କେବେବି ଦେଖିନଥିବେ ଏମିତି ରିଚାର୍ଜ, ମାତ୍ର ୧୦୭ ଟଙ୍କା ରିଚାର୍ଜ କରି ପାଆନ୍ତୁ ୫୦ ଦିନର ଭ୍ୟାଲିଡିଟୀ

ଶସ୍ତା ରିଚାର୍ଜ ଦେବା ପାଇଁ ଟେଲିକମ୍‌ କମ୍ପାନୀଙ୍କ ପାଖରେ ପ୍ଲାନର ଲମ୍ବା ଲିଷ୍ଟ ମହଜୁଦ୍‌ ରହିଛି। କିନ୍ତୁ ଦାମ୍‌ ମାମଲାରେ ସରକାରୀ କମ୍ପାନୀ ବିଏସଏନଏଲକୁ ଜିଓ,ଏୟାରଟେଲ କିମ୍ବା ଭୋଡାଫୋନ୍‌ ଆଇଡିଆ ମଧ୍ୟରୁ କୌଣସି ବି କମ୍ପାନୀ ବୋଧହୁଏ ଟକ୍କର ଦେଇପାରିବା ମୁସକିଲ ହେବ।

ଏଠାରେ ଆମେ ଆପଣଙ୍କୁ ବିଏସଏନଏଲର ଏକ ଏମିତି ପ୍ଲାନ ବିଷୟରେ କହିବାକୁ ଯାଉଛୁ, ଯାହା ୧୧୦ ଟଙ୍କାରୁ ବି କମ୍‌ ଦାମରେ ଆପଣଙ୍କୁ ୫୦ ଦିନର ଭ୍ୟାଲିଡିଟୀ ଅଫର କରୁଛି। କେବଳ ଭ୍ୟାଲିଡିଟୀ ନୁହେଁ,ଏହି ପ୍ଲାନରେ ଆପଣଙ୍କୁ ଡାଟା ଏବଂ କଲିଙ୍ଗର ମଧ୍ୟ ସୁବିଧା ମିଳୁଛି। ଏହି ପ୍ଲାନର ଦାମ୍‌ ରହିଛି ୧୦୭ ଟଙ୍କା। ଦର୍ଶକବନ୍ଧୁ ଏହି ପ୍ଲାନ୍‌ ଖାସ୍‌ କରି ସେହି ଲୋକଙ୍କ ପାଇଁ ଯେଉଁମାନେ କମ୍‌ ଦାମରେ ନିଜ ନମ୍ବରକୁ ଚାଲୁ ରଖିବା ପାଇଁ ଚାହୁଁଛନ୍ତି।

ବିଏସଏନଏଲର ୧୦୭ ଟଙ୍କାର ରିଚାର୍ଜ

ବିଏସଏନଏଲ ତାର ଏହି ୧୦୭ ଟଙ୍କା ରିଚାର୍ଜକୁ ନିଜ େଓ୍ଵବସାଇଟରେ ପ୍ଲାନ ଏକ୍ସଟେନସନ୍‌ କ୍ୟାଟେଗରୀରେ ରଖିଛି। ଏହି ରିଚାର୍ଜରେ ଆପଣଙ୍କୁ ୫୦ ଦିନର ବୈଧତା ମିଳିବ। ତାସହିତ ଇଣ୍ଟରନେଟ୍‌ ପାଇଁ ଏଥିରେ ୩ ଜିବି ଡାଟା ଏବଂ କଲିଙ୍କ୍‌ ପାଇଁ ୨୦୦ ମିନିଟ୍‌ ମିଳିଥାଏ। ଏହାବ୍ୟତୀତ ୫୦ ଦିନ ପାଇଁ ବିଏସଏନଏଲ ଟ୍ୟୁନ୍ସର ସୁବିଧା ମଧ୍ୟ ଆପଣ ମାଗଣରାରେ ପାଇପାରିବେ।

ଜିଓର ଏହି ପ୍ଲାନକୁ ଦେବ ଟକ୍କର

ଯଦି ରିଲାଏନ୍ସ ଜିଓ ବିଷୟରେ କହିବା ତାହେଲେ ଏହି ପ୍ରାଇସରେ ୧୫୫ ଟଙ୍କିଆ ପ୍ଲାନ୍‌ ଆସୁଛି। ଏହି ପ୍ଲାନରେ କେବଳ ୨୮ ଦିନର ଭ୍ୟାଲିଡିଟୀ ସହିତ ୨ ଜିବି ଡାଟା ମିଳିଥାଏ। ଏଥିରେ ଅନଲିମିଟେଡ ଭଏସ କଲିଙ୍କ ଏବଂ ୩୦୦ ଏସଏମଏସ ଦିଆଯାଇଥାଏ। ଏହାସହିତ ଜିଓ ଆପ୍ସ ମାଗଣାରେ ସବସ୍କ୍ରିପସନ୍‌ ଦିଆଯାଇଥାଏ। କିନ୍ତୁ ଏହାକୁ ଯଦି ନଜରରେ ରଖିବା ତାହେଲେ ବିଏସଏନଏଲର ୧୦୭ ଟଙ୍କିଆ ପ୍ଲାନରେ ଆପଣ ବହୁତ କିଛି ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.