କୋଟି କୋଟି ୟୁଜର୍ସଙ୍କୁ ମିଳିବ ଫାଇଦା, ଆସିଲା BSNL ର ଶସ୍ତା ରିଚାର୍ଜ ପ୍ଲାନ

କୋଟି କୋଟି ୟୁଜର୍ସଙ୍କ ପାଇଁ BSNL ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଭାରତ ସଞ୍ଚାର ନିଗମର ଏହି ପ୍ରିପେଡ୍‌ ପ୍ଲାନରେ ୩୬୫ ଦିନର ଭ୍ୟାଲିଡିଟି ସହିତ ଶସ୍ତା ରିଚାର୍ଜ ରହିଛି । ଏଥିରେ ୟୁଜର୍ସମାନଙ୍କୁ ଦୈନିକ ୩.୫୦ ରୁ କମ୍‌ ଖର୍ଚ୍ଚ କରିବାକୁ ପଡିବ । ପ୍ରାଇଭେଟ୍‌ କମ୍ପାନୀଗୁଡିକ ସେମାନଙ୍କ ମୋବାଇଲ୍‌ ପ୍ଲାନକୁ ମହଙ୍ଗା କରୁଥିବାବେଳେ ସରକାରୀ ଟେଲିକମ୍‌ କମ୍ପାନୀ ରିଚାର୍ଜର ପ୍ଲାନ୍‌ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଅଧିକ ୟୁଜର୍ସ ଯୋଡିବା ପାଇଁ ଏହି କମ୍ପାନୀ ଶସ୍ତା ପ୍ଲାନ ମଧ୍ୟ ଆରମ୍ଭ କରୁଛି ।

୧,୧୯୮ ଟଙ୍କାର ପ୍ଲାନ୍‌ :

BSNL ର ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍‌ ୧,୧୯୮ ଟଙ୍କା ମୂଲ୍ୟରେ ଆସିଥାଏ । ଏହି ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ହେଉଛି ୩୬୫ ଦିନ କମ୍ବା ୧୨ ମାସ । ଭାରତ ସଞ୍ଜାର ନିଗମ ଲିମିଟେଡର ଏହି ଶସ୍ତା ପ୍ଲାନ୍‌ ମୁଖ୍ୟତଃ ସେହି ୟୁଜର୍ସଙ୍କ ପାଇଁ, ଯେଉଁମାନେ BSNL ସିମକୁ ସେକେଣ୍ଡାରୀ ନମ୍ବର ଭାବରେ ବ୍ୟବହାର କରନ୍ତି । BSNL ର ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତି ମାସରେ ପ୍ରାୟ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତି ମାସରେ ୩୦୦ ଫ୍ରି’ ମିନିଟ୍‌ ଦିଆଯାଏ । ଯାହା ଦ୍ବାରା ଆପଣ ସାରା ଦେଶରେ କୌଣସି ନମ୍ବରକୁ କଲ କରିପାରିବେ । ଏହା ବ୍ୟତୀତ ୟୁଜର୍ସମାନେ ପ୍ରତି ମାସରେ ୩GB ହାଇ ସ୍ପିଡ୍‌ ୩GB / ୪GB ଡାଟାର ଲାଭ ପାଇବେ । କେବଳ ଏତିକି ନୁହେଁ, ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତି ମାସରେ ୩୦ ଫ୍ରି SMS ର ସୁବିଧା ମଧ୍ୟ ଦିଆଯାଏ । ଏହା ବ୍ୟତୀତ BSNL ଏହି ପ୍ଲାନରେ ଫ୍ରି ନ୍ୟାସନାଲ୍‌ ରୋମିଙ୍ଗ ଦେଉଛି । ସମଗ୍ର ଭାରତରେ ବୁଲିବା ସମୟରେ ୟୁଜର୍ସମାନଙ୍କୁ ଫ୍ରି ଇନକମିଂ କଲ୍‌ର ମଧ୍ୟ ଲାଭ ମିଳିବ ।

ଏହା ବ୍ୟତୀତ BSNL ତାର ୩୬୫ ଦିନ ରିଚାର୍ଜ ପ୍ଲାନର ମୂଲ୍ୟ କମ୍‌ କରିଛି । ୟୁଜର୍ସମାନେ ବର୍ତ୍ତମାନ ୧୦୦ ଟଙ୍କା ଶସ୍ତା ମୂଲ୍ୟରେ ଏହି ପ୍ଲାନ ପାଇବେ । କମ୍ପାନୀ କେବଳ ନଭେମ୍ବର ୭ ଯର୍ପ୍ୟନ୍ତ ଏହି ଅଫର ଦେଇଛି । ଭାରତ ସଞ୍ଚାର ନିଗମ ଲିମିଟେଡରେ ଏହି ପ୍ଲାନ୍‌ ୧,୯୯୯ ଟଙ୍କା ବଦଳରେ ୧,୮୯୯ ଟଙ୍କା ରହିବ । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍‌ ଭଏସ୍‌ କଲିଂର ଲାଭ ପାଇବେ । କେବଳ ଏତିକି ନୁହେଁ, ୟୁଜର୍ସମାନଙ୍କୁ ଏଥିରେ ଟୋଟାଲ୍‌ ୬୦୦GB ଡାଟା ବିନା କୌଣସି ଲିମିଟରେ ମିଳିବ । ଏହା ବ୍ୟତୀତ ଏହି ପ୍ରିପେଡ୍‌ ପ୍ଲାନ୍‌ରେ ୟୁଜର୍ସମାନଙ୍କୁ ମଧ୍ୟ ପ୍ରତିଦିନ ୧୦୦ ଫ୍ରି SMS ର ମଧ୍ୟ ଲାଭ ମିଳିବ ।

You might also like