭାବେ ଆପଣ ଏହି ଫୋନକୁ କେବଳ ମାତ୍ର ୯୯୯ ଟଙ୍କାରେ କିଣିପାରିବେ।

iPhone 11:
୫୪,୯୦୦ ଟଙ୍କା ଥିବା ଆଇଫୋନର ଏହି ମଡେଲକୁ ଆପଣ ୪୪,୯୯୯ ଟଙ୍କାରେ କିଣିପାରିବେ। ଏକ୍ସଚେଞ୍ଜ ଅଫର ମିଶାଇବା ପରେ ଆପଣ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ବଚତ୍‌ କରିପାରିବେ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କଲେ ଆପଣ ୨ ହଜାରଟଙ୍କା ପର୍ଯ୍ୟନ୍ତ ଛାଡ ପାଇପାରିବେ। ଏମିତିରେ ଫୋନର ଦାମ ୨୯,୯୯୯ ଟଙ୍କା ହୋଇଯିବ।

Poco c31:
11,999 ଟଙ୍କା ଥିବା ଏହି ସ୍ମାର୍ଟଫୋନକୁ ଆପଣ ୮,୯୯୯ ଟଙ୍କାରେ କିଣିପାରିବେ। ଏକ୍ସଚେଞ୍ଜ ଅଫର ମିଶିବା ପରେ ଆପଣ ଏହାକୁ ୮,୪୫୦ ଟଙ୍କା ପର୍ଯ୍ୟନ୍ତ ଛାଡ ପାଇପାରିବେ। ମାନେ ଆପଣ ଏହି ଫୋନକୁ ମାତ୍ର ୫୪୯ ଟଙ୍କାରେ କିଣିପାରିବେ।

Oppo F19 pro+ 5G:
ଏହି ମଡେଲର ପ୍ରକୃତ ଦାମ ହେଉଛି ୨୯,୯୯୦ ଟଙ୍କା । ଯାହା ୧୯,୯୯୦ ଟଙ୍କାରେ ବିକାଯାଉଛି। ଏକ୍ସଚେଞ୍ଜ ଅଫର ମିଶିବା ପରେ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ପାଇପାରିବେ। ଏସବିଆଇ କାର୍ଡ ବ୍ୟବହାର କଲେ ଆପଣ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ପାଇବେ। ପରେ ଆପଣ ଏହି ଫୋନକୁ କେବଳ ୫,୯୯୦ ଟଙ୍କାରେ ଘରକୁ ଆଣିପାରିବେ।

Moto G31:
ମୋଟୋରୋଲାର ଏହି ସ୍ମାର୍ଟ ସେଟକୁ ଆପଣ ୧୦,୯୯୯ ଟଙ୍କାରେ କିଣିପାରିବେ। ପ୍ରକୃତରେ ଏହାର ଅରିଜିନାଲ ଦାମ ରହିଛି ୧୩,୯୯୯ ଟଙ୍କା। ତେବେ ଏକ୍ସଚେଞ୍ଜ ଅଫର ସହିତ ଆପଣ ଏହାକୁ ୧୦,୪୫୦ ଟଙ୍କାରେ କିଣିପାରିବେ । ପରେ ଆପଣ ଏହି ଫୋନକୁ ମାତ୍ର ୫୪୯ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.