BSNL ର ହୋଲି ଧମାକା ଅଫର, ଏହି ଶସ୍ତା ପ୍ଲାନରେ ଏବେ ମିଳିବ ୧୪ ମାସର ଭ୍ୟାଲିଡିଟି

BSNL ନିଜର ୯ କୋଟିରୁ ଅଧିକ ମୋବାଇଲ୍ ୟୁଜର୍ସଙ୍କ ପାଇଁ ହୋଲି ଧମାକା ଅଫର ଘୋଷଣା କରିଛି । କମ୍ପାନୀ ଏହାର ରିଚାଜର୍ ପ୍ଲାନରେ ୟୁଜର୍ସମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଭ୍ୟାଲିଡିଟି ଦେବାକୁ ଘୋଷଣା କରିଛି । ଏହା ବ୍ୟତୀତ କମ୍ପାନୀ ହୋଲି ଅବସରରେ ଆହୁରି ଅନେକ ଅଫର ପ୍ରଦାନ କରିପାରେ, ଅର୍ଥାତ୍ BSNL ୟୁଜର୍ସମାନେ ମାର୍ଚ୍ଚ ମାସରେ ବହୁତ ଅଫର ପାଇବେ । ସରକାରୀ ଟେଲିକମ୍ କମ୍ପାନୀ ଗତ କିଛି ମାସ ମଧ୍ୟରେ ପ୍ରାଇଭେଟ୍ ଟେଲିକମ୍ ଅପରେଟରମାନଙ୍କୁ ଚ୍ୟାଲେଞ୍ଜ କରିଛି । ଏଥିସହ କମ୍ପାନୀ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରିଛି, ଯେଉଁଥିରେ କମ୍ ଟଙ୍କାରେ ୟୁଜର୍ସମାନଙ୍କୁ ଲଙ୍ଗ ଭ୍ୟାଲିଡିଟି ଅଫର କରାଯାଉଛି ।

ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜର ୨,୩୯୯ ଟଙ୍କାର ରିଚାର୍ଜ ପ୍ଲାନରେ ୩୦ ଦିନର ଏକଷ୍ଟ୍ରା ଭ୍ୟାଲିଡିଟି ଦେବାକୁ ଘୋଷଣା କରିଛି । ପୂର୍ବରୁ ଏହି ପ୍ଲାନଟି ୩୯୫ ଦିନର ଭ୍ୟାଲିଡିଟି ପ୍ରଦାନ କରୁଥିଲା । ହେଲେ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନରେ ୪୨୫ ଦିନର ଭ୍ୟାଲିଡିଟି ପ୍ରଦାନ କରୁଛି । BSNL ର ଏହି ପ୍ରିପେଡ୍ ପ୍ଲାନରେ ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂ ପ୍ରଦାନ କରାଯାଉଛି । ଏଥିରେ ୟୁଜର୍ସମାନେ ଫ୍ରି ନ୍ୟାସନାଲ୍ ରୋମିଙ୍ଗ ସହିତ ଦିଲ୍ଲୀ ଏବଂ ମୁମ୍ବାଇର MTNL ଟେଲିକମ୍ ନେଟୱାର୍କରେ ମଧ୍ୟ ଫ୍ରି କଲିଂର ସୁବିଧା ମିଳିବ ।

ଏହି ପ୍ଲାନରେ ୟୁଜର୍ସଙ୍କୁ ଦୈନିକ ୨GB ହାଇ ସ୍ପିଡ୍ ଡାଟାର ଲାଭ ମିଳୁଛି । ଏହା ବ୍ୟତୀତ ୟୁଜର୍ସଙ୍କୁ ଦୈନିକ ୧୦୦ ଫ୍ରି SMS ମଧ୍ୟ ମଳିବ । BSNL ର ଏହି ପ୍ଲାନରେ ୟୁଜର୍ସଙ୍କୁ ୮୫୦GB ଡାଟା ଅଫର କରାଯିବ । ଏହା ବ୍ୟତୀତ କମ୍ପାନୀ ନିଜର ସମସ୍ତ ମୋବାଇଲ୍ ୟୁଜର୍ସଙ୍କୁ BiTV ର ଫ୍ରି ସବସ୍କ୍ରିପସନ୍ ଅଫର କରୁଛି । ଏଥି ସହ OTT ଆପ୍ସର ମଧ୍ୟ ଫ୍ରି ଆକ୍ସେସ୍ ମିଳିବ ।

ଏହା ବ୍ୟତୀତ, BSNL ତାର ନେଟୱାର୍କକୁ ଉନ୍ନତ କରିବା ଆରମ୍ଭ କରିଛି । କମ୍ପାନୀ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଦେଶର ୧ ଲକ୍ଷ ନୂଆ 4G ଟାୱାର ସ୍ଥାପନ କରିବ । ଗତ ବର୍ଷଠାରୁ କମ୍ପାନୀ ସମସ୍ତ ଟେଲିକମ୍ ସର୍କଲରେ ନେଟୱାର୍କକୁ ଅପଗ୍ରେଡ୍ କରୁଛି । ଏପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ 4G ମୋବାଇଲ୍ ଟାୱାରକୁ ଲାଇଭ୍ କରାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ବାକି ମୋବାଇଲ୍ ଟାୱାରଗୁଡିକ ମଧ୍ୟ ଆକ୍ଟିଭ୍ ହୋଇଯିବ ।