BSNL ର ସବୁଠାରୁ ଶସ୍ତା ପ୍ଳାନ୍, ୩୩୬ ଦିନ ପାଇଁ ରିଚାର୍ଜ ଟେନସନରୁ ମିଳିବ ମୁକ୍ତି

BSNL ନିକଟରେ ଲଙ୍ଗ୍ ଭ୍ୟାଲିଡିଟି ସହିତ ଆଉ ଏକ ଶସ୍ତା ପ୍ଲାନ୍ ଉପସ୍ଥାପନ କରିଛି, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଡେଟ୍ କଲିଂ ଏବଂ ଡାଟା ସହିତ ଅନେକ ବେନିଫିଟ୍ସ ମିଳୁଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ପ୍ଲାନ୍ ପ୍ରାଇଭେଟ୍ କମ୍ପାନୀଗୁଡିକର ପ୍ଲାନ୍ ଅପେକ୍ଷା ବହୁତ ଭଲ ଏବଂ ଏଥିରେ ବ୍ୟବହାରକାରୀଙ୍କୁ ୧୧ ମାସ ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । BSNL ର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ୩୩୬ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । BSNL ର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ବିଶେଷ କରି ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ, ଯେଉଁମାନେ ନିଜ ନମ୍ବରକୁ ସେକେଣ୍ଡାରୀ ସିମ୍ କାର୍ଡ ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି BSNL ର ଶସ୍ତା ପ୍ଲାନ୍ ବିଷୟରେ ।

BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୧,୪୯୯ ଟଙ୍କାରେ ଉପଲବ୍ଧ । ଏହି ପ୍ଲାନରେ ୟୁଜର୍ସଙ୍କୁ ୩୩୬ ଦିନର ଲଙ୍ଗ୍ ଭ୍ୟାଲିଡିଟି ମିଳିଥାଏ । ଏଥିରେ ଉବଲବ୍ଧ ଥିବା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ୟୁଜର୍ସଙ୍କୁ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅନଲମିଟେଡ୍ ଭଏସ୍ କଲିଂର ସୁବିଧା ପାଇବେ । ଏହା ବ୍ୟତୀତ ଏହି ପ୍ଲାନରେ ଫ୍ରି ନ୍ୟାସନାଲ୍ ରୋମିଂ ଏବଂ ପ୍ରତିଦିନ ୧୦୦ ଟି ଫ୍ରି SMS ମିଳିବ । କେବଳ ଏତିକି ନୁହେଁ ସରକାରୀ କମ୍ପାନୀ ଏହାର ୧୧ ମାସର ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ମୋଟ୍ ୨୪ GB ଡାଟା ମଧ୍ୟ ପ୍ରଦାନ କରୁଛି । ଡାଟା ସରିଯିବା ପରେ ମଧ୍ୟ ଏହି ପ୍ଲାନରେ ୟୁଜର୍ସଙ୍କୁ ୪୦ kbps ର ସ୍ପିଡରେ ଅନଲିମିଟେଡ୍ ଡାଟା ପ୍ରଦାନ କରାଯାଉଛି ।

TRAI ର ନିର୍ଦ୍ଦେଶକ୍ରମେ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀଗୁଡିକ ନିକଟରେ ୟୁଜର୍ସମାନଙ୍କ ପାଇଁ କେବଳ ଭଏସ୍ ଓନଲି ପ୍ଲାନ୍ ଲଞ୍ଚ କରିଛନ୍ତି । Airtel, Jio ଏବଂ Vodafone-Idea ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ସହିତ SMS ର ସୁବିଧା ପାଆନ୍ତି । ପ୍ରାଇଭେଟ୍ କମ୍ପାନୀଗୁଡିକ ସେମାନଙ୍କର ୟୁଜର୍ସମାନଙ୍କୁ ,ଥିରେ ଡାଟା ପ୍ରଦାନ କରନ୍ତି ନାହିଁ । । Airtel ର ୩୬୫ ଦିନିଆ ପ୍ଲାନ୍ ପାଇଁ ୟୁଜର୍ସମାନଙ୍କୁ ୧,୮୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । Vodafone Idea ର ୩୬୫ ଦିନିଆ ପ୍ଲାନ୍ ପାଇଁ ୟୁଜର୍ସମାନଙ୍କୁ ୧,୮୪୯ ଟଙ୍କା ମଧ୍ୟ ଖର୍ଚ୍ଚ ପରିବାକୁ ପଡିବ । ଯଦି ଏହି ଦ୍ରୁଷ୍ଟିକୋଣରୁ ଦେଖାଯାଏ , ତେବେ ସରକାରୀ ଟେଲିକମ୍ କମ୍ପାନୀ କମ୍ ମୂଲ୍ୟରେ ୟୁଜର୍ସମାନଙ୍କୁ ଅଧିକ ବେନିଫିଟ୍ସ ପ୍ରଦାନ କରୁଛି । BSNL ର ପ୍ଲାନରେ, ୟୁଜର୍ସମାନେ କେବଳ କଲିଂ ନୁହେଁ ବରଂ ଡାଟାର ମଧ୍ୟ ସୁବିଧା ପାଆନ୍ତି ।