ଚୀନକୁ ବଡ଼ ଝଟକା, ଭାରତରେ ତିଆରି ହେବ iPhones ର ସମସ୍ତ ମଡେଲ

ଆଗାମୀ ଦିନରେ Apple ଭାରତରେ ସମସ୍ତ iPhone ମଡେଲ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି । ଭାରତରେ ତିଆରି ଆଇଫୋନଗୁଡ଼ିକ ଆମେରିକା ସମେତ ବିଶ୍ୱର ଅନେକ ଦେଶକୁ ଏକ୍ସପୋର୍ଟ କରାଯିବ । ଏହା ଚୀନ୍ ପାଇଁ ଏକ ବଡ଼ ଝଟକା ହେବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତ ଟେଲିକମ୍ ୨୦୨୫ ଇଭେଣ୍ଟରେ ଏହି ଇନଫରମେସନ୍ ଦେଇଛନ୍ତି । ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ, ଭାରତ ମୋବାଇଲ୍ ମେନୁଫ୍ୟାକ୍ଚରର ଏକ କେନ୍ଦ୍ର ଭାବରେ ଡେଭ୍ଲପ୍ ହେଉଛି ।

ଭାରତ ଟେଲିକମ୍ ୨୦୨୫ ଇଭେଣ୍ଟ ସମୟରେ, କେନ୍ଦ୍ର ସଂଞ୍ଚାର ମନ୍ତ୍ରୀ କହିଥିଲେ,‘‘ଆଗାମୀ ବର୍ଷଗୁଡ଼ିକରେ ଆପଲ ଭାରତରେ ଏହାର ସମସ୍ତ ପ୍ରଡକ୍ଟ ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ କରିବ ବୋଲି ନିଷ୍ପତ୍ତି ନେଇଛି’’ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତରେ ଏପରି ନିବେଶ କେବଳ ସଦିଚ୍ଛା ଦ୍ୱାରା ପରିଚାଳିତ ନୁହେଁ ବରଂ ପ୍ରତ୍ୟେକ OEM ପାଇଁ ଆର୍ଥିକ ଭାବରେ ମଧ୍ୟ ମଜବୁତ୍ ।

ଭାରତରେ ତିଆରି ହେବ ସମସ୍ତ iPhone :
ନିକଟରେ, ଆପଲ ଇୟରନିଂ କଲ୍ ସମୟରେ, କମ୍ପାନୀର ସିଇଓ ଟିମ୍ କୁକ୍ ମଧ୍ୟ ଘୋଷଣା କରିଥିଲେ ଯେ ପରବର୍ତ୍ତୀ ତ୍ରୈମାସିକ ଅର୍ଥାତ୍ ଜୁନ୍ ମାସରୁ, ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ୍ ଭାରତରୁ ରପ୍ତାନି କରାଯିବ, ଅର୍ଥାତ୍ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ହେବ । ହେଲେ ଗ୍ଲୋବାଲ୍ ମାର୍କେଟରେ ସେଲ୍ ହେଉଥିବା ଅଧିକାଂଶ ଆଇଫୋନ ଚୀନରେ ନିର୍ମିତ ହେବ । ଆମେରିକା ବ୍ୟତୀତ, ଭାରତରେ ତିଆରି ଆଇଫୋନଗୁଡ଼ିକ ୟୁରୋପୀୟ ଦେଶଗୁଡ଼ିକୁ ମଧ୍ୟ ଏକ୍ସପୋର୍ଟ ହେବା ଆରମ୍ଭ ହୋଇଛି ।

କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ର ଶେଖର ପେମାସାନି ମଧ୍ୟ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ ୨୦୧୪ ମସିହାରେ ଭାରତ ଏକ ମୋବାଇଲ ଆମଦାନୀକାରୀରୁ ଏକ ପ୍ରମୁଖ ରପ୍ତାନିକାରୀ ହେବା ଭାରତ ପାଇଁ ଗର୍ବର ବିଷୟ । ୨୦୧୪ ମସିହାରେ ଭାରତ ୬୦ ଲକ୍ଷ ମୋବାଇଲ୍ ଫୋନ୍ ନିର୍ମାଣ କରିଥିଲାବେଳେ ୨୧ କୋଟି ୟୁନିଟ୍ ଆମଦାନୀ କରିଥିଲା । ସେହିଭଳି ୨୦୨୪ମସିହାରେ, ଭାରତ ୩୩ କୋଟି ୟୁନିଟ୍ ଉତ୍ପାଦନ କରିଛି, ଯେଉଁଥିରୁ ୫ କୋଟି ୟୁନିଟ୍ ଭାରତ ବାହାରକୁ ରପ୍ତାନି କରାଯାଇଛି । ଏହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଛି ।

ଇଣ୍ଡିଆ ଟେଲିକମ୍ ୨୦୨୫ ଇଭେଣ୍ଟ ସମୟରେ, କେନ୍ଦ୍ରୀୟ ସଞ୍ଚାର ମନ୍ତ୍ରୀ କହିଥିଲେ ଯେ ଭାରତର ୯୯% ଗାଁରେ 5G ପହଞ୍ଚିସାରିଛି । ଦେଶର ୮୨% ଜନସଂଖ୍ୟାଙ୍କ ପାଖରେ 5G ନେଟୱାର୍କର ପହଞ୍ଚିବା ଏକ ବିପ୍ଳବଠାରୁ କମ୍ ନୁହେଁ । ଏଥିପାଇଁ ୪.୭ ଲକ୍ଷ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ଭାରତରେ ସୁପରଫାଷ୍ଟ ମୋବାଇଲ୍ କ୍ୟୁନିକେସନ୍ ପାଇଁ ଡିଜିଟାଲ୍ ହାଇୱେ ନିର୍ମାଣ କରାଯାଉଛି । ଏଥି ସହ ଦେଶର ୧୪୦ କୋଟି ଲୋକଙ୍କୁ ଏହାର ଲାଭ ମଧ୍ୟ ମିଳିବ ।