ବିଏସଏନଏଲ ଲଞ୍ଚ କଲା ସବୁଠୁ ଶସ୍ତା ପ୍ଲାନ, ଅନଲିମିଟେଡ ଭଏସ କଲ ସହ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ : ଟେଲିକମ କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ ନିଜର ୟୁଜର୍ସଙ୍କ ପାଇଁ ୮୭ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଯେଉଁଥିରେ ହାଇ ସ୍ପିଡ ୧ ଜିବି ଡେଲି ଡାଟା ସହିତ ୧୪ ଦିନ ପାଇଁ ଅନଲିମିଟେଡ ଭଏସ କଲର ସୁବିଧା ଦିଆଯାଇଛି ।  ବିଏସଏନଏଲ ର ଏହି ନୂଆ ପ୍ରିପେଡ ପ୍ଲାନ ସରକାରୀ ଟେଲିକମ ଅପରେଟରର ସବୁ ପ୍ରିପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଟେ । ଡାଟା ଓ କଲିଂ ଲାଭ ସହ ଏହି ପ୍ରିପେଡ ପ୍ଲାନରେ ସବୁ ଦିନ ୧୦୦ ଏସଏମ୍‌ଏସ ସୁବିଧା ଦିଆଯାଇଛି ।

ବିଏସଏନଏଲ ସାଇଟରେ ଏହି ୮୭ ଟଙ୍କାର ପ୍ରିପେଡ ପ୍ଲାନ ଲିଷ୍ଟ ଦିଆଯାଇଛି । ଏହା ୟୁଜର୍ସଙ୍କୁ ୧ ଜିବି ହାଇସ୍ପିଡ ଡାଟା ଉପରେ ଏକ୍ସେସ ମଧ୍ୟ ଦେଉଛି । ଡାଟା ପୁରା ହେବା ପରେ ଅଧିକ ୪୦ କେବିପିଏସ ଡାଟାକୁ ଖସିଯାଏ । ଏହି ଯୋଜନା ମୁମ୍ବାଇ ଓ ଦିଲ୍ଲୀରେ ଏମଟିଏନଏଲ୍‌ ନେଟଓ୍ଵର୍କ ସହିତ ଘର, ଲୋକାଲ ସର୍ଭିସ କ୍ଷେତ୍ର ଓ ନେସନାଲ ରୋମିଂରେ ମଧ୍ୟ ଅସିମୀତ ଭଏସ କଲିଂ ଓ ଏସଟିଡି ଭଏସ କଲିଂର ସୁବିଧା ମଧ୍ୟ ଦେଇଛି ।

ଏହି ସବୁ ବେନିଫିଟ ୧୪ ଦିନ ଭାଲିଡିଟି ସହ ଆସିଥାଏ । ବିଏସଏନଏଲ ର ୮୭ ଟଙ୍କାର ପ୍ଲାନରେ ଓ୍ଵାନ ୯୭ କମ୍ୟୁନିକେସନ ହାଇ ମୋବାଇଲ ଗେମ୍ସ ସେବା ମଧ୍ୟ ଅଧିକ ଦେଉଛି । ଯାହାଦ୍ୱାର ୟୁଜର୍ସ ଗେମ୍ସ ଖେଳିପାରିବେ ।

ପ୍ରକାଶଯୋଗ୍ୟ ଯେ ଏହି ବର୍ଷ ବିଏସଏନଏଲ ୟୁଜର୍ସଙ୍କ ପାଇଁ ୭୯୭ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା ଯେଉଁଥିରେ ୩୯୫ ଦିନର ଭାଲିଡିଟି ଦିଆଯାଇଛି । ଏଥିସହିତ ଏହି ପ୍ଳାନ ରିଚାର୍ଜର ପ୍ରଥମ ଦୁଇ ମାସ ୨ ଜିବି ହାଇ ସ୍ପିଡ ଡାଟା ସହ ଅନଲିମିଟେଡ ଭଏସ କଲ ଓ ୧୦୦ ଏସ୍‌ଏମ୍‌ଏସ ଡେଲି ଲାଭ ମିଳିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.