BSNL ଏହାର ପ୍ରିପେଡ୍ ୪୮୫ ଟଙ୍କା ପ୍ଲାନରେ କରିଛି ବଡ଼ ପରିବର୍ତ୍ତନ

ପବ୍ଲିକ୍ ସେକ୍ଟର ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ BSNL ଏହାର ପ୍ରିପେଡ୍ ୪୮୫ ଟଙ୍କା ପ୍ଲାନରେ କିଛି ପରିବର୍ତ୍ତନ କରିଛି । ତେବେ BSNL ଏହି ୪୮୫ ଟଙ୍କାର ଭାଲିଡିଟି କମ୍ କରିଦେଇଛି, କିନ୍ତୁ ଏହା ପରିବର୍ତ୍ତେ ଡାଟା ଲିମିଟ ବୃଦ୍ଧି କରିଛି । BSNL ୪୮୫ ଟଙ୍କା ପ୍ଲାନ ମାଧ୍ୟମରେ ଅନଲିମିଟେଡ୍ କଲ୍ + ଡାଟା ପ୍ରଦାନ କରୁଛି । BSNL ଏହାର ୪୮୫ ଟଙ୍କା ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରିଛି । ଏହି ୪୮୫ ଟଙ୍କାର ପ୍ଲାନ, ଯାହା ଭାଲିଡିଟି ପ୍ରଥମେ ୮୨ ଦିନ ପାଇଁ ଥିଲା, ଏବେ ଏହାକୁ ପରିବର୍ତ୍ତନ କରି ୮୦ ଦିନକୁ ହ୍ରାସ କରାଯାଇଛି ।

କିନ୍ତୁ ଦୈନିକ ୧. ୫ ଜିବି ଡାଟା ଯୋଗାଇବା ପରିବର୍ତ୍ତେ, ଏହାକୁ ବର୍ତ୍ତମାନ ୨ GBକୁ ବୃଦ୍ଧି କରାଯାଇଛି, ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ପୂର୍ବରୁ, ଯେତେବେଳେ ଅଧିକ ଦିନର ଭାଲିଡିଟି ଥିଲା, ଗ୍ରାହକମାନେ ଏହି ପ୍ୟାକେଜରେ ମୋଟ ୧୨୩ GB ଡାଟା ପାଉଥିଲେ, କିନ୍ତୁ ବର୍ତ୍ତମାନ ଏହା ୧୬୦ GB କୁ ବୃଦ୍ଧି ପାଇଛି । ଗ୍ରାହକଙ୍କ ପାଇଁ ଏହା ଏକ ଫାଇଦାର ଡିଲ୍ ହେବାକୁ ଯାଉଛି । ୮୦ ଦିନ ପାଇଁ ଏହି ପ୍ୟାକେଜରେ ସ୍ଥାନୀୟ ଏବଂ STD କଲ୍ ମଧ୍ୟ ଉପଲବ୍ଧ । ଦେଶର ସମସ୍ତ ଟେଲିକମ୍ ସର୍କଲରେ ୪୮୫ ଟଙ୍କା ମୂଲ୍ୟର BSNL ପ୍ଲାନ ଉପଲବ୍ଧ ।

ଯେଉଁମାନେ ମିଡ୍ ରେଞ୍ଜ ଦାମ ମଧ୍ୟରେ ପ୍ଲାନ ବ୍ୟବହାର ସହିତ ଭଲ ଡାଟା ପ୍ଲାନ ଚାହୁଁଛନ୍ତି ସେମାନଙ୍କ ପାଇଁ BSNLର ୪୮୫ ଟଙ୍କା ପ୍ରିପେଡ୍ ପ୍ଲାନ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଯଦି କୌଣସି ଘରୋଇ ନେଟୱାର୍କରୁ ଏଭଳି ସମାନ ସୁବିଧା ଉପଲବ୍ଧ ହୁଏ, ତେବେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ତେବେ, ବେସରକାରୀ କମ୍ପାନୀଗୁଡିକରେ 4G, 5G ନେଟୱାର୍କ ଥିବାବେଳେ BSNL ବର୍ତ୍ତମାନ 4G ନେଟୱାର୍କ ଲଞ୍ଚ କରିଛି ।

BSNL ଏପର୍ଯ୍ୟନ୍ତ ୩୫ ହଜାରଟି 4G ଟାୱାର ସ୍ଥାପନ କରିଛି । ବେସରକାରୀ ଟେଲିକମ୍ ନେଟୱାର୍କ ଗୁଡିକ ଜୁଲାଇ ଆରମ୍ଭରେ ଏହାର ଦାମ ବୃଦ୍ଧି କରିବା ପରେ ସରକାରୀ କମ୍ପାନୀ ବିଏସଏନଏଲ ନିଜର ଦମଦାର ରିଚାର୍ଜ ପ୍ଲାନ ଯୋଗୁଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । BSNLର ଦାମ ବୃଦ୍ଧି ନହେବା ହେତୁ ଘରୋଇ କମ୍ପାନୀର ଗ୍ରାହକମାନେ ଏବେ BSNLକୁ ନିଜ ନମ୍ବର ପୋର୍ଟ କରୁଛନ୍ତି ।

You might also like