BSNL ପୁଣିଥରେ କମାଲ୍ କରିଛି । ସରକାରୀ ଟେଲିକମ୍ କମ୍ପାନୀ ଅଗଷ୍ଟ ଏବଂ ଅକ୍ଟୋବର ୨୦୨୪ ମଧ୍ୟରେ ୩.୬ ମିଲିୟନ ନୂଆ ୟୁଜର୍ସ ଯୋଡିଛି । ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ Airtel, Jio ଏବଂ Vodafone Idea ଜୁଲାଇରେ ନିଜର ପ୍ରାଇସ୍ ମହଙ୍ଗା କରିବା ପରଠାରୁ BSNL ୟୁଜର୍ସଙ୍କ ସଂଖ୍ୟା ଲଗାତାର ବଢ଼ି ଚାଲିଛି ।
ଏକ ରିପୋର୍ଟ ଅନୁଯାୟୀ BSNL ଅଗଷ୍ଟରେ ସର୍ବାଧିକ ୨.୫୨ ମିଲିୟନ ୟୁଜର୍ସ ଯୋଡିଛି । ଏଥି ସହିତ ସେପ୍ଟେମ୍ବରରେ କମ୍ପାନୀ ୦.୩୮ ମିଲିୟନ ୟୁଜର୍ସ ଏବଂ ଅକ୍ଟେବରରେ ୦.୭୬ ମିଲିୟନ ୟୁଜର୍ସ ହଯାଡିଛି । ଏଥି ସହିତ Airtel, Jio ସମେତ ପ୍ରାଇଭେଟ କମ୍ପାନୀଗୁଡିକ ୧ କୋଟିରୁ ଅଧିକ ୟୁଜର୍ସଙ୍କୁ ହରାଇଛନ୍ତି । ରିପୋର୍ଟ ଅନୁଯାୟୀ, BSNL ର ପ୍ରିପେଡ ୟୁଜର୍ସଙ୍କ ସଂଖ୍ୟା ଜୁଲାଇ ୨୦୨୪ ରେ ୮୮.୪୧ ମିଲିୟନରୁ, ଅକ୍ଟୋବର ୨୦୨୪ରେ ୯୨ .୦୪ ମିଲିୟନକୁ ବଢ଼ିଛି । ଏହି ସମୟରେ କମ୍ପାନୀର ପୋଷ୍ଟପେଡ ୟୁଜର୍ସଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୪.୪୨ ମିଲିୟନରୁ ୪.୪୮ ମିଲିୟନକୁ ବଢ଼ିଛି ।
BSNL ଏହାର ନେଟୱାର୍କକୁ ସାରା ଦେଶରେ ଏକ୍ସପାଣ୍ଡ କରୁଛି । ସରକାରୀ ଟେଲିକମ୍ କମ୍ପାନୀ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସାରା ଦେଶରେ 4G ସର୍ଭିସ୍ ରୋଲ ଆଉଟ୍ କରିବ । ଏଥିପାଇଁ କମ୍ପାନୀ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ କରୁଛି, ସେଥି ମଧ୍ୟରୁ ୬୨ ହଜାରରୁ ଅଧିକ 4G ଟାୱାର ସ୍ଥାପନ କରାଯାଇଛି । ଏହା ସହିତ କମ୍ପାନୀ ଆସନ୍ତା ବର୍ଷ ଏପ୍ରିଲ ଏବଂ ମେ ଠାରୁ 5G ନେଟୱାର୍କକୁ ଅପଗ୍ରେଡ୍ କରିବାକୁ ପ୍ରସ୍ତୁତ ମଧ୍ୟ ହେଉଛି ।
ଜୁଲାଇରେ ପ୍ରାଇଭେଟ୍ କମ୍ପାନୀଗୁଡିକ ସେମାନଙ୍କର ARPU ଅର୍ଥାତ ଆଭରେଜ୍ ରେଭେନ୍ୟୁ ପ୍ରତି ୟୁଜର୍ସଙ୍କ ସଂଖ୍ୟା ବଢ଼ାଇବା ପାଇଁ ନିଜର ମୋବାଇଲ ଟାରିଫରେ ନିଷ୍ପତ୍ତି ନେଇଥିଲେ । ପ୍ରଇଭେଟ କମ୍ପନୀଗୁଡିକର ରିଚାଜ୍ ପ୍ଲାନ୍ ୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଥିଲା । ତଥାପି, BSNL ସ୍ପଷ୍ଟ କରିଛି ଯେ କମ୍ପାନୀ ବର୍ତ୍ତମାନ ନେଟୱାର୍କ ଏକ୍ସପେନ୍ସନ ଏବଂ କ୍ବାଲିଟି ଡେଭ୍ଲପ ଉପେର ଫୋକର କରୁଛି । ଏଭଳି ସ୍ଥିତିରେ କମ୍ପାନୀ ନିକଟ ଭବିଷ୍ୟତରେ ମୋବାଇଲ ପ୍ଲାନକୁ ମହଙ୍ଗା କରିବ ନାହିଁ । ପ୍ରାଇଭେଟ୍ କମ୍ପାନୀଗୁଡିକର ପ୍ଲାନ୍ ତୁଳନାରେ BSNL ରିଚାର୍ଜ ପ୍ଲାନ୍ ୩୦ ରୁ ୪୦% ଶସ୍ତା ହେବ ଏବଂ ୟୁଜର୍ସମାନଭ୍କୁ ଲମ୍ବା ଗ୍ୟାଲିଡିଟି ମଧ୍ୟ ଅଫର କରାଯାଉଛି ।