ବ୍ଲୁଟୁଥ୍‌ ଅନ୍‌ କରି ରଖୁଥିଲେ ପଡିବେ ହଇରାଣରେ, କଲରେ କାହା ସହ କଣ କଥା ହେଉଛନ୍ତି ସବୁକିଛି ଶୁଣିପାରିବ ହ୍ୟାକର୍ସ

କଣ ଆପଣ ବ୍ଲୁଟୁଥରେ କଥା ହେଉଛନ୍ତି। ସବୁବେଳେ ଫୋନରେ ବ୍ଲୁଟୁଥ୍‌ ଅନ୍‌ କରି ରଖୁଛନ୍ତି? ତାହେଲେ ସାବଧାନ ହୋଇଯାନ୍ତୁ। ନଚେତ ଅଯଥାରେ ଆପଣ ପଡିପାରନ୍ତି ହଇରାଣରେ। ହଁ ଆଜ୍ଞା ଯଦି ଆପଣ ନିଜ ଫୋନର ବ୍ଲୁଟୁଥ୍‌ ଅନ୍‌ ରଖୁଛନ୍ତି ତାହେଲେ ସତର୍କ ହୋଇଯାନ୍ତୁ।

ସାଧାରଣରେ ଦେଖାଯାଏ ଲୋକେ ତାଙ୍କ ଫୋନରେ ବ୍ଲୁଟୁଥ୍ ଅନ୍ କରି ଛାଡି ଦେଇଥାନ୍ତି । ଏମିତିରେ ଯେକେହିବି ତାଙ୍କ ବ୍ଲୁଟୁଥକୁ ଚାହିଁଲେ ସର୍ଚ୍ଚ କରିପାରନ୍ତି । ତେଣୁ ଆପଣ ବି ଯଦି ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ବ୍ଲୁଟୁଥ୍ ଅନ୍ ରହିବା ଦ୍ୱାରା ଆପଣଙ୍କ ଫୋନକୁ ଚାହିଁଲେ ହ୍ୟାକର ଅତି ସହଜରେ ହ୍ୟାକ୍ କରିପାରିବ ।

ଆଉ ବର୍ତ୍ତମାନ୍‌ ଏମିତି ବି ହେଉଛି। ହ୍ୟାକରର ନଜର ଏବେ ବ୍ଲୁଟୁଥ୍ ଫିଚର ଉପରେ । ବ୍ଲୁଟୁଥ୍ ମାଧ୍ୟମରେ ଫୋନକୁ ହ୍ୟାକ୍ କରି ହ୍ୟାକର ଅତି ସହଜରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯାଇପାରେ । ଆଉ ଏସବୁ କିଛି ସମ୍ଭବ ହୋଇଥାଏ ବ୍ଲୁ ବଗିଂ ଜରିଆରେ। ବ୍ଲୁ ବଗିଂ ଜରିଆରେ ବ୍ଲୁଟୁଥ୍ ଆକସେସ୍ ଖୋଜିଥାଏ ହ୍ୟାକର୍ସ । କୌଣସି ଫୋନର ବ୍ୟୁଟୁଥ୍ ଆକସେସ୍ ମିଳିବା ମାତ୍ରେ ତୁରନ୍ତ ଏହାକୁ କନେକ୍ଟ କରି ମୋବାଇଲକୁ ହ୍ୟାକ୍ କରିଦେଇଥାଏ ହ୍ୟାକର୍ସ ।

ବ୍ଲୁଟୁଥ୍ ଜରିଆରେ ଆଟାକ୍ କରିବାକୁ ହେଲେ ହ୍ୟାକର୍ସକୁ ଆପଣଙ୍କ ରେଞ୍ଜରେ ଆସିବାରକୁ ପଡିଥାଏ । ଆଉ ପବ୍ଲିକ୍ ପ୍ଲେସ ହିଁ ଏପରି ଏକ ସ୍ଥାନ ଯେଉଁଠି ହ୍ୟାକ୍ କରିବା ପାଇଁ ହ୍ୟାକର୍ସକୁ ସୁଯୋଗ ଦେଇଥାଏ ।

bluetoothଏବେ ଆସନ୍ତୁ ଜାଣିବା କେମିତି ହ୍ୟାକର୍ସଙ୍କଠୁ ନିଜ ଫୋନ ହ୍ୟାକ୍ ହେବାରୁ ବଞ୍ଚାଇ ପାରିବେ

କୌଣସି ବି ଅଜଣା ବ୍ଲୁଟୁଥ୍ ପେୟାରିଂକୁ ଆକସେଫ୍ଟ କରନ୍ତୁ ନାହିଁ । କୌଣସି ଆବଶ୍ୟକତା ନଥିଲେ ବ୍ଲୁଟୁଥକୁ ବନ୍ଦ କରି ରଖନ୍ତୁ । ଏହାସହିତ ନିଜର ଫୋନ୍ ଏବଂ ସପ୍ଟୱେୟାରକୁ ଅପଡେଟ୍ କରି ରଖିବା ନିହାତି ଆବଶ୍ୟକ ପଡିଥାଏ ।

ଯଦି ଆପଣଙ୍କ ଡିଭାଇସରେ ବ୍ଲୁଟୁଥ୍‌ ଡିସକଭରେବଲ ଅଛି ତାହେଲେ ତାକୁ ବନ୍ଦ କରିଦିଅନ୍ତୁ। ପ୍ରଥମ ଥର ପାଇଁ ଯଦି କୌଣସି ଡିଭାଇସ୍‌ ସହିତ ବ୍ଲୁଟୁଥ୍‌ ପେୟାର କରିବାକୁ ଯାଉଛନ୍ତି ଯେମିତିକି ଅଡିଓ ସ୍ପିକର କିମ୍ବା ଇୟରବଡ୍ସ ତାହେଲେ ଏଥିପାଇଁ ନିଜ ଘର କିମ୍ବା ପ୍ରାଇଭେଟ୍‌ ସ୍ପେସର ବ୍ୟବହାର କରନ୍ତୁ। ଭିଡ ଥିବା ଯାଗାରେ ଏମିତି କରିବା ଦ୍ୱାରା ହ୍ୟାକର ଆପଣଙ୍କୁ ଟାର୍ଗେଟ କରିପାରେ। ଯଦି ପେୟାର୍ଡ ଡିଭାଇସ୍‌ ହଜିଯାଏ ତାହେଲେ ଫୋନର ପେୟାର ଲିଷ୍ଟରୁ ବି ନିଶ୍ଚୟ ରିମୁଭ୍‌ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.