BSNL ୟୁଜର୍ସଙ୍କ ପାଇଁ ଆସିଲା ଖାସ୍ ଅଫର, ୧୬୦ ଦିନର ପ୍ଲାନରେ ମିଳିବ ଦୈନିକ ୨GB ଡାଟା

ମୋବାଇଲ୍ ଆମ ଜୀବନର ଏକ ବେଷ୍ଟ ପାର୍ଟ ହୋଇଗଲାଣି । ମୋବାଇଲ୍ ଫୋନ୍ ବିନା କିଛି ଘଣ୍ଟା ମଧ୍ୟ ବଞ୍ଚିପାରନ୍ତି ନାହିଁ । କିନ୍ତୁ ଯଦି ମୋବାଇଲରେ କୌଣସି ରିଚାର୍ଜ ପ୍ଲାନ୍ ନାହିଁ, ତେବେ ଏହା ଆମ ପାଇଁ କିଛି ଲାଭଦାୟକ ହେବନାହିଁ । କିଛି ବର୍ଷ ପୂର୍ବେ, ରିଚାର୍ଜ ପ୍ଲାନରେ ମୂଲ୍ୟ ଆଜି ତୁଳନାରେ ବହୁତ୍ କମ୍ ଥିଲା । କିନ୍ତୁ ଏବେ ରିଚାର୍ଜ ପ୍ଲାନ୍ ଏତେ ମହଙ୍ଗା ହୋଇଗଲାଣି ଯେ ପ୍ରତି ମାସରେ ଏକ ନୂଆ ପ୍ଲାନ୍ ନେବା ବହୁତ୍ କଷ୍ଟକର ହୋଇଗଲାଣି । ହେଲେ ସରକାରୀ କମ୍ପାନୀ BSNL ଦ୍ବାରା ଏହି ସମସ୍ୟାକୁ ହ୍ରାସ କରାଯାଇଛି ।
ଛୋଟ ରିଚାର୍ଜ ପ୍ଲାନ୍ ପାଇଁ ପ୍ରାଇଭେଟ୍ କମ୍ପାନୀଗୁଡିକ ବିପୁଳ ପରିମାଣରେ ଟଙ୍କା ନେଉଥିବା ବେଳେ, BSNL ଏହାର ୟୁଜର୍ସମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଅଧିକ ବେନିଫିଟ୍ସ ଯୋଗାଇ ଦେଉଛି । ଆଜି ମଧ୍ୟ BSNL ବର୍ଷ ବର୍ଷ ଧରି ପୁରୁଣା ମୂଲ୍ୟରେ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି । ଖାସ୍ କଥା ହେଉଛି ଯେ BSNL ତାର ୟୁଜର୍ସମାନଙ୍କୁ ଆଫର୍ଡେବଲ୍ ପ୍ରାଇସରେ ପ୍ଲାନ୍ ଯୋଗାଇବା ଜାରି ରଖିବ ।
ଏଥି ସହ ୟୁଜର୍ସମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ କମ୍ପାନୀ କେବଳ ଶସ୍ତ ପ୍ଲାନ୍ ଉପସ୍ଥାପନ କରିନାହିଁ ବରଂ ନେଟୱାର୍କକୁ ଅଧିକ 4G ସ୍ପିଡରେ ଅପଗ୍ରେଡକ ମଧ୍ୟ କରୁଛି । BSNL ଦ୍ବାରା ଲଗାତାର 4G ନେଟୱାର୍କ ଇଷ୍ଟଲ୍ କରାଯାଉଛି । କମ୍ପାନୀ ଜୁନ୍ ୨୦୨୫ ସୁଦ୍ଧା ଏକ ଲକ୍ଷ 4G ଟାୱାର୍ ସ୍ଥାପନ କରିବ । ଏହି ସମୟରେ BSNL ଏକ ସୁଲଭ ପ୍ଲାନ୍ ପ୍ରଚଳନ କରିଛି ଯାହା ମହଙ୍ଗା ପ୍ଲାନର ଟେନସନକୁ ଦୂର କରିବ ।
ସରକାରୀ କମ୍ପାନୀ ଏହାର ମାଇକ୍ରୋବ୍ଲଗିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି ଏହାର ଲାଟେଷ୍ଟ ରିଚାର୍ଜ ପ୍ଲାନ୍ ବିଷୟରେ ସୂଚନା ଦେିଛି । ଏଥି ସହ BSNL ଏହାର ପୋର୍ଟଫୋଲିଓରେ ୯୯୭ ଟଙ୍କାର ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଆଡ୍ କରିଛି । ଏହି ପ୍ଲାନରେ କମ୍ପାନୀ ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଫ୍ରି କଲିଂ ସହିତ, ୟୁଜର୍ସମାନେ ସମସ୍ତ ନେଟୱାର୍କ ପାଇଁ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ପାଆନ୍ତି ।
BSNL ର ସବୁଠାରୁ କମ୍ ଖର୍ଚ୍ଚୀ ପ୍ଲାନରେ ଉପଲବ୍ଧ ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, କମ୍ପାନୀ ୧୬୦ ଦିନ ପାଇଁ ମୋଟ୍ ୩୨୦GB ଡାଟା ଦେଉଛି । ଏଥି ସହ ଆପଣ ପ୍ରତିଦିନ ୨GB ହାଇ ସ୍ପିହ୍ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଅର୍ଥାତ୍ ଏହି ପ୍ଲାନ୍ ସେୟି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହେବ, ଯେଉଁମାନେ କମ୍ ମୂଲ୍ୟରେ ଅଧିକ ଡାଟା ଚାହାଁନ୍ତି । ଯଦି ଆପଣ ଏହି ପ୍ଲାନରେ ଲାଭ ଉଠାଇବାକୁ ଚାହିଁଛନ୍ତି, ତେବେ ଆପଣ ଏହାକୁ BSNL ର ଅଫିସିଆଲ୍ ୱେବସାଇଟ୍ ଏବଂ BSNL Self Care App ରୁ ମଧ୍ୟ ପାଇପାରିବେ ।