Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ସ୍କାମରମାନେ ପାସୱାର୍ଡ ଚୋରି କରିବା ପାଇଁ ବ୍ୟବହାର କରୁଛନ୍ତି Gemini

ଯଦି ଆପଣ Gmail ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏକ ନୂତନ Gmail ଠକେଇର ଖୁଲାସା କରିଛନ୍ତି, ଯେଉଁଥିରେ ଠକମାନେ Google Gemini AI ଟୁଲ୍ର ଅପବ୍ୟବହାର କରୁଛନ୍ତି । ଏହି ବିପଦପୂର୍ଣ୍ଣ ଠକେଇର ଉଦ୍ଦେଶ୍ୟ ହେଉଛି ୟୁଜର୍ସଙ୍କ Gmail ପାସୱାର୍ଡ ଏବଂ ଆକାଉଣ୍ଟ ଡିଟେଲ୍ସ ଚୋରି କରିବା ।

Gmailର Gemini ସ୍କାମ୍ କ’ଣ?
Gmailର Gemini ଏକ AI ଟୁଲ୍ ଯାହା ସାଇଡବାର ମାଧ୍ୟମରେ ଜିମେଲ୍ ଭଳି ଆପ୍ଲିକେସନ୍ ସହିତ ଇଣ୍ଟିଗ୍ରେଡ୍ ହୁଏ । ଏହା ଇମେଲଗୁଡ଼ିକୁ ସାରାଂଶିତ କରେ, କ୍ୟାଲେଣ୍ଡରଗୁଡ଼ିକୁ ଅପଡେଟ୍ କରେ ଏବଂ ୟୁଜର୍ସଙ୍କୁ ସ୍ମାର୍ଟ ଜବାବ୍ ଦେବାରେ ସାହାଯ୍ୟ କରେ, କିନ୍ତୁ ବର୍ତ୍ତମାନ ହ୍ୟାକର୍ସ ଏହି ଟୁଲ୍ ବ୍ୟବହାର କରି ୟୁଜର୍ସଙ୍କୁ ଠକୁଛନ୍ତି ।

ସାଇବର ସିକ୍ୟୁରିଟି ଏକ୍ସପର୍ଟ ମାର୍କୋ ଫିଗୁଏରୋଆଙ୍କ ଅନୁଯାୟୀ, ସ୍କାମରମାନେ ଆପଣଙ୍କ ଇମେଲରେ ଏକ ଲୁକ୍କାୟିତ AI ପ୍ରମ୍ପ୍ଟ ଅର୍ଥାତ AI ନିର୍ଦ୍ଦେଶାବଳୀ ପକାଇଥାନ୍ତି । ସାଧାରଣତଃ ଏହି ପ୍ରମ୍ପ୍ଟଗୁଡ଼ିକୁ ଧଳା ରଙ୍ଗ ଏବଂ ଜିରୋ ଫଣ୍ଟ ସାଇଜରେ HTML ଏବଂ CSS ମାଧ୍ୟମରେ ଇମେଲରେ ସେୟାର କରନ୍ତି ଯାହା ଫଳରେ ସେଗୁଡ଼ିକ ୟୁଜର୍ସଙ୍କ ନଜରକୁ ଆସିନଥାଏ ଏବଂ ସେମାନେ ସ୍କାମର ଶିକାର ହୋଇଥାନ୍ତି ।

ଏଥି ସହ ଜାଣିରଖନ୍ତୁ ଯେ, ଯେତେବେଳେ ୟୁଜର୍ସ ଏପରି ମେଲ୍ ଖୋଲି ଜେମିନିକୁ ଏକ ସାରାଂଶ ତିଆରି କରିବାକୁ କୁହନ୍ତି, AI ଟୁଲ୍ ଏହି ଲୁକ୍କାୟିତ ନିର୍ଦ୍ଦେଶାବଳୀ ପଢ଼ି ଏକ ନକଲି ଚେତାବନୀ ଜେନେରେଟ୍ କରେ । ଏହି ଚେତାବନୀରେ କୁହାଯାଇଛି ଯେ ଆପଣଙ୍କର Gmail ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏକ ନକଲି ଗ୍ରାହକ ସହାୟତା ନମ୍ବର ଦିଆଯାଇଛି । ଯଦି ୟୁଜର୍ସ ସେହି ନମ୍ବରରେ କଲ୍ କରନ୍ତି, ତେବେ ସ୍କାମରମାନେ ତାଙ୍କୁ ସେନସିଟିଭି ଆକାଉଣ୍ଟ ଇନଫରମେସନ୍ ଦେବାକୁ ବାଧ୍ୟ କରିପାରିବେ ।

ବର୍ତ୍ତମାନ୍ ସାରା ବିଶ୍ୱରେ Gmail ର ୧.୮ ବିଲିୟନରୁ ଅଧିକ ଆକ୍ଟିଭ୍ ୟୁଜର୍ସ ଥିବାରୁ ଏପରି ଠକେଇର ପ୍ରଭାବ ଅଧିକ ବଢ଼ିପାରେ । ତେଣୁ Googleକୁ ଏ ବିଷୟରେ ସୂଚନା ଦିଆଯାଇଛି, କିନ୍ତୁ ଯେପର୍ଯ୍ୟନ୍ତ ସୁରକ୍ଷା ଅପଡେଟ୍ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ନହୁଏ, ସେପର୍ଯ୍ୟନ୍ତ ୟୁଜର୍ସଙ୍କ ସତର୍କତା ହିଁ ସବୁଠାରୁ ବଡ଼ ଅସ୍ତ୍ର ।

Also read : Samsung, Google ଏବଂ Appleର ବଢ଼ିଲା ଟେନସନ୍, ଚୀନ୍ କମ୍ପାନୀ ଆଣୁଛି ୧୦,୦୦୦mAh ବ୍ୟାଟେରୀ ଫୋନ୍