BSNL ଆଣିଛି ୩୦୦ ଦିନର ସବୁଠୁ ଶସ୍ତା ପ୍ଲାନ୍, ୮୦୦ ଟଙ୍କାରୁ କମରେ ମିଳିବ Unlimited Calling

ସରକାରୀ ଟେଲିକମ୍ କମ୍ପାନୀ BSNL ନିଜର ଶସ୍ତା ରିଚାର୍ଜ ପ୍ଲାନରେ ପୁଣି ଥରେ ଧମାକା ସୃଷ୍ଟି କରିଛି । ପ୍ରାଇଭେଟ୍ କମ୍ପାନୀ Jio, Airtel ଏବଂ VI ହୁଏତ ସେମାନଙ୍କର ରିଚାର୍ଜ ପ୍ଲାନ୍ ମହଙ୍ଗା କରିଥାଇ ପାରନ୍ତି କିନ୍ତୁ BSNL ଗ୍ରାହକଙ୍କୁ ପୁରୁଣା ଏବଂ ଶସ୍ତା ରିଚାର୍ଜ ପ୍ଲାନ୍ ଅଫର କରୁଛି । BSNL ବର୍ତ୍ତମାନ ନିଜର ୯ କୋଟି ୟୁଜର୍ସମାନଙ୍କ ପାଇଁ ଏପରି ରିଚାର୍ଜ ପ୍ଲାନ୍ ପ୍ରସ୍ତୁତ କରିଛି ଯାହା Jio, Airtel ଏବଂ VI ର ଟେନସନକୁ ବଢ଼ାଇ ଦେଇଛି ।

ଆପଣଙ୍କୁ କହିବୁ ଯେ ଭାରତୀୟ ସଞ୍ଚାର ନିଗମ ଲିମିଯେଡ୍ ଯଥା BSNL ହେଉଛି ଇଣ୍ଡଷ୍ଟ୍ରିର ଏକମାତ୍ର କମ୍ପାନୀ ଯେଉଁଥିରେ ଦୀର୍ଘ ଭ୍ୟାଲିଡିଟି ଭଳି ପ୍ଲାନ୍ ବହୁତ ଅଧିକ ରହିଛି । ଆପଣ BSNL ର ପୋର୍ଟଫୋଲିଓରେ ୭୦ ଦିନ, ୪୫ ଦିନ, ୧୫୦ ଦିନ, ୧୬୦ ଦିନ, ୧୮୦ ଦିନ, ୩୩୬ ଦିନ ଏବଂ ୪୨୫ ଦିନ ଭ୍ୟାଲିଡିଟି ସହିତ ଅନ୍ୟାନ୍ୟ ପ୍ଲାନ୍ ପାଇପାରିବେ । ୩୦୦ ଦିନ ରିଚାର୍ଜ ପ୍ଲାନ୍ ପରିଚିତ କରି ନୂଆ ଧମାକା ସୃଷ୍ଟି କରିଛି ।

ଯଦି ଆପଣ BSNL ର ସିମ୍ ବ୍ୟବହାର କରୁଛନ୍ତି ଏବଂ ଲମ୍ବା ଭ୍ୟାଲିଡିଟି ଭଳି ପ୍ଲାନ୍ ପାଇବାକୁ ଚାହୁଁଛନ୍ତି ତେବେ ଆପଣ BSNL ର ୩୦୦ ଦିନ ପ୍ଲାନର ଫାଇଦା ଉଠାଇପାରିବେ । ଆପଣଙ୍କୁ କମ୍ପାନୀର ଏହି ପ୍ଲାନ୍ ବିଷୟରେ ଡିଟେଲକ୍ସ କହିବୁ ।

BSNL ନିକଟରେ ନିଜର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଲିଷ୍ଟରେ ୭୯୭ ଟଙ୍କାର ଏକ ଦମଦାର୍ ପ୍ଲାନ୍ ଯୋଡିଛି । ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ୩୦୦ ଦିନର ଲମ୍ବା ଭ୍ୟାଲିଡିଟି ମିଳିବ । ଅର୍ଥାତ୍ ସାକାରୀ କମ୍ପାନୀର ସିମକୁ ବର୍ତ୍ତମାନ ଆପଣ କମ୍ ଖର୍ଚ୍ଚରେ ୩୦୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରଖିପାରିବେ । BSNL ଏହି ପ୍ଲାନକୁ ପରିଚିତ କରି କୋଟି କୋଟି ଗ୍ରାହକଙ୍କ ଟେନସନକୁ ଦୂର କରିଛି ।

BSNL ର ୭୯୭ ଟଙ୍କା ପ୍ଲାନରେ ଆପଣ କଲ ଏବଂ ଡାଟାର ମଧ୍ୟ ବେନିଫିଟ୍ସ ପାଇପାରିବେ । ରିଚାର୍ଜ ପ୍ଲାନରେ ଆପଣଙ୍କୁ ରିଚାର୍ଜର ପ୍ରଥମ ୬୦ ଦିନ ପାଇଁ ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ କଲିଂ ଦିଆଯାଇଛି । ସେହିଭଳି, ଆପଣ ପ୍ରଥମ ୬୦ ଦିନ ପାଇଁ ପ୍ରତିଦିନ ୨GB ଡାଟା ପାଇବେ । ଦୈନିକ ଡାଟା ଲିମିଟ୍ ସରିଯିବା ପରେ ଆପଣ ୪୦Kbps ର ସ୍ପିଡ୍ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଏହା ସହ ଆପଣ ୬୦ ଦିନ ପାଇଁ ପ୍ରତିଦିନ ୧୦୦ ଫ୍ରି SMS ମଧ୍ୟ ପାଇପାରିବେ ।

BSNL ର ଏହି ରିଚାର୍ଜ ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ କମ୍ ଖର୍ଚ୍ଚରେ ନିଜର ସିମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆକ୍ଟିଭ୍ ରଖିବା ପାଇଁ ଚାହୁଁଛନ୍ତି । ଅର୍ଥାତ୍ ୬୦ ଦିନ ପରେ ମଧ୍ୟ ଆପଣ କଲ୍ କରିବାକୁ କିମ୍ବା ଡାଟା ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଇନକମିଙ୍ଗ କଲର ସୁବିଧା ଆକ୍ଟିଭ୍ ରହିବ । କଲ୍ କରିବା ପାଇଁ ଆପଣଙ୍କୁ ଏକ ଅଲଗା ଟପ୍-ଅପ୍ ବ୍ଲାନ୍ ନେବାକୁ ପଡିବ ।

You might also like