ଲଞ୍ଚ ହେବ BSNLର ୪୦୦ ଟଙ୍କାରୁ କମ୍ ଦାମିଆ ପ୍ଲାନ୍, ୧୫୦ ଦିନ ପର୍ଯ୍ୟନ୍ତ ରିଚାର୍ଜର ଟେନସନ ହେଲା ଶେଷ

BSNL ଚଳିତ ବର୍ଷ ନିଜର 4G ଏବଂ 5G ସର୍ଭିସ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ସାରକାରୀ ଟେଲିକମ୍ କମ୍ପାନୀ ସାରା ଦେଶରେ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର୍ ସ୍ଥାପନ କରିସାରିଛି । ଏହି ମୋବାଇଲ୍ ଟାୱାରଗୁଡିକ୍ ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ସ୍ଥାପିତ ହୋଇଛି । ଏହା ସହିତ BSNL ଏହାର 3G ମୋବାଇଲ୍ ଟାୱାରଗୁଡିକୁ ଫେଜ୍ ଆଉଟ୍ କରୁଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଧ୍ୟ 5G ସର୍ଭିସ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । BSNL ନିଜର ଶସ୍ତା ପ୍ଲାନ୍ ସହିତ ପ୍ରାଇଭେଟ୍ କମ୍ପାନୀଗୁଡିକର ନିଦ ହଜାଇ ଦେଇଛି । କମ୍ପାନୀର ୱେସାଇଟରେ ଏକ ଶସ୍ତା ୧୫୦ ଦିନର ଏକ ଶସ୍ତା ପ୍ଲାନ୍ ଲିଷ୍ଟ କରାଯାଇଛି ।
BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୩୯୭ ଟଙ୍କାର ଉପଲବ୍ଧ । ଏହି ପ୍ଲାନରେ ୟୁଜର୍ସଙ୍କ ସିମ୍ ସମ୍ପୂର୍ଣ୍ଣ ୧୫୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ । ଏହି ପ୍ରିପେଡ୍ ରିଚାର୍ଜ ପ୍ଳାନରେ ମିଳୁଥିବା ବେନିପିଟ୍ସ ବିଷୟରେ କହିଲେ, ୟୁଜର୍ସମାନେ ୩୦ ଦିନ ପାଇଁ ପୁରା ଭାରତରେ ଯେକୈଣସି ନମ୍ବରରେ ଅନଲିମିଟେଡ୍ ଫ୍ରି କଲିଂର ବେନିଫିଟ୍ ପାଇବେ । ଏହା ବ୍ୟତିତ ୟୁଜର୍ସମାନଙ୍କୁ ଫ୍ରି ନ୍ୟାସନାଲ ରୋମିଙ୍ଗ ମଧ୍ୟ ଅଫର କରାଯାଉଛି ।
BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୩୦ ଦିନ ପାଇଁ ଦୈନିକ ୨ GB ହାଇ ସ୍ପିଡ୍ ଡାଟା ଦିଆ ଯିବ । ଏହିପରି ଭାବରେ ୟୁଜର୍ସମାନଙ୍କୁ ମୋଟ୍ ୬୦ GB ଡାଟାର ଲାଭ ମିଳିବ । ଏହା ସହିତ ୩୦ ଦିନ ପାଇଁ ଦୈନିକ ୧୦୦ ଟି ଫ୍ରି SMS ମଧ୍ୟ ଅଫର କରାଯାଇପାରିବ ।
ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହା ବ୍ୟତୀତ ଦୁଇଟି ଭଏସ୍ ଓନଲି ପ୍ଲାନ୍ ଅଫର କରୁଛି, ଯେଉଁଥିରେ ୟୁଜର୍ସଙ୍କୁ କୈଣସି ମୋବାଇଲ ଡାଟା ବିନା ଅନଲିମିଟେଡ୍ କଲିଂର ବେନିଫିଟ୍ ପାଇବେ । BSNL ୯୯ ଟଙ୍କାରେ ସବୁଠାରୁ ଶସ୍ତା ଭଏସ୍ ପ୍ଳାନ୍ ଲଞ୍ଚ କରିଛି, ଯାହ ୧୭ ଦିନର ଭ୍ୟାଲିଡିଟି ଅଫର କରେ । ସରକାରୀ ଟେଲିକମ୍ କମ୍ପାନୀ ଏହି ପ୍ରିପେଡ୍ ପ୍ଲାନରେ ସାରା ଦେଶରେ ଅନଲିମିଟେଡ୍ ଭଏସ୍ କଲିଂ ଅଫର କରୁଛି । ୟୁଜର୍ସମାନେ ସାରା ଭାରତରେ ଯେକୈଣସି ନେଟୱାର୍କରେ ଅନଲିମିଟେଡ୍ କଲିଂର ବେନିଫିଟ୍ ପାଇପାରିବେ । ଏହା ବ୍ୟତୀତ BSNL ର ୪୩୯ ଟଙ୍କାର ଓନଲି ଭଏସ୍ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନଙ୍କୁ ୯୦ ଦିନର ଭ୍ୟାଲିଡିଟି ମିଳିଥାଏ ।