ଏମିତି ଟ୍ରିକ ମାନିଲେ ଆପଣଙ୍କ ଫୋନ ଚାର୍ଜ ଆଦୌ ସରିବନି, ଜାଣନ୍ତୁ ଓ ଫଲୋ କରନ୍ତୁ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ। ଏହା ବ୍ୟତୀତ ବ୍ୟାଟେରୀ ଲୋ ହେବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଫୋନରେ ଥିବା ଆପ୍।

ଆଇଫୋନ ହେଉ ଅବା ଆଣ୍ଡ୍ରଏଡ଼ ଫୋନ ଆପଣ କିଣିବା ସମୟରେ ନିଶ୍ଚିତ ଭାବେ ଏହାର ବ୍ୟାଟେରୀର ଅବଧି ବିଷୟରେ ଶୁଣିଥିବେ ଓ ଜାଣିଥିବେ । କିଣିବା ସମୟରେ ତ କମ୍ପାନୀ ମାନେ ବ୍ୟାଟେରୀର ଲଙ୍ଗ ଲାଷ୍ଟିଙ୍ଗ ବାବଦରେ ପ୍ରତିଶ୍ରୁତି ଦେଇଦିଅନ୍ତି । କିନ୍ତୁ କିଛି ଦିନ ଯିବା ପରେ ଫଳ କିନ୍ତୁ ଓଲଟା ହୁଏ । ଫୋନର ବ୍ୟାଟେରୀ ଖରାପ ହୋଇଯାଏ କିମ୍ବା ଅନ୍ୟ କୌଣସି ଅସୁବିଧା ବାହାରେ । କମ୍ପାନୀର ସର୍ଭିସିଙ୍ଗ ସେଣ୍ଟରରେ ନେଇ ଦେଲେ କିଛି ଜଣ ସଜାଡି ଦିଅନ୍ତି ତ କିଛି ଥର ସଜାଡି ନ ହେବା କାରଣରୁ ଫୋନ ପୁରାପୁରି ନଷ୍ଟ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଫୋନର ବ୍ୟାଟେରୀକୁ ଅଧିକ ଅବଧି ପର୍ଯ୍ୟନ୍ତ ସ୍ଥାୟୀ ରଖିପାରିବେ । ଆସନ୍ତୁ ସେବିଷୟରେ ଜାଣିବା ।

ସ୍ମାର୍ଟଫୋନ କୁ କରନ୍ତୁ ରିବୁଟ:
ଯଦି ଆପଣ ସମୟ ସମୟରେ ନିଜ ସ୍ମାର୍ଟଫୋନକୁ ରିବୁଟ କରୁଛନ୍ତି ତେବେ ଏହା ଆପଣଙ୍କ ଫୋନର ବ୍ୟାଟେରୀ ଉପରେ ଅନେକ ପ୍ରଭାବ ପକାଇଥାଏ। ଏହା କରିବା ଦ୍ୱାରା ସ୍ମାର୍ଟଫୋନ ନିଜର ପୁରା କ୍ଷମତାରେ କାମ କରେ। ଏହାର ସ୍ପିଡ ମଧ୍ୟ ଠିକ ରୁହେ। ମାନେ ଫୋନ ହ୍ୟାଙ୍ଗ ହୁଏ ନାହିଁ। ଯଦି ଆପଣ ଏହାକୁ ପ୍ରତି ସପ୍ତାହରେ କରୁଛନ୍ତି ତେବେ ଫୋନ ଆପଣଙ୍କର ଠିକ ଭାବେ କାମ କରିବ। କିନ୍ତୁ ଯଦି ଆପଣ ଫୋନକୁ ମାସ ମାସ ଧରି ବ୍ୟବହାର କରୁଛନ୍ତି କିନ୍ତୁ ରିବୁଟ କରୁନାହାନ୍ତି ତେବେ ନିଶ୍ଚିତ ଭାବେ ଏହାର ପ୍ରଭାବ ବ୍ୟାଟେରୀ ଉପରେ ପଡ଼ିବ।

ବ୍ୟାକ ଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ:
ଆପଣଙ୍କ ପାଇଁ ପ୍ରଥମ କାମ ଏହା କି ସେଟିଂସ ପାଇଁ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ । କାରଣ ଆଇଫୋନରେ ସବୁଠୁ ଅଧିକ ଅସୁବିଧା ବ୍ୟାଟେରୀକୁ ନେଇ ହୋଇଥାଏ । ଯଦି ଆପଣ ବ୍ୟାଟେରୀ ସେଟିଙ୍ଗସକୁ ଯାଇ ଲୋ ପାୱାର ମୋଡକୁ ଅନ କରନ୍ତି ତେବେ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶ ବନ୍ଦ ହୋଇଯିବ ।

ବଡ଼ ଫାଇଲ କୁ କରନ୍ତୁ ଡିଲେଟ:
ଯଦି ଆପଣ ନିଜ ସ୍ମାର୍ଟଫୋନ ରୁ ସବୁ ବଡ଼ ଫାଇଲକୁ ଡିଲେଟ କରୁନାହାନ୍ତି ଆଉ ଏହାସହ ଆହୁରି ଫାଇଲକୁ ଡାଉନଲୋଡ କରୁଛନ୍ତି ତେବେ ଫୋନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏମିତିରେ ସ୍ମାର୍ଟଫୋନର ପ୍ରୋସେସର ଉପରେ ପ୍ରଭାବ ପଡ଼ିଥାଏ। ବ୍ୟାଟେରୀ ମଧ୍ୟ ଶୀଘ୍ର ସରିଥାଏ। ତେଣୁ ମନେ କରି ହେବି ଫାଇଲକୁ ଡିଲେଟ କରନ୍ତୁ। ଏହାକୁ ଟ୍ରାନ୍ସଫର କରି ଅନ୍ୟସ୍ଥାନରେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.