BSNL ବନ୍ଦ କରିଛି ଏହି ଖାସ୍ ସର୍ଭିସ୍, AI-ବେସ୍ଡ ପ୍ଲାଟଫର୍ମ କରିବ ରିପ୍ଲେସ୍

BSNL ଏହାର ଏକ ଖାସ୍ ସର୍ଭିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସରକାରୀ ଟେଲିକମ୍ କମ୍ପାନୀ ଏହାକୁ ଏକ ନୂତନ AI-ବେସ୍ଡ ସିଷ୍ଟମ ସହିତ ରିପ୍ଳେସ କରିବ । ୟୁଜର୍ସଙ୍କ ଅନୁରୋଧ ପାଇବା ପରେ କମ୍ପାନୀ AI ଆଡକୁ ଯିବାକୁ ନିଷ୍ପତ୍ତି ନେଇଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ପର୍ସନାଲାଇଜଡ୍ ରିଙ୍ଗବ୍ୟାଙ୍କ ଟୋନ୍ (PRBT) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏଣ୍ଟରପ୍ରାଇଜ୍ ୟୁଜର୍ସଙ୍କ ଠାରୁ ପ୍ରସ୍ତାବ ଅନୁରୋଧ (RFP) ପରେ ଏହାକୁ AI-ବେସ୍ଡଠ ସଭିର୍ସ ସହିତ ରିପ୍ଲେସ କରିବ ।

ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ନିଷ୍ପତ୍ତି କ୍ଲୋଜଡ୍ ୟୁଜର୍ ଗ୍ରୁପ୍ (CUG) ୟୁଜର୍ସଙ୍କୁ ପ୍ରଭାବିତ କରିବ । ଏହା ବ୍ୟତୀତ, ପବ୍ଲିକ୍ ସେକ୍ଟର ଫାର୍ମର ଏହି ନିଷ୍ପତ୍ତି ଦ୍ୱାରା ବଲ୍କ କନେକ୍ସନ୍ ନେଉଥିବା ୟୁଜର୍ସମାନେ ମଧ୍ୟ ପ୍ରଭାବିତ ହେବେ । ଗତ ମାସରେ BSNL ଏହାର PRBT ସର୍ଭିସ ବନ୍ଦ କରିଦେଇଥିଲା । ଏବେ କମ୍ପାନୀ କୌଣସି ରିଚାର୍ଜ ସହିତ ୟୁଜର୍ସମାନଙ୍କୁ ଏହି ସେବା ପ୍ରଦାନ କରିବ ନାହିଁ । ଏକ ରିପୋର୍ଟ ଅନୁଯାୟୀ, ସର୍ଭିସ ବନ୍ଦ ହେବା ପରେ, କମ୍ପାନୀର କଷ୍ଟମର ସର୍ଭିସ ସେଣ୍ଟରକୁ ସେବା ସମ୍ପର୍କରେ ଅନେକ ପ୍ରଶ୍ନ ଆସିଥିଲା ।

BSNL ଏହାର PRBT ସର୍ଭିସକୁ ଏକ AI ବେସ୍ଡ ପ୍ଲାଟଫର୍ମ ସହିତ ରିପ୍ଲେସ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ, କମ୍ପାନୀ ଏକ ଆଡ୍-ଫଣ୍ଡେଡ୍ ମଡେଲ୍ ଆଣିବାକୁ ପ୍ରସ୍ତୁତ ହୋଇଛି, ଯାହା କମ୍ପାନୀ ପାଇଁ ଏକ ନୂତନ ରେଭେନ୍ୟୁ ସିଷ୍ଟମ ସୃଷ୍ଟି କରିବ । ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର ଅଧ୍ୟକ୍ଷ ଏ ରବର୍ଟ ରବି କହିଛନ୍ତି ଯେ ଆମେ BSNLର PRBT ସେବାକୁ ଗ୍ରାହକ ଚାଳିତ କ୍ଲାଉଡ୍ ନେଟିଭ୍ କିମ୍ବା AI ଚାଳିତ ପ୍ଲାଟଫର୍ମରେ ପରିଣତ କରୁଛୁ । ଏଥିରେ, ୟୁଜର୍ସମାନଙ୍କୁ ପର୍ସନଲାଇଜ୍ଡ ସର୍ଭିସ୍ ପ୍ରଦାନ କରାଯିବ । ଏତି ସହ ଏହାକୁ OTT ଆପ୍ସ ମାଧ୍ୟମରେ ଇଣ୍ଟିଗ୍ରେଡ୍ କରାଯିବ ।

ଭାରତ ସଂଚାର ନିଗମ ଲିମିଟେଡ୍ ଏହାର ୟୁଜର୍ସମାନଙ୍କୁ ଲଙ୍ଗ-ଟର୍ମ ପ୍ଲାନ୍ ଏବଂ ରିଚାର୍ଜ ସହିତ PRBT ସର୍ଭିସ ପ୍ରଦାନ କରେ । ଏହା ବ୍ୟତୀତ, କମ୍ପାନୀ ଶୀଘ୍ର ସାରା ଭାରତରେ 4G ସେବା ଆରମ୍ଭ କରିବାର କାର୍ଯ୍ୟ ସମାପ୍ତ କରିବ । ଏଥିପାଇଁ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ ପାଇଁ କାର୍ଯ୍ୟ କରାଯାଉଛି । ଏଥିମଧ୍ୟରୁ ୮୦ ହଜାରରୁ ଅଧିକ ଟାୱାର ସ୍ଥାପନ କରାଯାଇଛି । ଏହା ବ୍ୟତୀତ, କମ୍ପାନୀ ଚଳିତ ବର୍ଷ ଜୁନ୍ ମାସରୁ 5G ସର୍ଭିସ ପାଇଁ ମଧ୍ୟ ପ୍ରସ୍ତୁତି କରିବ ।