ବିସଏନଏଲର ଏହି ପ୍ଳାନ ସହ ମିଳୁଛି ହଟଷ୍ଟାର ପ୍ରିମିୟମର ମାଗଣା ସବକ୍ରିପସନ୍, ଉଠାଇପାରିବେ ବିଶ୍ବକପ୍ ଦେଖିବାର ମଜା

ନୂଆଦିଲ୍ଲୀ : ଆଇସିସି ବିଶ୍ବ କପ୍ ୨୦୧୯ର ମଜା ଦେବା ପାଇଁ ଟେଲିକମ୍ କମ୍ପାନୀ ବିଏସଏନଏଲ ଲଞ୍ଚ କରିଛି ଧମାକେଦାର ଅଫର। ଏନେଇ ଏକ ନୂଆ ପ୍ଳାନ ଲଞ୍ଚ କରିଛି କମ୍ପାନୀ। ଏହି ଅଫର ପ୍ଳାନରେ ଗ୍ରାହକଙ୍କୁ ମାଗଣା ହଟଷ୍ଟାର ପ୍ରିମିୟମର ଆନୁଆଲ ସବକ୍ରିପସନ୍ ମିଳିବ। ଆପଣଙ୍କୁ କହିବାକୁ ଚାହିଁବୁ ଏହା ପୂର୍ବରୁ ବିଏସଏନଏଲ ଭାରତ ଫାଇବର ବ୍ରଡବ୍ରାଣ୍ଡରେ ଗ୍ରାହକଙ୍କୁ ଆମାଜନ୍ ପ୍ରାଇମର ଏନୁଆଲ ଫ୍ରି ସବକ୍ରିପସନ୍ ଯୋଗାଇଥିଲା। ତେବେ ଏହି ନୂଆ ପ୍ଳାନରେ ଗ୍ରାହକଙ୍କୁ ମାଗଣା ଅନଲାଇନ ଷ୍ଟ୍ରିମିଂ ସର୍ଭିସର ମଧ୍ୟ ଫାଇଦା ମିଳିବ।

ଯଦି ଆପଣ ଖେଳ ପ୍ରେମୀ ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଆଇସିସି ବିଶ୍ବ କପ ୨୦୧୯ର ସମସ୍ତ ମ୍ୟାଚ୍ ହଟଷ୍ଟାର ଆପ କିମ୍ବା ୱେବସାଇଟରେ ଦେଖାଯାଇପାରିବ। କେବଳ ଖେଳ କାହିଁକି ଆପଣ ଏଥିରେ ଅନେକ ଲୋକପ୍ରିୟ ଧାରାବାହିକ ସହ ଗେମ୍ସ ଅଫ ଥ୍ରୋନ ଭଳି ୱେବସିରିଜ୍ ମଧ୍ୟ ଦେଖିପାରିବେ।

କଣ ରହିଛି ଅଫର ପ୍ଳାନ

ଏହି ଧମାକେଦାର ପ୍ଳାନର ମୂଲ୍ୟ ୭୪୯ ଟଙ୍କା ରହିଛି। ଏଥିରେ ଗ୍ରାହକଙ୍କୁ ୩୦୦ଜିବି ହାଇସ୍ପିଡ ଡାଟା ମିଳିବ। ବିଏସଏନଏଲର ଫାଇବର ବ୍ରଡବ୍ରାଣ୍ଡ ସର୍ଭିସ ନୂଆ ହୋମ୍ ପ୍ଳାନ ସହ ମିଳିବ। ଏହି ପ୍ଳାନ ଦେଶର ସମସ୍ତ ସର୍କଲ ପାଇଁ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.