୧୯ ଟଙ୍କା ପ୍ଲାନରେ ମାସେ ଯାଏ ଉଠାନ୍ତୁ ଫାଇଦା

ଲୋକପ୍ରିୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଚେଷ୍ଟା ରେ ଲାଗିଥାଏ। ବର୍ଷରେ ସେ ଏମିତି ଅଫର ଆଣିଦିଏ ଯେଉଁଥିରେ ଶସ୍ତାରେ ୟୁଜର୍ସ ମାନେ ମନ ଭରି ନିଜର ମନୋରଞ୍ଜନ କରିପାରିବେ । ତେବେ ଆଜି ଆମେ ବିଏସନାଲର ଏମିତି ସବୁ ପ୍ୟାକ ସମ୍ପର୍କରେ କହିବୁ। ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଚାହିଁବେ ଏଥିରୁ ଫାଇଦା ଉଠାଇବାକୁ.. BSNL ର ମାସିକିଆ ଶସ୍ତା ପ୍ଲାନ, ମାତ୍ର ୧୯ ଟଙ୍କା ରିଚାର୍ଜ କରି ମାସେ ପର୍ଯ୍ୟନ୍ତ ଉଠାନ୍ତୁ ଫାଇଦା

Reliance Jio, Airtel ଏବଂ Vodafone-Idea ନିଜ ୟୁଜରମାନଙ୍କ ପାଇଁ ଅନେକ ସୁଲଭ ପ୍ଲାନ୍‌ ଆଣିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକ କମ୍‌ ଦାମ୍‌ରେ ଅଧିକ ବେନିଫିଟ୍ସ ଦେବା ପାଇଁ ଲୋକପ୍ରିୟ। ଗତବର୍ଷ ୩ କମ୍ପାନୀ ନିଜ ପ୍ଲାନ୍‌ଗୁଡ଼ିକର ଦାମ୍‌ ବୃଦ୍ଧି କରିଛନ୍ତି। ଏମିତିରେ ୟୁଜରମାନଙ୍କ ପାଇଁ ଶସ୍ତା ପ୍ଲାନ୍‌ଗୁଡ଼ିକ ବି ମହଙ୍ଗା ହୋଇ ଯାଇଛି।

ଏପରି ସ୍ଥିତିରେ BSNLକୁ ଫାଇଦା ହୋଇଛି। କମ୍ପାନୀ କେତେକ ଶସ୍ତା ପ୍ଲାନ୍‌ ଆଣିଛି। କିଛି ୟୁଜର ଅଛନ୍ତି, ଯେଉଁମାନେ ନିଜ ସିମ୍‌କୁ କେବଳ ଆକ୍ଟିଭ୍‌ ରଖିବା ପାଇଁ କମ୍‌ ଦାମ୍‌ ଯୁକ୍ତ ପ୍ଲାନ୍‌ ଖୋଜି ଥାଆନ୍ତି। ଏହାକୁ ଧ୍ୟାନରେ ରଖି BSNL କମ୍‌ ଦାମ୍‌ ଯୁକ୍ତ ପ୍ରିପେଡ୍‌ ପ୍ଲାନ୍‌ ଆଣିଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

ଆପଣ BSNL ଗ୍ରାହକ କି? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍ । ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂତନ ଅଫର ପ୍ରକାଶ କରିଛି। ଲୋକପ୍ରିୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଚେଷ୍ଟା ରେ ଲାଗିଥାଏ। ବର୍ଷରେ ସେ ଏମିତି ଅଫର ଆଣିଦିଏ ଯେଉଁଥିରେ ଶସ୍ତାରେ ୟୁଜର୍ସ ମାନେ ମନ ଭରି ନିଜର ମନୋରଞ୍ଜନ କରିପାରିବେ । ତେବେ ଆଜି ଆମେ ବିଏସନାଲର ଏମିତି ସବୁ ପ୍ୟାକ ସମ୍ପର୍କରେ କହିବୁ। ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଚାହିଁବେ ଏଥିରୁ ଫାଇଦା ଉଠାଇବାକୁ..

୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌:
BSNLର ୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ର ଖାସ୍‌ କଥା ହେଉଛି, ଏହା ପୂରା ମାସର ଭ୍ୟାଲିଡିଟି ସହିତ ଆସିଥାଏ। ଏଥିରେ ପୂରା ୩୦ ଦିନର ବୈଧତା ମିଳିଥାଏ। ରିଚାର୍ଜ କରାଇବା ପରେ କଲ୍‌ ରେଟ୍‌ ହ୍ରାସ ପାଇ ୨୦ ପଇସା ହୋଇ ଯାଇଥାଏ।

ଏହି ପ୍ଲାନ୍‌କୁ ନେବା ପରେ ଆପଣଙ୍କୁ ଅନ୍ୟ କୌଣସି ରିଚାର୍ଜ କରିବାର ଆବଶ୍ୟକ ପଡ଼ିବ ନାହିଁ। ପୂରା ମାସ ଆପଣ ଚିନ୍ତା ମୁକ୍ତ ହୋଇ କଲ୍‌ ଆଟେଣ୍ଡ୍‌ କରି ପାରିବେ। ଆସନ୍ତୁ ଜାଣିବା ଏହା ପରେ BSNLର କେଉଁ ପ୍ଲାନ୍‌ ଆସିଥାଏ।

BSNL ୭୫ ପ୍ରିପେଡ୍‌ ପ୍ଲାନ:
BSNL ର ଏହି ପ୍ଲାନ୍‌ ବହୁତ ପପୁଲାର୍‌, ଏହା ସବୁଠୁ ଅଧିକ ବିକ୍ରି ହୋଇଥାଏ। ଏହି ପ୍ଲାନରେ ପୂରା ମାସ ପାଇଁ ୨୦୦ ମିନିଟ୍‌ ମିଳିଥାଏ। ଆପଣ ଲୋକାଲ ଏବଂ ନ୍ୟାସନାଲ କଲିଙ୍ଗ୍‌ କରି ପାରିବେ। ଏତିକି ନୁହେଁ, ଏହି ପ୍ଲାନ୍‌ ସହିତ 2GB ଡାଟା ମଧ୍ୟ ମିଳିଥାଏ। କଲିଙ୍ଗ୍‌ ଏବଂ ଡାଟା ପାଇଁ ଏହି ପ୍ଲାନ୍‌ ବେଷ୍ଟ୍‍ ପ୍ରମାଣିତ ହୋଇଥାଏ। କିନ୍ତୁ ୭୫ ଟଙ୍କିଆ ଏହି ପ୍ଲାନ୍‌ ସହିତ SMS ବେନିଫିଟ୍ସ ମିଳି ନ ଥାଏ।

BSNL ୧୪୭ ପ୍ରିପେଡ୍‌ ପ୍ଲାନ:
ଏହି ପ୍ଲାନ୍‌ ବି ପୂରା ମାସ ପାଇଁ ଆସିଥାଏ। ପ୍ଲାନରେ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ଡାଟାର ସୁବିଧା ମିଳିଥାଏ। ଏହି ପ୍ଲାନର ଭ୍ୟାଲିଡିଟି ୩୦ ଦିନ ରହିଛି ଏବଂ ପୂରା 10GB ଡାଟା ମିଳିଥାଏ। ଖାସ୍‌ କଥା ହେଉଛି, ଏଥିରେ Free BSNL Tunes ମଧ୍ୟ ୟୁଜର୍ସ ପାଇ ପାରିବେ। ଏହା ସବୁଠୁ ଅଧିକ ବିକ୍ରି ହେଉଥିବା ପ୍ଲାନ୍‌ ଭିତରୁ ଅନ୍ୟତମ।