ଦୁନିଆର ପ୍ରଥମ ଉଡ଼ନ୍ତା ବାଇକକୁ ଏପରି କରନ୍ତୁ ବୁକିଂ, ନିଅନ୍ତୁ ଆକାଶରେ ଉଡ଼ିବାର ମଜା

ଉଡ଼ନ୍ତା ବାଇକ କୁ ନେଇ ଅପେକ୍ଷା ହେଲା ଅନ୍ତ। ଉଡ଼ାଜାହାଜ ତଥା ପ୍ଲେନ ହିଁ ଆକାଶରେ ଉଡ଼ୁଥିବାର ଆପଣ ଦେଖୁଛନ୍ତି କିନ୍ତୁ ଏହି ରେସ୍‌ ରେ ଏବେ ବାଇକ ମଧ୍ୟ ସାମିଲ ହେବ। ପୂର୍ବରୁ ଏହାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି ସତ। କିନ୍ତୁ ଏବେ ଏହାକୁ ଅଫିସିଆଲି ବିକ୍ରି କରିବା ପାଇଁ ଯୋଜନା ବାହାର କରାଯାଇଛି।

ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ। ଯାହାର ବୁକିଂ ହୋଇସାରିଛି ଆରମ୍ଭ । ଆମେରିକା ଏହି ଖବରକୁ ସତ କରିବାକୁ ଯାଉଛି। ଆମେରିକାର ଜେଟପ୍ୟାକ୍ ଏଭିଏସନ୍‌ କମ୍ପାନି ଏହି ଶାନଦାର ବାଇକକୁ ତିଆରି କରିବା ଆରମ୍ଭ କରିଥିଲା। ଯାହାର ଏବେ ବୁକିଂ ପ୍ରକ୍ରିୟାକ ୁ ମଧ୍ୟ ଆରମ୍ଭ କରିଛି। ଏବେ ଜାଣନ୍ତୁ ଏହି ବାଇକ ର ଦାମ ଓ ଫିଚର୍ସ ସମ୍ପର୍କରେ..

ଏହି ନିଆରା ବାଇକର ବଜାର ମୂଲ୍ୟ ରହିଛି ୩.୧୫ କୋଟି ଟଙ୍କା। ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ଉଡିପାରୁଥିବା ଏହି ବାଇକ ଭୂମିରୁ ୧୦୦ ମିଟର ଉଚ୍ଚତାରେ ଉଡିପାରିବ । ଗୋଟିଏ ଥର ଉଡାଣ ଭରିଲେ ଏହା ଆକାଶରେ ୩୦-୪୦ମିନିଟ ପର୍ଯ୍ୟନ୍ତ ଉଡିପାରିବ ।ମାନେ ଆପଣ ଅଧଘଣ୍ଟା ସମୟର ଥିବା ଡେଷ୍ଟିନେସନ ପ୍ଲେସକୁ ଏହାରି ମଧ୍ୟରେ ଯାଇପାରିବେ ।

କମ୍ପାନୀ ତରଫରୁ କୁହାଯାଇଛି କି, ଏହି ବାଇକର ବ୍ୟବହାର ମେଡିକାଲ ଇମରଜେନ୍ସି କିମ୍ବା ନିଆଁ ଲିଭାଇବା ଭଳି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। । ଏଥିରେ ଲୋକ ବସି ମଧ୍ୟ ଉଡିପାରିବ । ଏହାକୁ କଣ୍ଟ୍ରୋଲ କରିବାକୁ ରିମୋର୍ଟ ର ବ୍ୟବହାର କରାଯିବ ।

ବାଇକର ଓଜନ ରହିଛି ୧୩୬ କିଲୋ । ଏହି ବାଇକ ସର୍ବାଧିକ ୨୭୨ କିଲୋ ଓଜନ ନେଇ ଉଡିପାରିବ । ଆମେରିକାର ଜେଟପ୍ୟାକ୍ ଏଭିଏସନ କମ୍ପାନୀ ତରଫରୁ ଏହି ବାଇକର ପ୍ରସ୍ତୁତ କରାଯାଉଛି । ଏବେ କମ୍ପାନୀ ଆମେରିକାର ଫେଡରାଲ ଏଭିଏସନ ଆଡମିଷ୍ଟ୍ରେସନ ସାର୍ଟିଫିକେଟ ପାଇବାକୁ ଅପେକ୍ଷା କରିଛି । ଏହି ବାଇକର ସ୍ପିଡର ରେ ୮ଟି ଟର୍ବାଇନ ବ୍ୟବହାର କରାଯାଇଛି । ଏହା ବୁକିଂ ହେବାର ୨ରୁ ୩ବର୍ଷ ମଧ୍ୟରେ ଆପଣଙ୍କ ପାଖରେ ପହଂଚିବ ବୋଲି କୁହାଯାଇଛି ।

ଗତବର୍ଷ ଜାପାନର ଏକ କମ୍ପାନୀ ଆମେରିକାର ଡେଣ୍ଟ୍ରାଇଟ୍ ଅଟୋ ଶୋ ରେ ଏକ ଉଡନ୍ତା ବାଇକର ପ୍ରଦର୍ଶନ କରିଥିଲା । ଏହି ବାଇକର ସର୍ବାଧିକ ସ୍ପିଡ ୧୦୦ କିଲୋମିଟର ଘଣ୍ଟାପ୍ରତି ଥିବାବେଳେ ଏହା ୧୦୦ କିଲୋ ଓଜନ ନେଇ ଉଡିପାରୁଥିଲା ।

Leave A Reply

Your email address will not be published.