BSNL ଅପଡେଟ୍‌ କରିଛି ଅଭିନନ୍ଦନ ପ୍ରି-ପେଡ୍‌ ପ୍ଲାନ, ଏବେ ପ୍ରତିଦିନ ମିଳିବ ୧.୫ ଜିବି ଡାଟା

ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିଜର ଅଭିନନ୍ଦନ ପ୍ରି-ପେଡ୍‌ ପ୍ଲାନକୁ ଅପଡେଟ କରିଛି। ଅପଡେଟ୍‌ ପରେ BSNLର ଅଭିନନ୍ଦନ ପ୍ଲାନରେ ଏବେ ପୂର୍ବ ଠାରୁ ଅଧିକ ଡାଟା ମିଳୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ BSNLର ଏହି ଅଭିନନ୍ଦନ ପ୍ଲାନ ପୂର୍ବ ମାସ ଲଞ୍ଚ ହୋଇଥିଲା। ବିଏସଏନଏଲର ଏହି ପ୍ଲାନର ଦାମ ୧୫୧ ଟଙ୍କା।

ଏହି ଅଭିନନ୍ଦନ ପ୍ଲାନର ଫାଇଦା

ଏହି ପ୍ଲାନର ଦାମ ୧୫୧ ଟଙ୍କା ରହିଥିବାବେଳେ ପୂର୍ବରୁ ପ୍ରତିଦିନ ୧ ଜିବି ଡାଟା ମିଳୁଥିଲା କିନ୍ତୁ ଏବେ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୨୪ ଦିନ ରହିଛି। ଡାଟା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ଏବଂ ସମସ୍ତ ନେଟଓ୍ଵାର୍କରେ ଅନଲିମିଟେଡ କଲିଂ ମଧ୍ୟ ମିଳିବ।

ଏହାସହ ପଢ଼ନ୍ତୁ : Sony ଆଣୁଛି ମୋବାଇଲ ଠାରୁ ବି ଛୋଟ AC, କପଡାରେ ହୋଇଯିବ ଫିଟ୍

ବିଏସଏନଏଲର ଏହି ପ୍ଲାନର ବୈଧତା ୩୪୫ ଦିନ

ଜଣାଇବାକୁ ଚାହିଁବୁ ବିଏସଏନଏଲ ନିକଟରେ ମଥୁରାମ ପ୍ଲାନ ଉପସ୍ଥାପନା କରିଛନ୍ତି। ଏହି ପ୍ଲାନ ୯୦ ଦିନ ପାଇଁ ପ୍ରମୋସନାଲ ଅଟେ ଅର୍ଥାତ ୯୦ ଦିନ ପାଇଁ ହିଁ ଏହି ପ୍ଲାନକୁ ଆପଣ କିଣିପାରିବେ। ଏହି ପ୍ଲାନର ଆରମ୍ଭ ୨୫ ଜୁଲାଇରୁ ଆରମ୍ଭ ହୋଇସାରିଛି। ଏହି ପ୍ଲାନର ବୈଧତା ୩୪୫

ଦିନର ଅଟେ ଏବଂ ଏହାର ଦାମ ୧,୧୮୮ ଟଙ୍କା

ଏହି ପ୍ଲାନରେ ମୋଟ ୫ ଜିବି ଡାଟା ଏବଂ ସମସ୍ତ ନେଟଓ୍ଵାର୍କରେ ଅନଲିମିଟେଡ୍‌ କଲିଂ ମିଳିବ। ଅବଶ୍ୟ ମୁମ୍ବାଇ ଏବଂ ଦିଲ୍ଲୀ ସର୍କଲରେ କଲିଂ ଫ୍ରି ରହିବ ନାହିଁ। ଏହି ପ୍ଲାନରେ ମୋଟ ୧,୨୦୦ ଏସଏମଏସ ମିଳିବ। ବର୍ତ୍ତମାନ ପାଇଁ ଏହି ପ୍ଲାନ ତାମିଲନାଡୁ ପାଇଁ ରହିଛି। କିନ୍ତୁ ଭବିଷ୍ୟତରେ ଏହି ପ୍ଲାନକୁ ଅନ୍ୟ ସର୍କଲରେ ଉପସ୍ଥାପନା କରାଯିବ ନା ନାହିଁ ଏହାର କୌଣସି ସୂଚନା ନାହିଁ।