ଏକଲାପଣ ଦୂର କରିବ ଏହି ନକଲି ବୟଫ୍ରେଣ୍ଡ, ଆଲିଙ୍ଗନ କରିବା ମାତ୍ରେ ବାଜିଉଠିବ ମ୍ୟୁଜିକ୍‌, ଜାଣନ୍ତୁ କେଉଁ ଦେଶ ପ୍ରସ୍ତୁତ କଲା ଏଭଳି ପ୍ରଡକ୍ଟ

ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ଲେବଲ-୫, ଓତୋମେ ୟୁଶା ସହ ମିଶି ଏକ ନକଲି ବୟଫ୍ରେଣ୍ଡ ତିଆରି କରିଛି। ଯୁବତୀ ଏବଂ ମହିଳାମାନେ ଏହାକୁ ଆଲିଙ୍ଗନ କରି ନିଜ ବିଷାଦ ବା ଚାପ ଦୂର କରିପାରିବେ। ସେମାନେ ଏହି ନକଲି ବୟଫ୍ରେଣ୍ଡକୁ କେଉଁଠିକୁ ବି ନେଇଯାଇ ପାରିବେ। ଯେମିତି କି ରେଷ୍ଟୁରାଣ୍ଟ, ଥିଏଟର କିମ୍ବା କୌଣସି ଶପିଂ ମଲ୍‌। ଏହି ପ୍ରଡକ୍ଟର ନାମ ହେଉଛି ‘ବୟଫ୍ରେଣ୍ଡ ହଗ୍‌ ସ୍ପିକର୍ସ’।

ଦୁଇଟି ବଡ଼ ହାତ ଥିବା ଏହି ପ୍ରଡକ୍ଟ ସହ ଧଳା ରଙ୍ଗର ଏକ ତକିଆ ଲଗାଯାଇଛି, ଯେଉଁଥିରେ କମ୍ପାନୀର ନୂଆ ଗେମ୍‌ ହିରୋ ଅଫ୍‌ ମେଡନ୍ସର ମୁଖ୍ୟ ଚରିତ୍ରର ସ୍କେଚ୍‌ ବନାଯାଇଛି। ଆପଣଙ୍କୁ ଅଧିକ ଆରାମ ଅନୁଭବ କରାଇବା ପାଇଁ ନକଲି ବୟଫ୍ରେଣ୍ଡ ହାତରେ ବ୍ଲଟୁଥ୍‌ ସ୍ପିକର ମଧ୍ୟ ଲଗାଯାଇଛି, ଯାହା ଆଲିଙ୍ଗନ କରିବା ମାତ୍ରେ ମ୍ୟୁଜିକ୍‌ ବାଜି ଉଠିବ।

ଏହାସହ ପଢନ୍ତୁ: କମାଲ କଲା ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଟିକ୍‌ଟକର ଷ୍ଟାର୍‌ ବନିଗଲେ ଏହି ବାଳକ, ଭିଡିଓ ଦେଖି ଲୋକେ କହିଲେ ଏଲିୟନ୍‌

ଗୋଟିଏ ହିଁ ମାତ୍ର ସେଟ୍‌ ବନାଇଛି କମ୍ପାନୀ

ତେବେ ଏହି ବୟଫ୍ରେଣ୍ଡ ସ୍ପିକରକୁ ହାସଲ କରିବା ଏତେ ସହଜ ନୁହେଁ। କାହିଁକି ନା, ଓତୋମେ ୟୁଶା କେବଳ ଏହାର ଗୋଟିଏ ହିଁ ସେଟ୍‌ ବନାଇଛି। ତାହା ବି ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ। କିନ୍ତୁ ଜଣେ ଲକି ଓ୍ଵିନର ଏହାକୁ ଜିତିପାରିବ। ପ୍ରକୃତ କଥା ହେଉଛି, କମ୍ପାନୀ ଏଥିପାଇଁ ଟୁଇଟରରେ ଏକ ପ୍ରତିଯୋଗିତା ଆରମ୍ଭ କରିଛି, ଯାହାର ବିଜେତାଙ୍କ ନାମ ୯ ଅଗଷ୍ଟରେ ଘୋଷଣା କରାଯିବ ଏବଂ ତାଙ୍କୁ ହିଁ ଏହି ସ୍ପିକର ଦିଆଯିବ।

ଯୁବକମାନଙ୍କ ପାଇଁ ମଧ୍ୟ ଦରକାର ଏଭଳି ସ୍ପିକର

କମ୍ପାନୀର ଜଣେ ଅଧିକାରୀଙ୍କ କହିବା ହେଲା, ବର୍ତ୍ତମାନ ବୟଫ୍ରେଣ୍ଡ ସ୍ପିକର ବହୁତ କମାଲ କରୁଛି। କିନ୍ତୁ କିଛି ଲୋକ ଭାବୁଛନ୍ତି, ଏହାକୁ କେବଳ ଯୁବତୀ ଏବଂ ମହିଳାମାନେ ବ୍ୟବହାର କରିପାରିବେ। ଝିଅଙ୍କ କଣ୍ଠରେ ମଧ୍ୟ ଏମିତି ସ୍ପିକର ରହିବା ଜରୁରୀ। କାରଣ, ଯୁବକ ଏବଂ ପୁରୁଷମାନେ ବି ଏକଲାପଣ ଅନୁଭବ କରିଥାଆନ୍ତି। ଆଜିକାଲି ସମୟରେ ସେମାନଙ୍କୁ ମଧ୍ୟ ଚାପମୁକ୍ତ ହେବା ପାଇଁ ଏଭଳି ପ୍ରଡକ୍ଟର ଆବଶ୍ୟକତା ରହିଛି।