ଟେକ୍

୭୦୦୦ ପେଟ୍ରୋଲ ପମ୍ପ ହେବ କାର ଓ ବାଇକ ଏନର୍ଜି ଷ୍ଟେସନ , ମିଳିବ ଇଭି ଚାର୍ଜିଙ୍ଗର ସୁବିଧା

ଭାରତ ପେଟ୍ରୋଲିୟମର ବଡ ରିଫର୍ମ , ଆଗକୁ ହେବାକୁ ଯାଉଛି ୭୦୦୦ ପେଟ୍ରୋଲ ପମ୍ପ ରେ ଏନର୍ଜି ଷ୍ଟେସନ । ଯାହା ହେବା ଦ୍ୱାରା ଇଭି ଚାଳକଙ୍କୁ ମିଳିବ ଗାଡି ଚାର୍ଜିଙ୍ଗର ସୁବିଧା । ପେଟ୍ରୋଲ ଦର ବଢୁଥିବାରୁ କିଛି ଲୋକେ ଇଲେକ୍ଟ୍ରି ଭାଇକେଲ କିଣିବା ପାଇଁ ମନ ସ୍ଥିର ମଧ୍ୟ କରି ସାରିଲେଣି । ଇଲେକ୍ଟ୍ରି ଗାଡି ପାଇଁ ଗ୍ରାହକମାନେ ଖୁବ ଉତ୍ସାହିତ । ଯାହାର ପ୍ରାଇସ ଓ ଫିଚର ରହିଛି ପେଟ୍ରୋଲ ଗାଡି ପରି ।
ଏହାକୁ ଆଖିଆଗରେ ରଖି ଇଲେକ୍ଟ୍ରି ଭାଇକେଲ ଭିତ୍ତିଭୂମି ଉପରେ ମଧ୍ୟ ଧ୍ୟାନ ଦିଆ ଯାଉଛି । ବହୁତ ଜଲ୍ଜି ହିଁ ଦେଶରେ ସାତ ହଜାର ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରି ଭାଇକେଲ ଚାର୍ଜିଙ୍ଗର ସୁବିଧା ମିଳିବ ।
ସାରା ଦେଶରେ ୧୯,୦୦୦ ରୁ ଅଧିକ ପେଟ୍ରୋଲ ପମ୍ପ ଚଲାଉଥିବା ମହାରତ୍ନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ନିଜର ପାଖାପାଖି ୭୦୦୦ ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରି ଚାର୍ଜିଙ୍ଗ ଷ୍ଟେସନ କରିବା ପାଇଁ ପ୍ଲାନିଙ୍ଗ କରିଛି । କମ୍ପାନୀ କହିବା ଅନୁସାରେ ଆଉ ଅଳ୍ପ ସମୟ ମଧ୍ୟରେ ସବୁ ଇଭିଚାର୍ଜିଙ୍ଗ ଷ୍ଟେସନରେ କାମ ଆରମ୍ଭ ହୋଇଯିବ ।

picture credit – The nest avenue

ଖାଲି ଏତିକି ନୁହେଁ ଏହା ଦ୍ୱାରା ବିପିସିଏଲ କୁ ମିଳିବ ନୂଆ ବିଜନେସ । କମ୍ପାନୀ ଇଭିଚାର୍ଜିଙ୍ଗ ଷ୍ଟେସନ ବା ପ୍ଲଟ ଖୋଲିବାର ପ୍ଲାନିଙ୍ଗକୁ ନେଇ କହିଛି ଯେ ଏହା ଦ୍ୱାରା ଆଗାମି ସମୟରେ ପେଟ୍ରୋଲ ଓ ଡିଜେଲ ଗାଡି ବଦଳରେ ଇଲେକ୍ଟ୍ରି ଗାଡି ଆସିବା ଦ୍ୱାରା ଇନ୍ଧନ ବା ତେଲ ବିକ୍ରିରେ ହେଉଥିବା ଅସୁବିଧା ମଧ୍ୟ କମ ହୋଇପାରିବ । ଏହା ଦ୍ୱାରା ତେଲ ରେଟ ମଧ୍ୟ କମିଯାଇପାରିବ । ପୁଣି କମ୍ପାନୀ ମାନଙ୍କ ପାଇଁ ବିଜନେସ କରିବା ପାଇଁ ସୁଯୋଗ ମିଳିବ ।

ଭାରତ ପେଟ୍ରୋଲିୟମ ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡିରେକ୍ଟର ଅରୁଣ କୁମାର ସିଂଙ୍କ କହିବା ଅନୁସାରେ ଆସନ୍ତା କିଛି ବର୍ଷରେ ୭୦୦୦ ପେଟ୍ରୋଲ ପମ୍ପ ରେ ଇଲେକ୍ଟ୍ରିକ ଭାଇକେଲ ଚାର୍ଜ କରିବା ପାଇଁ ସୁବିଧା ମିଳିବ । ଏହା ପରେ ଦେଶରେ ଇଭି ଭାଇକେଲ ବିଜନେସକୁ ପ୍ରୋତ୍ସାହନ ମିଳିବ । ଯାହାକି ସବୁ ପେଟ୍ରୋଲ ପମ୍ପରେ ଏନର୍ଜି ଷ୍ଟେସନ ନାମରେ ସମସ୍ତେ ଜାଣିବେ । ତେବେ ଭାରତ ପେଟ୍ରୋଲିୟମ ହେଉଛି ଏକ ସାର୍ବଜନିନ ପେଟ୍ରୋଲିୟମ କ୍ଷେତ୍ର । ଖାଲି ଏତିକି ନୁହେଁ ଏହା ହେଉଛି ୫୦୦ ଫର୍ଚୁନ ଗ୍ଲୋବାଲ କମ୍ପାନୀ ମଧ୍ୟରୁ ଗୋଟେ କମ୍ପାନୀ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

8 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

11 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

15 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

27 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

44 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago