ଏୟାରଟେଲ ଗ୍ରାହକଙ୍କୁ ଝଟକା, କମ୍ପାନୀ ୫୭% ବଢ଼ାଇଲା ପ୍ରିପେଡ ରିଚାର୍ଜ ପ୍ଲାନ, ଜାଣନ୍ତୁ ନୂଆ ପ୍ୟାକ ସମ୍ପର୍କରେ..

ଦେଶର ଦ୍ୱୀତିୟ ବଡ଼ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ତରଫରୁ ଆସିଛି ବହୁତ ବଡ଼ ଖବର। ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ କମ୍ପାନୀ ସବୁବେଳେ ଭଲ ଅଫର ଆଣିଥିବା ବେଳେ ଏବେ କିନ୍ତୁ ଏକ ଖରାପ ଖବର ଆଣିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ବିହାର ଔ ପଶ୍ଚିମ ଉତ୍ତର ପ୍ରଦେଶ ସମେତ ଦେଶର ୮ଟି ସର୍କିଲ ରେ ୨୮ ଦିନ ପାଇଁ ମୋବାଇଲ ଫୋନ ର ମିନିମମ୍‌ ମନ୍‌ଥଲି ପ୍ଲାନ ରେ ୫୭% ବୃଦ୍ଧି କରିଛି।

ଏୟାରଟେଲ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିଛି। କମ୍ପାନୀ ପକ୍ଷରୁ ସର୍ବନିମ୍ନ ମାସିକିଆ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରାଯାଇଛି । ଦେଶର ୮ଟି ସର୍କଲ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଗତବର୍ଷ ଶେଷ ସମୟରେ କମ୍ପାନୀ ଦୁଇଟି ସର୍କଲରେ ସର୍ବନିମ୍ନ ରିଚାର୍ଜ ପ୍ଲାନର ଦର ବୃଦ୍ଧି କରିଥିଲା । କମ୍ପାନୀ ମିନିମମ ରିଚାର୍ଜ ପ୍ଲାନରେ ୫୭ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି ।

ତେବେ କମ୍ପାନୀର ନୂଆ ଘୋଷଣା ଅନୁଯାୟୀ, ଏବେ ୯୯ ଟଙ୍କିଆ ସର୍ବନିମ୍ନ ରିଚାର୍ଜ ପ୍ଲାନକୁ ବନ୍ଦ କରାଯାଇଛି । ଅପରପକ୍ଷେ ଏହି ପ୍ଲାନକୁ ୫୭ ପ୍ରତିଶତ ବୃଦ୍ଧି କରାଯାଇ ଏବେ ୧୫୫ ଟଙ୍କା କରାଯାଇଛି । ଗତବର୍ଷ ନଭେମ୍ବର ମାସରେ କମ୍ପାନୀ ଏହି ଟାରିଫ୍ ବୃଦ୍ଧି ଓଡ଼ିଶା ଓ ହରିୟାଣାରେ ଲାଗୁ କରିଥିଲା । ଏବେ ଏହା ଉତ୍ତରପ୍ରଦେଶ ପଶ୍ଚିମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାରରେ ଲାଗୁ ହୋଇଛି ।

ଏଥିରେ ୨୦୦ ଏମବି ଇଣ୍ଟରନେଟ ଓ କଲ ପାଇଁ ଚାର୍ଜ ୨.୫ଜିବି ଟଙ୍କା ପ୍ରତି ସେକେଣ୍ଡ ଲାଗୁଥିଲା। ଏୟାରଟେଲ ହରିଆଣା ଓ ଓଡ଼ିଶାରେ ଏବେ ଅନଲିମିଟେଡ କଲ , ୧ଜିବି ଇଣ୍ଟରନେଟ ଓ ୩୦୦ ଏସଏମଏସ୍‌ ସହ ୧୫୫ ଟଙ୍କା ପ୍ରତି ମିନିମମ ରିଚାର୍ଜ ଆରମ୍ଭ କରିଥିଲା। କମ୍ପାନୀ ନଭେମ୍ବର ଆର ମ୍ଭରେ ଏହାକୁ ବଢ଼ାଇଥିଲା ପ୍ରଥମେ ଏହା ହରିଆଣା ଓ ଓଡ଼ିଶାରେ ଲାଗୁ ହୋଇଥିଲା।

ପୂର୍ବରୁ ୯୯ ଟଙ୍କିଆ ପ୍ଲାନରେ ୨୦୦ ମେଗାବାଇଟ୍ ଡାଟା ସହ ପ୍ରତି ସେକେଣ୍ଡ ପିଛା ୨.୫ ଟଙ୍କା ରେଟ୍ ରହିଥିଲା । ଏବେ ୧୫୫ ଟଙ୍କିଆ ପ୍ଲାନରେ ଗ୍ରାହକ ମାନେ ଅନଲିମିଟେଡ କଲିଂ ସୁବିଧା, ୧ଜିବି ଡାଟା ଓ ୩୦୦ ଏସଏମଏସ୍ ସୁବିଧା ପାଇ ପାରିବେ । ତେବେ ଏହି ୧୫୫ ଟଙ୍କିଆ ପ୍ଲାନ ଏବେ ଅନ୍ୟ ରାଜ୍ୟ ଜମ୍ମୁ କଶ୍ମୀର, ରାଜସ୍ଥାନ, ଉତ୍ତର ପୂର୍ବ ଓ ହିମାଚଳ ପ୍ରଦେଶରେ ମଧ୍ୟ ଲାଗୁ ହେବ । କମ୍ପାନୀ ଆଗାମୀ ଦିନରେ ସାରା ଭାରତବର୍ଷରେ ଏହାକୁ ଲାଗୁ କରିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ।