ଏହି ଦୁଇଟି ପ୍ଲାନର ଭାଲିଡିଟି ବଢ଼ାଇଲା BSNL, ଶେଷ ହେଲା ୩୮୦ ଦିନ ପାଇଁ ରିଚାର୍ଜର ଟେନସନ୍

BSNL ଏହାର ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମାତୃ ଦିବସ ଅବସରରେ, ସରକାରୀ ଟେଲିକମ୍ କମ୍ପାନୀ ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ୨୯ ଦିନ ବୃଦ୍ଧି କରିଛି । ଏହା ବ୍ୟତୀତ, ତିନୋଟି ରିଚାର୍ଜ ପ୍ଲାନ୍ ୟୁଜର୍ସମାନଙ୍କୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟରେ ପ୍ରଦାନ କରାଯାଉଛି । ଭାରତ ସଂଚାର ନିଗମ ଲିମିଟେଡ୍ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ସୂଚନା ଦେଇଛି । BSNL ୧୯୯୯ ଟଙ୍କା ଏବଂ ୧୪୯୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ଅଧିକ ଭାଲିଡିଟି ଦେବାକୁ ପ୍ରତିଶ୍ରୁତି ଦେଇଛି ।

କମ୍ପାନୀର ପୋଷ୍ଟ ଅନୁଯାୟୀ, ଯଦି ୟୁଜର୍ସମାନେ ୮ ମେ ଅର୍ଥାତ୍ ଆଜି ଠାରୁ ୧୪ ମଇ ମଧ୍ୟରେ BSNLର ୱେବସାଇଟ୍ କିମ୍ବା ସେଲ୍ଫ କେୟାର ଆପ୍ ରୁ ନିଜ ନମ୍ବର ରିଚାର୍ଜ କରନ୍ତି, ତେବେ ସେମାନଙ୍କୁ ଏହି ଦୁଇଟି ପ୍ରିପେଡ୍ ପ୍ଲାନରେ ପୂର୍ବ ଅପେକ୍ଷା ଅଧିକ ଭାଲିଡିଟି ପ୍ରଦାନ କରାଯିବ । BSNL ୧୧ ମେ ରବିବାର ଦିନ ମାତୃ ଦିବସ ଅବସରରେ ଉପଭୋକ୍ତାମାନଙ୍କୁ ଏହି ଅଫରର ଲାଭ ଦେଇଛି ।

୧୪୯୯ ଟଙ୍କିଆ ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନ୍ ୧,୪୯୯ ଟଙ୍କାରେ ଉପଲବ୍ଧ । ଏହି ପ୍ରିପେଡ୍ ପ୍ଲାନରେ, ୟୁଜର୍ସମାନଙ୍କୁ ୩୩୬ ଦିନର ଭାଲିଡିଟି ପ୍ରଦାନ କରାଯାଉଛି । ହେଲେ ମଦର୍ସ ଡେ ଅଫର ଅଧୀନରେ, ୟୁଜର୍ସମାନେ ଏହି ପ୍ଲାନରେ ୩୬୫ ଦିନ ଅର୍ଥାତ୍ ପୂରା ଏକ ବର୍ଷ ପାଇଁ ଭାଲିଡିଟି ପାଇବେ । ଏହି ପ୍ଲାନରେ ଉପଲବ୍ଧ ଅଫର ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମିଳିବ ।

ଏହି ପ୍ଲାନରେ BSNL ମୋଟ ୨୪GB ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି । ଏହା ସହିତ, ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ମଧ୍ୟ ମିଳିବ । BSNL ଏହାର ସମସ୍ତ ରିଚାର୍ଜ ପ୍ଲାନରେ BiTVର ଆକ୍ସେସ୍ ପ୍ରଦାନ କରେ । BSNLର ପ୍ଲାନ ସହିତ ୟୁଜର୍ସମାନେ ଏହାର ଆକ୍ସେସ୍ ପାଇବେ, ଯେଉଁଥିରେ ୟୁଜର୍ସମାନେ ସେମାନଙ୍କ ଫୋନରେ ୩୫୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଆକ୍ସେସ୍ କରିପାରିବେ ।

୧୯୯୯ ଟଙ୍କିଆ ପ୍ଲାନ୍ :
BSNLର ଏହି ପ୍ଲାନ୍ ୩୬୫ ଦିନର ବୈଧତା ସହିତ ଆସିଥାଏ । ହେଲେ କମ୍ପାନୀ ଏବେ ଏହି ପ୍ଲାନରେ ୩୮୦ ଦିନର ଭାଲିଡିଟି ପ୍ରଦାନ କରୁଛି । ଏଥିରେ ଉପଲବ୍ଧ ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନେ ଏଥିରେ ମୋଟ ୬୦୦GB ହାଇ ସ୍ପିଡ୍ ଡାଟାର ସୁବିଧା ପାଆନ୍ତି । ଏହା ସହିତ, ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମିଳେ ।