ସାବଧାନ! ଯଦି ଆପଣଙ୍କ ଫୋନ୍‌ରେ ଅଛି ଏହି ୭ଟି ଆପ୍ ? ତୁରନ୍ତ କରନ୍ତୁ ଡିଲିଟ୍

ଯଦି ଆପଣ ଆଣ୍ଡ୍ରୋଏଡ୍ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ରିପୋର୍ଟ ପଢିବା ଆପଣଙ୍କ ପାଇଁ ନିହାତୀ ଜରୁରୀ । କାରଣ ଆଜିର ଡିଜିଟାଲ ଯୁଗରେ ଡାଟାର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି । କୁହାଯାଉଛି ଯେ ଡାଟାକୁ ନିୟନ୍ତ୍ରଣ କରୁଥିବା ଦେଶ ବିଶ୍ୱକୁ କଣ୍ଟ୍ରୋଲ କରିବାରେ ସକ୍ଷମ ହୋଇପାରିବ । ଏହି କାରଣରୁ, ସୂଚନା କ୍ଷେତ୍ରରେ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ବାହାରକୁ ଆସୁଛି । ଅନ୍ୟପକ୍ଷରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜିକାଲି ଏହିପରି ଅନେକ ଆପ୍ ମାର୍କେଟକୁ ଆସୁଛି, ଯାହା ମାଧ୍ୟମରେ ୟୁଜର୍ସ ମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଏହାର ପ୍ଲାଟଫର୍ମରୁ ୭ ଟି ବିପଜ୍ଜନକ ଆପ୍ ଅପସାରଣ କରିଛି, ଯାହା ଡାଟା ସୁରକ୍ଷା ଦୃଷ୍ଟିରୁ ଠିକ ନୁହେଁ। ଯଦି ଆପଣ ଏହି ଆପ୍କୁ ଆପଣଙ୍କ ଫୋନରେ ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରନ୍ତୁ । ତେବେ ଆସନ୍ତୁ ସେହି ୭ ଟି ବିପଜ୍ଜନକ ଆପ୍ ବିଷୟରେ ଜାଣିବା । ଯାହାକୁ ଆପଣ ଯଥାଶୀଘ୍ର ଆପଣଙ୍କ ଫୋନରୁ ଡିଲିଟ୍ କରିବା ଉଚିତ୍।

1- Now QRcode scan
2 – battery charging animations battery wallpaper
3- emojione keyboard
4- volume booster louder sound equalizer
5- dazzling keyboard
6- super hero effect
7- classic emoji keyboard

ଆପଣଙ୍କ ଫୋନରୁ ଯଥା ଶୀଘ୍ର ଏହି ଆପ୍କୁ ଡିଲିଟ କରିବା ଉଚିତ୍। ଯଦି ଆପଣ ଏହା ନକରନ୍ତି, ତେବେ ଆପଣଙ୍କୁ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଉଲ୍ଲେଖ କରାଯାଇଥିବା ଏହି ସମସ୍ତ ଆପଗୁଡ଼ିକରେ ମାଲଓୟାର ଚିହ୍ନଟ ହୋଇଛି । ଏହି ସମସ୍ତ ଆପ୍ ମାଲଓୟାର ଟ୍ରୋଜାନ୍ ଜୋକର୍ ଦ୍ୱାରା ସଂକ୍ରମିତ । ମୋବାଇଲ୍ ଆପ୍ଲିକେସନ୍ ଡାଉନଲୋଡ୍ କରିବା ସମୟରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଆପ୍ ଇନଷ୍ଟଲ କରିବାବେଳେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ କେବଳ ଏଡିଟର୍ ଚଏସ୍ ର ପସନ୍ଦିତ ଆପ୍ ଇନଷ୍ଟଲ କରିବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.