Truecallerକୁ ଟକ୍କର ଦେବା ପାଇଁ ଆସିଲା ଭାରତୀୟ ଆପ୍

ଆଜିକାଲି ସବୁକିଛି ଡିଜିଟାଲ । ସ୍ମାର୍ଟଫୋନ ଯୁଗରେ ଅନେକ କାମ ଅନଲାଇନ୍ ହୋଇଯାଉଛି । ସପିଂ କରିବାଠୁ ଆରମ୍ଭ କରି ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସବୁକିଛି ଘରେ ବସି କରିହେଉଛି । ଆଜି କାଲି ମାର୍କେଟରେ ପ୍ରତିଯୋଗିତା ବଢିବାରେ ଲାଗିଛି । ଗୋଟିଏ କାମ ପାଇଁ ଅନେକ ଆପ୍ ବାହାରିଗଲାଣି । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରି ଭାରତରେ ଅନେକ ଆପ୍ସ ପ୍ରସ୍ତୁତ ହେଉଛି ଯାହା ବିଦେଶୀ ଆପକୁ ଟକ୍କର ଦେଉଛି । ୧୫ ଅଗଷ୍ଟ ୨୦୨୧ରେ କଲର ଆଇଡି ଆପ୍ ଟ୍ରୁକଲରକୁ ଟକ୍କର ଦେବା ପାଇଁ ଭାରତରେ ପ୍ରସ୍ତୁତ ଭାରତକଲର ଆପ୍ ଲଞ୍ଚ୍ ହୋଇସାରିଛି । ଏହି ଆପର ନିର୍ମାତାଙ୍କ କହିବାନୁସାରେ ସେମାନେ କିଛି ମାମଲାରେ ଟ୍ରୁକଲରଠୁ ଆଗରେ ଅଛନ୍ତି ଏବଂ ଭାରତୀୟଙ୍କୁ ଏହି ଆପ୍ ବହୁତ ଭଲ ଲାଗିବ ବୋଲି ସେ କହିଛନ୍ତି ।

ଭାରତକଲର ଆପ୍ ଏକ କଲର ଆଇଡି ଆପ୍ ଯାହାକୁ ଭାରତର କିଛି ଇଞ୍ଜିନିୟରମାନେ ପ୍ରସ୍ତୁତ କରିଛନ୍ତି । ଆଇଆଇଏମ୍ ବେଙ୍ଗାଲୋରର ପୂର୍ବତନ ଛାତ୍ର ତଥା ଏହି ଆପର ନିର୍ମାତା ଟିମର ପ୍ରମୁଖ ସଦସ୍ୟ ପ୍ରଜ୍ଜଲ ସିହ୍ନା କହିଛନ୍ତି ଯେ ଏହି ଆପ୍ ଭାରତରେ ଟ୍ରୁକଲରର ବିକଳ୍ପ ହୋଇପାରେ ଏବଂ ଏହା ସୁରକ୍ଷିତ । ସେ କୁହନ୍ତି କି କିଛି ଦିନ ପୂର୍ବରୁ ଭାରତୀୟ ସେନା ଭାରତରେ ଟ୍ରୁକଲରକୁ ବ୍ୟାନ୍ କରିଦେଇଥିଲା । ଏହି ସମୟରେ ସେମାନେ ଏହିଭଳି ଏକ ଭାରତୀୟ ଆପ୍ ପ୍ରସ୍ତୁତ କରିବା ପାଇଁ ଚିନ୍ତା କଲେ ।

ଏହି ଆପ୍ ଅନ୍ୟ ଆପ୍ସଠୁ ଭିନ୍ନ । ଏହା ନିଜ ୟୁଜର୍ସଙ୍କ କଣ୍ଟାକ୍ଟ୍ସ ଓ କଲ ଲଗ୍ସକୁ ନିଜ ସର୍ଭରରେ ସେଭ୍ କରେନି । ଏଥିରେ ୟୁଜର୍ସଙ୍କ ଉପରେ କୌଣସି ପ୍ରଭାବ ପଡିନଥାଏ । ଏହା ବହୁତ ସୁରକ୍ଷିତ ଏବଂ ୟୁଜର ଫ୍ରେଣ୍ଡଲି । ଏହି ଆପକୁ ଅନେକ ଭାଷାରେ ଲଞ୍ଚ୍ କରାଯାଇଛି । ଆପକୁ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ୟୁଜର୍ସ ସମସ୍ତେ ଡାଉନଲୋଡ୍ କରିପାରିବେ ।

 

Leave A Reply

Your email address will not be published.