ବର୍ତ୍ତମାନ ବଦଳିବାକୁ ଯାଉଛି ଆପଣଙ୍କର ଗୁଗଲ ସର୍ଚ୍ଚର ଅଭିଜ୍ଞତା, ଜାଣନ୍ତୁ ଏହି ବଡ଼ ପରିବର୍ତ୍ତନ କଣ ?

ଯଦି ଆପଣ ବି ଛୋଟରୁ ଛୋଟ ଜିନିଷ ଗୁଗଲ ସାହାଯ୍ୟରେ ଖୋଜୁଛନ୍ତି ତେବେ ବର୍ତ୍ତମାନ ଏଥିରେ ପରିବର୍ତନ ହେବାକୁ ଯାଉଛି । ଏବେ ଆପଣଙ୍କ ମୋବଇଲ ଫୋନରେ ଗୁଗଲ ସର୍ଚ୍ଚର ଏକ୍ସପେରିଏନ୍ସ ବଦଳିବାକୁ ଯାଉଛି ।ଏଥିପାଇଁ ଗୁଗଲ ନିକଟରେ ବଡ ପରିବର୍ତ୍ତନ କରିଛି । ଆସନ୍ତୁ ଜାଣିବା ଗୁଗଲର ଏହି ନୂଆ ପରିବର୍ତ୍ତନ ବିଷୟରେ

ପ୍ରତି ଛୋଟ ପ୍ରଶ୍ନର ଉତ୍ତର ହେଉଛି ଗୁଗଲ

ଦୈନନ୍ଦିନ ଜୀବନରେ ଆମେ ନିଜର ପ୍ରତି ଛୋଟ ପ୍ରଶ୍ନର ଉତ୍ତର ଗୁଗଲରୁ ଖୋଜି ଥାଉ। ଯଦି କୌଣସି ଉତ୍ତର ଗୋଟିଏ ପେଜ୍‌ରେ ମିଳେ ନାହିଁ ତ ଆମେ ଆଉ ଗୋଟେ ପେଜ୍‌ ଯାଇଥାଉ ଏବଂ ନିଜର ଜବାବ ମିଳିବା ଯାଏ ନିଜର ଖୋଜିବା ଜାରି ରଖିଥାଉ । ପେଜ୍‌କୁ ଆଗକୁ ବଢ଼ାଇ ଥାଉ ହେଲେ ଏବେ ଗୁଗଲ ସର୍ଚ୍ଚ ରେଜଲ୍ଟ ପେଜ୍‌ର ବଟମ୍‌ରେ ପରବର୍ତ୍ତି ପେଜ୍‌ର ଅପସନ୍‌ ଦେଖାଦେବ ନାହିଁ ।

ଆମେ ସମସ୍ତେ ଜାଣିଛେ କି ଗୁଗଲ ବିଶ୍ୱର ସବୁଠୁ ଅଧିକ ବ୍ୟବହାର କରାଯାଉ ଥିବା ସର୍ଚ୍ଚ ଇଞ୍ଜିନ୍‌ । ଏହି ସର୍ଚ୍ଚ ଇଣ୍ଟରଫେସ୍‌ର କମ୍ପାନୀ ବାରମ୍ୱାର ଛୋଟମୋଟ ପରିବର୍ତ୍ତନ କରିଥାଏ । କିଛି ପରିବର୍ତ୍ତନ ତ ଆମକୁ ଦେଖାଯାଏ , ହେଲେ ଆଉ କିଛି ପରିବର୍ତ୍ତନ ବିଷୟରେ କାହାକୁ ଜଣାପଡ଼ି ନଥାଏ । ଏହପରି ଗୁଗଲ ଆଉ ଏକ ବଡ଼ ପରିବର୍ତ୍ତନ କରିଛି । ନିକଟରେ କରାଯାଇ ଥିବା ଏହି ପରିବର୍ତ୍ତନକୁ ଆପଣ ଗୁଗଲ ସର୍ଚ୍ଚରେ କରାଯାଉଥିବା ଏହି ବର୍ଷର ସବୁଠୁ ବଡ଼ ପରିବର୍ତ୍ତନ କହି ପାରିବା ।

ଜାଣନ୍ତୁ ଏହି ବଡ଼ ପରିବର୍ତ୍ତନଟି କଣ ?

ଏବେ ଗୁଗଲ ସର୍ଚ୍ଚରେ ୧୨୩୪୫ ..ଏହିପରି ବଟମ୍‌ରେ ପରବର୍ତ୍ତି ପେଜ୍‌ର ଅନେକ ଅପସନ ଦେଖାଯାଏ । ହେଲେ ଏବେ ଗୁଗଲ ମୋବାଇଲ ପାଇଁ ଏଣ୍ଡଲେସ୍ ସ୍କ୍ରଲ୍‌ ଲେଆଉଟ୍‌ ପ୍ରଦାନ କରିଛି । ଏହାର ଅର୍ଥ ଯଦି ଆପଣ ଆପଣଙ୍କର ମୋବାଇଲ୍‌ରେ ଗୁଗଲ ସର୍ଚ୍ଚ କରୁଛନ୍ତି ତ’ ବଟମ୍‌ରେ ପରବର୍ତ୍ତି ପେଜ୍‌ର ଅପସନ୍‌ ହିଁ ଆସିବ ନାହିଁ ଏବଂ ଆପଣ ଏଣ୍ଡଲେସ୍‌ ସ୍କ୍ରଲ୍‌ କରିପାରିବେ । ଆପଣଙ୍କର ସର୍ଚ୍ଚ କ୍ୱେରୀ ସହ ଜଡ଼ିତ ଫଳାଫଳକୁ ଆପଣ ଲଗାତାର ସ୍କ୍ରଲ୍‌ କରି ଦେଖି ପାରିବେ ଏବଂ ଗୁଗଲର ପେଜ୍‌ କେବେ ବି ସରିବ ନାହିଁ ।

ବର୍ତ୍ତମାନ ଏହି ଫିଚର ଆମେରିକା ପାଇଁ ରହିଛି , ଯେଉଁଠାରେ ଏହା ଇଂରାଜୀ ସର୍ଚ୍ଚ ପାଇଁ କାମ କରିବ । ହେଲେ ଖୁବ୍‌ ଶୀଘ୍ର ହିଁ କମ୍ପାନୀ ଏହି ଫିଚରକୁ ଅନ୍ୟ ଦେଶ ଗୁଡ଼ିକ ପାଇଁ ମଧ୍ୟ ଜାରି କରିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.