BSNL ଆଣିଲା ୩୬୫ ଦିନର ଶସ୍ତା ରିଚାର୍ଜ ପ୍ଲାନ୍‌, କମ୍‌ ଖର୍ଚ୍ଚରେ ମିଳିବ ଅଧିକ ଦିନର ଭ୍ୟାଲିଡିଟି

ଜିଓ ଏବଂ ଏୟାରଟେଲର ରିଚାର୍ଜ ପ୍ଲାନ୍‌ ବଢିବା ପରେ, ବର୍ତ୍ତମାନ ଗ୍ରାହକ ଅଧିକ BSNL ସିମ୍‌ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଯାହା ଫଳରେ BSNL ଗ୍ରାହକ ବଢିବାରେ ଲାଗିଛନ୍ତି । ବର୍ତ୍ତମାନ ବିଏସ୍ଏନ୍ଏଲ୍ ହେଉଛି ଟେଲିକମ୍ ସେକ୍ଟରର ଏକମାତ୍ର କମ୍ପାନୀ ଯାହା ଶସ୍ତା ଦାମ୍‌ରେ ଗ୍ରାହକଙ୍କୁ ମାଗଣା କଲିଂ ସହିତ ଭ୍ୟାଲିଡିଟି ଅଫର ଦେଉଛି । ବେସରକାରୀ କମ୍ପାନୀଗୁଡିକ ଦ୍ୱାରା ରିର୍ଚାଜ ପ୍ଲାନ୍‌ ବଢିବା ପରେ, BSNL କ୍ରମାଗତ ଭାବରେ ଏହାର ପୋର୍ଟଫୋଲିଓରେ ନୂଆ ଶସ୍ତା ସୁଲଭ ପ୍ଲାନ୍‌ ଯୋଗାଉଛି । ଯାହା ଦ୍ୱାରା ୟୁଜରମାନେ ଭଲ ସୁବିଧା ପାଇପାରିବେ ।

BSNL ଲିଷ୍ଟରେ ଅନେକ ବାର୍ଷିକ ପ୍ଲାନ୍‌ ଅଛି, ଯାହା ୟୁଜରମାନଙ୍କୁ ବହୁତ କମ୍ ଦାମ୍‌ରେ ବହୁତ ଭଲ ଅଫର୍ ଦେଇଥାଏ । ଯଦି ଆପଣଙ୍କର BSNL ସିମ୍ ଅଛି ତେବେ ଆପଣ ଶସ୍ତା ଦାମ୍‌ରେ ମାଗଣା କଲିଂ ସହିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ତାହେଲେ ଆସନ୍ତୁ ଏହି ଶସ୍ତା ପ୍ଲାନ୍‌ ବିଷୟରେ ଜାଣିବା ।

BSNL ଲିଷ୍ଟରେ ଗ୍ରାହକଙ୍କ ପାଇଁ ୧୫୭୦ ଟଙ୍କା ଦାମ୍‌ର ଏକ ବଡ଼ ପ୍ଲାନ୍‌ ରହିଛି । ଏହି ପ୍ଲାନ୍‌ରେ ଆପଣ ୩୬୫ ଦିନର ଭ୍ୟାଲିଡିଟି ପାଇପାରିବେ । ଏହି ପ୍ଲାନ୍‌ ସହିତ, ଆପଣ ଗୋଟିଏ ବର୍ଷରେ ପୁରା ବର୍ଷ ପାଇଁ ବାରମ୍ବାର ରିଚାର୍ଜ ହେବାର ଅସୁବିଧାରୁ ମୁକ୍ତ ହୋଇଯିବେ । ଏହା ସହିତ ଫ୍ରି କଲିଂ ସହିତ, ଆପଣ ପ୍ରତିଦିନ ୧୦୦ ମାଗଣା SMS ମଧ୍ୟ ପାଇପାରିବେ ।

ଏହି ପ୍ଲାନ୍‌ରେ ୭୩୦GB ଡାଟା ଉପଲବ୍ଧ ରହିଛି :
BSNL ର ଏହି ଶସ୍ତା ବାର୍ଷିକ ପ୍ଲାନ୍‌ର ଡାଟା ଅଫର୍ ବିଷୟରେ କହିବାକୁ ଗଲେ । ଆପଣ ଏହି ପ୍ଲାନ୍‌ରେ ପୁରା ଭ୍ୟାଲିଡିଟି ପାଇଁ ୭୩୦GB ଡାଟା ପାଇବେ । ଏହାର ଅର୍ଥ ଆପଣ ପ୍ରତିଦିନ 2GB ଡାଟା ବ୍ୟବହାର କରିପାରିବେ । ଏହା ସେହି ୟୁଜରଙ୍କ ପାଇଁ ଅଥିକ ଭଲ ହେବ, ଯେଉଁମାନେ ଫ୍ରି କଲିଂ ସହିତ ଅଧିକ ଡାଟା ବ୍ୟବହାର କରିଥାନ୍ତି ।

କମ୍ପାନୀର ଅନେକ ଭ୍ୟାଲିଡିଟି ପ୍ଲାନ୍‌ ରହିଛି :
ତାହେଲେ ଆସନ୍ତୁ ଜାଣିବା ଯେ BSNL ର ୨୮ ଦିନ, ୩୦ ଦିନ, ୬୫ ଦିନ, ୭୨ ଦିନ, ୮୪ ଦିନ, ୧୫୦ ଦିନ ଏବଂ ୩୬୫ ଦିନ ଭ୍ୟାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ବିଶେଷ କଥା ହେଉଛି କମ୍ପାନୀ ନିଜ ଗ୍ରାହକଙ୍କୁ ବହୁତ ଶସ୍ତାରେ ଦାମ୍‌ରେ ବିଭିନ୍ନ ପ୍ରକାରର ଭ୍ୟାଲିଡିଟି ଦେଉଛି । ତେବେ BSNL ୟୁଜର ଏପରି ଭାବେ ଅନେକ ପ୍ରକାରର ଲାଭ ପାଇପାରିବେ ।

You might also like