୧୬୦ ଦିନ ପାଇଁ ସିମ୍ ଆକ୍ଟିଭ୍ ରଖିବାର ଉପାୟ ପାଇଲା BSNL, ଏହି ଶସ୍ତା ପ୍ଲାନରେ ଖୁସି ହେଲେ ୟୁଜର୍ସ

BSNL ନିଜର ଶସ୍ତା ପ୍ଲାନ୍ ସହିତ ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି । କମ୍ପାନର ନିଜର ପ୍ଲାନରେ ୟୁଜର୍ସଙ୍କୁ କମ୍ ମୂଲ୍ୟରେ ଲଙ୍ଗ ଭ୍ୟାଲିଡିଟି ପ୍ଲାନ୍ ଅଫର କରିଥାଏ, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ସହିତ ଡାଟା ଏବଂ ଅନ୍ୟ ବେନିଫିଟ୍ସ ମିଳିଥାଏ । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଲଗାତାର ନିଜର ନେଟୱାର୍କକୁ ଉନ୍ନତ କରୁଛି । କମ୍ପାନୀ ଏପର୍ଯ୍ୟନ୍ତ ଦେଶରେ ୬୫,୦୦୦ ରୁ ଅଧିକ ନୂଆ 4G ମୋବାଇଲ୍ ଟାୱାର ଲଗାଇଛି । କମ୍ପାନୀ ଆଗାମତ କିଛି ମାସ ମଧ୍ୟରେ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଲକ୍ଷ ରଥିଛି । କମ୍ପାନୀର ୧୬୦ ଦିନର ଭ୍ୟାଲିଡିଟି ସହିତ ଏକ ଶସ୍ତା ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ପାଆନ୍ତି ।
BSNL ର ୧୬୦ ଦିନିଆ ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନ୍ ୯୯୭ ଟଙ୍କାରେ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ପୁରା ମାସ ପାଇଁ ୨୦୦ ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡିବ । BSNL ର ଏହି ପ୍ଲାନରେ ୟୁଜର୍ସଙ୍କୁ ଦେଶର ଯେକୈଣସି ଟେଲିକମ୍ ନେଟୱାର୍କରେ ଅନଲିମିଟେଡ୍ କଲିଂର ସୁବିଧା ପାଉଛନ୍ତି । BSNL ର ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତିଦିନ ୨ GB ଡାଟା ଏବଂ ୧୦୦ SMS ର ସୁବିଧା ମିଳିବ, ଅର୍ଥାତ୍ ୟୁଜର୍ସମାନଙ୍କୁ ମୋଟ୍ ୩୨୦ GB ହାଇ ସ୍ପିଡ୍ ଡାଟା ମିଳିବ ।
BSNL ର ଏହି ରିଚାର୍ଜ ପ୍ଲାନରେ ଏହା ବ୍ୟତୀତ ୟୁଜର୍ସଙ୍କୁ ଫ୍ରି ନ୍ୟାସନାଲ୍ ରୋମିଙ୍ଗର ବେନିଫିଟ୍ ମଧ୍ୟ ମିଳିବ । କେବଳ ଏତିକି ନୁହେଁ, କମ୍ପାନୀ ପକ୍ଷରୁ ୟୁଜର୍ସମାନଙ୍କୁ BSNL Tunes, Zing Music ସମେତ ଅନେକ ଭ୍ୟଲ୍ୟୁ ଆଡେଡ୍ ସର୍ଭିସେଜର ଲାଭ ମଧ୍ୟ ଦିଆଯିବ । BSNL ର ଏହି ରିଚାର୍ଜ ପ୍ଲାନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ସହିତ ସେଲ୍ଫ କେୟାର ଆପ୍ ରେ ମଧ୍ୟ ଉପଲବ୍ଧ ଅଛି । ଏହା ବ୍ୟତୀତ, BSNL ୟୁଜର୍ସମାନେ ସେମାନଙ୍କ ନିକଟତମ ରିଟେଲ୍ ଷ୍ଟୋରରୁ ମଧ୍ୟ ଏହି ପ୍ଲାନକୁ ରିଚାର୍ଜ କରିପାରିବେ ।
ଟେଲିକମ୍ ନିୟାମକଙ୍କ ନିର୍ଦ୍ଦେଶ ପରେ BSNL ନିଜର 2G ଫିଚର ଫୋନ୍ ୟୁଜର୍ସମାନଙ୍କ ପାଇଁ ବିନା ଡାଟା ଥିବା ଅନେକ ଶସ୍ତା ପ୍ଲାନ୍ ଉପସ୍ଥାପନ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ସବୁଠାରୁ ଶସ୍ତା ପ୍ଲାନ୍ ୯୯ ଟଙ୍କାରେ ଉପଲବ୍ଧ । BSNL ର ଏହି ପ୍ଲାନରେ ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ କଲିଂର ବେନିଫିଟ୍ସ ପାଉଛନ୍ତି । BSNL ର ଏହି ପ୍ଲାନ୍ ୧୭ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ।