Flipkartରେ ଆରମ୍ଭ ହେଲା ବଡ଼ ସେଲ୍! ଅତି ଶସ୍ତାରେ ମିଳୁଛି Realme, Samsung, Redmiର ସ୍ମାର୍ଟଫୋନ୍

ଗୋଟିଏ ପଟେ ଆମାଜନ୍ ନିଜର ପ୍ରାଇମ ଡେ ସେଲ୨୦୨୧ର ଘୋଷଣା କରିଥିବା ବେଳେ ଅନ୍ୟପଟେ ଫ୍ଲିପକାର୍ଟ ନିଜର ଇଲେକ୍ଟ୍ରୋନିକ୍ସ ସେଲ ଘୋଷଣା କରିଛି ।  ଏହାର ଶେଷ ତାରିଖ ରହିଛି ୧୩ ଜୁଲାଇ । ସେଲ ଜରିଆରେ ମୋବାଇଲ, ଟିଭି ଓ ବିଭିନ୍ନ ଉପକରଣରେ ଅଫର୍ ଦିଆଯାଉଛି । ସବୁଠାରୁ ବଡ଼ ଅଫର କହିବାକୁ ଗଲେ Realme X3 SZରେ ୬,୦୦୦ ଓ ରିଏଲମି ୭ ପ୍ରୋରେ ୪ ହଜାର ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏହା ବ୍ୟତିତ Samsung, poco ଓ Redmi ମୋବାଇଲ ବି ଶସ୍ତାରେ ଉପଲବ୍ଧ ହେଉଛି ।

– ତେବେ ବିକ୍ରିରେ Realme 7 ପ୍ରୋ ୪,୦୦୦ ଟଙ୍କା ରିହାତିରେ କିଣାଯାଇପାରିବ । ଏହି ଅଫର ଦ୍ଵାରା ଆପଣ Flipkart ଏବଂ Realme.comକୁ ଯାଇ କିଣିପାରିବେ ।

– ବିକ୍ରିରେ Samsung ଗାଲାକ୍ସି F62 ରେ ଗ୍ରାହକଙ୍କୁ ସବୁଠାରୁ ବଡ ଅଫର ଦିଆଯାଉଛି । ଏହି ଫୋନକୁ ୨୯,୯୯୯ ଟଙ୍କା ବଦଳରେ ୧୯,୯୯୯ ଟଙ୍କାରେ ଆପଣ କିଣିପାରିବେ ।

– Realme 7 Proକୁ ୪,୦୦୦ ଟଙ୍କା ରିହାତି ଓ Realme X7 Proକୁ ୩,୦୦୦ ଟଙ୍କା ରିହାତିରେ କିଣିପାରିବେ ।

– Poco X3 Proକୁ ୨୩,୯୯୯ ଟଙ୍କା ବଦଳରେ ମାତ୍ର ୧୭,୨୪୯ ଟଙ୍କାରେ ଗ୍ରାହକମାନେ କିଣିପାରିବେ ।

– Redmi 9i ର 4GB ଭାରିଆଣ୍ଟ ଗ୍ରାହକଙ୍କୁ ୯,୯୯୯ ଟଙ୍କା ନୁହେଁ ବରଂ ୮,୨୯୯ ଟଙ୍କାରେ ଦିଆଯାଉଛି । ଏହି ଫୋନ୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ୬.୫୩ ଇଞ୍ଚ HD + ଡିସପ୍ଲେ ଏବଂ 5000mAh ବ୍ୟାଟେରୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.