ଟେକ୍

BSNLର ନୂଆ ଅଫର, ଏବେ କମ ଦାମ ରିଚାର୍ଜ କରି ବର୍ଷେ ଯାଏ ଉଠାଇବେ ଫାଇଦା

ଲୋକପ୍ରିୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଚେଷ୍ଟାରେ ଲାଗିଥାଏ । ବର୍ଷରେ ସେ ଏମିତି ଅଫର ଆଣିଦିଏ ଯେଉଁଥିରେ ଶସ୍ତାରେ ୟୁଜର୍ସ ମାନେ ମନ ଭରି ନିଜର ମନୋରଞ୍ଜନ କରିପାରିବେ । ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂତନ ଅଫର ପ୍ରକାଶ କରିଛି। ତେବେ ଆଜି ଆମେ ବିଏସନାଲର ଏହି ପ୍ୟାକ ସମ୍ପର୍କରେ କହିବୁ। ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଚାହିଁବେ ଏଥିରୁ ଫାଇଦା ଉଠାଇବାକୁ….

Reliance Jio, Airtel ଏବଂ Vodafone-Idea ନିଜ ୟୁଜରମାନଙ୍କ ପାଇଁ ଅନେକ ସୁଲଭ ପ୍ଲାନ୍‌ ଆଣିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକ କମ୍‌ ଦାମ୍‌ରେ ଅଧିକ ବେନିଫିଟ୍ସ ଦେବା ପାଇଁ ଲୋକପ୍ରିୟ। ଗତବର୍ଷ ୩ କମ୍ପାନୀ ନିଜ ପ୍ଲାନ୍‌ଗୁଡ଼ିକର ଦାମ୍‌ ବୃଦ୍ଧି କରିଛନ୍ତି। ଏମିତିରେ ୟୁଜରମାନଙ୍କ ପାଇଁ ଶସ୍ତା ପ୍ଲାନ୍‌ଗୁଡ଼ିକ ବି ମହଙ୍ଗା ହୋଇ ଯାଇଛି। ବିଏସ୍ଏନ୍ଏଲ୍ ଆଣିଛି ଏଭଳି ଯୋଜନା, ଯାହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ, ଆଉ ଅନେକ ସୁବିଧା ମଧ୍ୟ ମିଳୁଛି। ଯୋଜନାରେ ଫାଇଦା ବିଷୟରେ ଜାଣି ଆପଣ ଖୁସି ହୋଇଯିବେ। ଏହି ପ୍ରିପେଡ୍ ଯୋଜନାର ମୂଲ୍ୟ ଅଧିକ ନାହିଁ , ଆପଣଙ୍କୁ କେବଳ ୧୫୧୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯୋଜନା ବିଷୟରେ ଜାଣିବା ପାଇଁ ଭିଡିଓ କୁ ଶେଷ ଯାଏ ଦେଖନ୍ତୁ ..

୧୫୧୫ ଟଙ୍କା:
BSNLର ୧୫୧୫ ଟଙ୍କା ପ୍ରିପେଡ୍ ଯୋଜନା ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ଏହି ପ୍ରିପେଡ୍ ଯୋଜନାରେ ଉପଭୋକ୍ତାମାନେ ବଢିଆ ସୁବିଧା ପାଉଛନ୍ତି, ଯାହା ସମସ୍ତଙ୍କ ପସନ୍ଦ ଆସୁଛି । ଏହି ଯୋଜନାରେ ଭ୍ୟାଲିଡିଟି ବିଷୟରେ ଯଦି କଥା ହେବା ତାହାଲେ ଗୋଟିଏ ବର୍ଷ ଅର୍ଥାତ୍ ୩୬୫ ଦିନ ସ୍ଥିର କରାଯାଇଛି।

ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୟୁଜର୍ସ ମାନେ ପ୍ରତିଦିନ ୨ ଜିବି ଡାଟା ପାଇବେ । କେବଳ ଏତିକି ନୁହେଁ ପ୍ରତିଦିନ ୧୦୦ଟି SMS ମଧ୍ୟ ଦିଆଯାଉଛି। ଯଦି ଆପଣ ସୁଯୋଗକୁ ହାତଛଡ଼ା କରନ୍ତି ତେବେ ଆପଣ କ୍ଷତି ରେ ରହିବେ ।

ଯଦି କୌଣସି କାରଣରୁ ଆପଣଙ୍କ ପ୍ଲାନର ଡାଟା ସରିଯାଉଛି , ତଥାପି ଇଣ୍ଟରନେଟ୍ ଚାଲିବ । କିନ୍ତୁ ସ୍ପିଡ୍ କମ୍ ରହିବ। ଆପଣ 40Kbps ରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯଦି ଆପଣ ପ୍ରତି ମାସରେ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଏହା ପ୍ରାୟ ୧୨୬ ଟଙ୍କା ହେବ ।

୨୨ ଟଙ୍କା:
BSNLର ସବୁଠାରୁ ଶସ୍ତା ପ୍ରିପେଡ୍ ଯୋଜନା ଯାହାର ମୂଲ୍ୟ ମାତ୍ର ୨୨ ଟଙ୍କା। ଏହି ପ୍ରିପେଡ୍ ଯୋଜନାରେ ଅଫର୍ ୯୦ ଦିନ ଅର୍ଥାତ୍ ୩ ମାସ ପାଇଁ ଦିଆଯାଉଛି । ଏହି ଶସ୍ତା ରିଚାର୍ଜ ଯୋଜନାରେ ଆଉ ଏକ ବଡ଼ ଲାଭ ରହିଛି । ଏହାର କଲ୍ ରେଟ୍ ଯାହା ସ୍ଥାନୀୟ ଏବଂ STD କଲ୍ ପାଇଁ ପ୍ରତି ମିନିଟରେ ୩୦ ପଇସା ରହିଛି ।

D Sonali

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

10 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

46 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

47 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

51 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

57 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

60 mins ago