boAt ଲଞ୍ଚ କଲା ସବୁଠାରୁ ବେଷ୍ଟ ଫିଚର୍ ଥିବା ଇୟରବଡ୍: ଥରେ ଚାର୍ଜ କଲେ ଚାଲିବ ୩୦ ଘଣ୍ଟା, ରହିଛି ମସ୍ତ୍ ଡିଜାଇନ୍

ଆପଣ ଯଦି ବର୍ତ୍ତମାନ ଇୟର୍ବଡ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ବେଷ୍ଟ ଫିଚର୍ ସହିତ ବୋଟ୍ ଲଞ୍ଚ କରିଛି ଏହାର ନୂଆ ଇୟରବଡ୍। boAt ଷ୍ଟାଇଲିସ୍ ଡିଜାଇନ୍ ସହିତ ଇୟରବଡ୍ ଲଞ୍ଚ କରିଛି । ଏହାର ମୂଲ୍ୟ ବହୁତ କମ୍ ଏବଂ ବ୍ୟାଟେରୀ ଦୃଷ୍ଟିରୁ ବହୁତ ଜବରଦସ୍ତ। ଏହାକୁ ଥରେ ଚାର୍ଜ କଲେ ଏହା ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ରହିପାରେ।

ତେବେ ଆସନ୍ତୁ ଜାଣିବା ଆସନ୍ତୁ BoAt Airdopes 191G ଗେମିଂ TWS ବିଷୟରେ। boAt ଏହି ମାସ ଆରମ୍ଭରେ ହିଁ ଏକ ନୂଆ ଇୟର୍ବଡ ମାର୍କେଟକୁ ଆଣିବ ବୋଲି ଘୋଷଣା କରିଥିଲା। ତେବେ ଏହି ଇୟର୍ବଡ ବର୍ତ୍ତମାନ ମାର୍କେଟକୁ ଆସି ସରିଛି। ଏହା ଖାସ କରି ଗେମର ମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ବର୍ତ୍ତମାନ ଏୟାରଡପ୍ସ 191 ଜି ଗେମିଙ୍ଗ TWS ଇୟରବଡ ଭାରତରେ ବିକ୍ରି ପାଇଁ ଉପଲବ୍ଧ। ତେଣୁ ଅଧିକ ଗେମ୍ ଖେଳୁଥିବା ଗ୍ରାହକ ଏହାକୁ କିଣିପାରିବେ। ଗେମପ୍ଲେ ସମୟରେ ଅଡିଓ ଏବଂ ଭିଜୁଆଲ୍ ମଧ୍ୟରେ କୌଣସି ଅସୁବିଧା ହେବନି ବୋଲି କମ୍ପାନୀ ଦାବି କରିଛି। ତେବେ ଏହାର ଫିଚର୍ ମଧ୍ୟ ଭଲ ରହିଛି । ଆସନ୍ତୁ ଜାଣିବା BoAt Airdopes 191G ଗେମିଂ TWS ର ମୂଲ୍ୟ ଓ ଫିଚର୍ ବିଷୟରେ।

ନୂଆ BoAt Airdopes 191G ବର୍ତ୍ତମାନ ଆମାଜନ୍, ଫ୍ଲିପକାର୍ଟ ଏବଂ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ରେ ତାଲିକାଭୁକ୍ତ ହୋଇଛି ଏବଂ ଏହାର ମୂଲ୍ୟ ୧ ହଜାର ୪୯୯ ଟଙ୍କା ରହିଛି। ଏହା ବ୍ଲାକ୍, ବ୍ଲୁ, ଗ୍ରେ ଏବଂ ରେଡ୍ ଅପ୍ସନ୍ ସହିତ ଏକାଧିକ ରଙ୍ଗରେ ଉପଲବ୍ଧ। ତେଣୁ ଯେଉଁମାନେ ଏହି ନୂଆ ଇୟରବଡ୍ କିଣିବାକୁ ଚାହୁଁଛନ୍ତି ଏବଂ ମୋବାଇଲ୍ ଗେମିଂରେ ଅଛନ୍ତି, ଏହାକୁ କିଣିବା ତାଙ୍କ ପାଇଁ ବେଷ୍ଟ ଚଏଜ ହେବ। Airdopes 191G ଗେମିଂ TWS ଡିଜାଇନ୍ ମଧ୍ୟ ଭଲ ରହିଛି। ଏହାର ଏକ ଷ୍ଟେମ୍ ଡିଜାଇନ୍ ଅଛି, ଯେଉଁଥିରେ ଇୟରବଡର ବଡ଼ି ମଧ୍ୟ କ୍ଲିନ୍ ରହିଛି। ଏୟାରଡପ୍ସ 191 ଜି 6 ମିମି ଅଡିଓ ଡ୍ରାଇଭର ପ୍ୟାକ୍ କରେ ଏବଂ ଏହାର ଚାର୍ଜିଙ୍ଗ ପଏଣ୍ଟ ମଧ୍ୟ ଭଲ ରହିଛି।

Airdopes 191G ଗେମିଂ TWS ବ୍ୟାଟେରୀ ବିଷୟରେ କହିବାକୁ ଗଲେ ବ୍ୟାଟେରୀରେ ସୁପର ଫାଷ୍ଟ ଚାର୍ଜ ରଖିବ। କମ୍ପାନୀ ଦାବି କରିଛି ଯେ ଏହି ଇୟର୍ବଡ ସମ୍ପୂର୍ଣ୍ଣ ଚାର୍ଜରେ ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ରଖିବ। ଏହାର ବ୍ୟାଟେରୀ ପାୱାର ରହିଛି 400mAh। ଅନ୍ୟ ଫିଚର୍ ବିଷୟରେ କହିବାକୁ ଗଲେ ଏଥିରେ ନଏଜ୍ ଫ୍ରି ଭଏସ, IWP ସପୋର୍ଟ, ବ୍ଲୁଟୁଥ୍ 5.2, IPX5 ୱାଟର ପ୍ରୁଫ୍ ରହିବା ସହିତ ENx ଟେକ୍ନୋଲୋଜି ପାଇଁ କ୍ୱାଡ୍ ମାଇକ୍ ସେଟଅପ୍ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.