BSNL ଲଞ୍ଚ କଲା ୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଜାଣନ୍ତୁ କ’ଣ ରହିଛି ଖାସ୍

BSNL ୮୦ ଦିନର ଭ୍ୟାଲିଡିଟି ସହିତ ଏକ ନୂଆ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ୍ ସହିତ ସରକାରୀ ଟେଲିକମ୍ କମ୍ପାନୀ ପୁଣି ଥରେ Airtel, Vodafone Idea ଇତ୍ୟାଦି ପ୍ରାଇଭେଟ୍ କକମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି । ଭାରତ ସଂଚାର ନିଗମ ଲିମିଟେଡ୍ BSNL ଏହି ପ୍ଲାନରେ ୮୦ ଦିନ ପାଇଁ ପ୍ରତିଦିନ ୨ GB ହାଇ-ସ୍ପିଡ୍ ଡାଟା ସହିତ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଏହା ବ୍ୟତୀତ, ପ୍ଲାନ୍ ଶେଷ ହେବା ପରେ ମଧ୍ୟ ୟୁଜର୍ସମାନେ ପ୍ରାଇଭେଟ୍ କମ୍ପାନୀଗୁଡିକ ତୁଳନାରେ ଅଧିକ ସମୟ ପାଇଁ ସେମାନଙ୍କ ନମ୍ବରରେ ଇନକମିଙ୍ଗ କଲ୍ ଫେସେଲିଟି ପାଆନ୍ତି ।

୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଶସ୍ତା ରିଚାର୍ଜ ପ୍ଲାନ୍ ବିଷୟରେ ସୂଚନା ଦେଇଛି । BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୮୦ ଦିନର ଭ୍ୟାଲିଡିଟି ସହିତ ୪୮୫ ଟଙ୍କାରେ ଉପଳବ୍ଧ । ଏହି ପ୍ଲାନ୍ ପାଇଁ ୟୁଜର୍ସମାନଙ୍କୁ ଦୈନିକ କେବଳ ୬ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥିରେ ଉପଲବ୍ଧ ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନେ ସାରା ଭାରତରେ ଯେକୌଣସି ନମ୍ବରକୁ ଅନଲିମିଟେଡ୍ କଲିଙ୍ଗର ସୁବିଧା ପାଇବେ ।

ଏହା ବ୍ୟତୀତ ୟୁଜର୍ସଙ୍କୁ ଫ୍ରି ନ୍ୟାସନାଲ୍ ରୋମିଂର ଲାଭ ମଧ୍ୟ ଦିଆଯିବ । ଏହି ପ୍ଲାନରେ BSNL ନିଜର ୟୁଜର୍ସମାନଙ୍କୁ ପ୍ରତିଦିନ ୨GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରୁଛି । ଏହାର ଅର୍ଥ ହେଉଛି ୟୁଜର୍ସମାନେ ମୋଟ୍ ୧୬୦ GB ଡାଟା ପାଇପାରିବେ । ଏହା ସହିତ ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ ଟି ଫ୍ରି SMS ର ମଧ୍ୟ ଲାଭ ମିଳିବ । କେବଳ ଏତିକି ନୁହେଁ, BSNL ନିଜର ସମସ୍ତ ମୋବାଇଲ୍ ୟୁଜର୍ସଙ୍କୁ ଫ୍ରିରେ BiTV ର ଆକ୍ସେସ୍ ଅଫର କରୁଛି । ଏହି ନୂଆ ସର୍ଭିସରେ ୟୁଜର୍ସମାନେ ୪୦୦ ରୁ ଅଧିକ live TV channels, OTT apps ଇତ୍ୟାଦି ଫ୍ରି ଆକ୍ସେସ୍ ପାଆନ୍ତି ।

୫୯୯ ଟଙ୍କିଆ ପ୍ଲାନ୍ :
ଏହା ବ୍ୟତୀତ BSNL ୟୁଜର୍ସଙ୍କ ପାଇଁ ୫୯୯ ଟଙ୍କାର ଏକ ପ୍ଲାନ୍ ମଧ୍ୟ ଲଞ୍ଚ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ମୋଟ୍ ୮୪ ଦିନର ଭ୍ୟାଲିଡିଟି ପ୍ରଦାନ କରାଯାଉଛି । ସରକାରୀ ଟେଲିକମ୍ କମ୍ପାନୀର ଏହି ପ୍ଲାନରେ ଦୈନିକ ୩ GB ହାଇ-ସ୍ପିଡ୍ ଡାଟା, ଫ୍ରି ନ୍ୟାସନାଲ୍ ରୋଗିଂ ଏବଂ ଦୈନିକ୍ ୧୦୦ ଫ୍ରି SMS ଭଳି ବେନିଫିଟ୍ସ ଉପଲବ୍ଧ । ଏହି ପ୍ଲାନ୍ ୨,୩୯୯ ଟଙ୍କାରେ ଉପଲବ୍ଧ, ଯେଉଁଥିରେ ୟୁଜର୍ସମାନଙ୍କୁ ମୋଟ୍ ୪୨୫ ଦିନର ଭ୍ୟାଲିଡିଟି ମିଳିବ । ଏଥିରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ସହିତ ଦୈନିକ ୨GB ହାଇ ସ୍ପିଡ୍ ଡାଟାର ଲାଭ ମିଳିଥାଏ ।