Boult ଲଞ୍ଚ କଲା ଷ୍ଟାଇଲିସ ଡିଜାଇନ୍ ର ଇୟରବଡ୍ସ, ଫିଚର ରହିଛି ଦମଦାର

ଭାରତୀୟ କମ୍ପାନୀ ବୋଲ୍ଟ ନୂଆ ଇୟରବଡ୍ସ ଲଞ୍ଚ କରିଛି । ଏହି ଇୟରବଡ୍ସର ନାଁ ହେଉଛି K10 ଏବଂ W10 । କମ୍ପାନୀ କହିଛି ଯେ ଏହି ଇୟରବଡ୍ସ ବହୁତ ଭଲ ଭାବରେ କନେକ୍ଟ ହୁଏ, ଏହାର ବ୍ୟାଟେରୀ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଇୟରବଡ୍ସରୁ ବହୁତ ଭଲ ସାଉଣ୍ଡ ଆସିବା ସହ ଏହାର ଦାମ ବି ଶସ୍ତା ରହିଛି ।
Boultର K10 ଇୟରବଡ୍ସର ଦାମ ୧,୦୯୯ ଟଙ୍କା । ଏହି ଇୟରବଡ୍ସ ନୀଳ ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । W10 ର ଦାମ ହେଉଛି ୭୯୯ ଟଙ୍କା । ଏହି ଇୟରବଡ୍ସ ଧଳା ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ବୋଲ୍ଟ ୱେବସାଇଟରୁ ଆପଣ ଏହି ଇୟରବଡ୍ସ କିଣିପାରିବେ ।
Boult W10 ଇୟରବଡ୍ସରେ ଦମଦାର ଫିଚର ଅଛି । ବହୁତ ସାଉଣ୍ଡ କ୍ବାଲିଟି ଚାହୁଁଥିବା ଲୋକଙ୍କ ପାଇଁ ଏହା ବେଷ୍ଟ ହେବ । ବ୍ଲୁଟୁଥ୍ 5.4 ସହିତ ୟୁଜର୍ସମାନେ ମ୍ୟୁଜିକ, କଲ୍ ଏବଂ ଗେମିଂ ପାଇଁ ଏକ ଭଲ କନେକ୍ସନ ପାଇବେ । ଏହି ଇୟରବଡ୍ସରେ ସ୍ପେସାଲ୍ ଅଡିଓ ମିଳେ, ଯାହା ମୁଭି ଦେଖିବା ସମୟରେ ଭଲ ସାଉଣ୍ଡ ଟ୍ରାକ୍ ଦେଇଥାଏ ।
W10 ଇୟରବଡ୍ସ ଏକାସାଙ୍ଗରେ ଦୁଇଟି ଡିଭାଇସ୍ ସହିତ କନେକ୍ଟ ହୋଇପାରିବ । ଆପଣ ଏହାକୁ ଆପଣଙ୍କର ଫୋନ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍ ସହିତ କନେକ୍ଟ କରିପାରିବେ । ଏହି ଇୟରବଡ୍ସର ବ୍ୟାଟେରୀ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ, ଅର୍ଥାତ ଗୋଟିଏ ଚାର୍ଜରେ ଏହା ପାଖାପାଖି ୫୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ଫାଷ୍ଟ ଚାର୍ଜିଂର ଫିଚର ମଧ୍ୟ ଅଛି, ଯାହାଫଳରେ ଏହାକୁ ୧୦ ମିନିଟ୍ ଚାର୍ଜ କରି ଆପଣ ୧୫୦ ମିନିଟ୍ ପର୍ଯ୍ୟନ୍ତ ଶୁଣିପାରିବେ । W10 ରେ ଏକ ସାଉଣ୍ଡ କମ୍ କରିବା ପାଇଁ ଫିଚର ଅଛି । ଏହାର ଦାମ କମ ଥିବାରୁ ଆପଣ ଏହାକୁ ସହଜରେ କିଣିପାରିବେ ।