Jio ଏବଂ Airtel କୁ କଡ଼ା ଟକ୍କର ଦେବ BSNL, ୩୦୦ ଦିନ ପାଇଁ ଦୂର ହେବ ଟେନସନ୍
ସରକାରୀ ଟେଲିକମ୍ କମ୍ପାନୀ BSNL ନିଜର ରିଚାର୍ଜ ପ୍ଲାନ୍ ସହିତ ଟେଲିକମ୍ କମ୍ପାନୀଗୁଡିକର ହୋସ ଉଡାଇ ଦେଇଛି । ଯେତେବେଳେ Jio, Airtel ଏବଂ Vi ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ହୋଇଛି ସେତେବେଳେ, BSNL ଗ୍ରାହକଙ୍କ ପାଇଁ ନୂଆ ନୂଆ ପ୍ଲାନ୍ ଆଣିଛି । ୯ କୋଟିରୁ ଅଧିକ ଗ୍ରାହକଙ୍କ ସହିତ ସରକାରୀ କମ୍ପାନୀ ଏହାର ସୁବିଧା ପାଇଁ ନିଜର ପୋର୍ଟଫୋଲିଓକୁ ଅନେକ କ୍ୟାଟେଗୋରୀରେ ଡିଭାଇଡ୍ କରିଛି । ଯଦି ଆପଣ BSNL ର ସିମ୍ ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ।
Jio ଏବଂ Airtel ସହିତ ଟକ୍କର ଦେବା ପାଇଁ BSNL ପୋର୍ଟଫୋଲିଓରେ ଲମ୍ବା ଭ୍ୟାଲିଡିଟି ସହିତ ଅନେକ ପ୍ଲାନ ଯୋଡିଛି BSNL ର ପ୍ଲାନଗୁଡିକ ବିଷୟରେ ମୁଖ୍ୟ କଥା ହେଉଛି, ଲମ୍ବା ଭ୍ୟାଲିଡିଟି ପାଇଁ ବହୁତ କମ୍ ଚାର୍ଜ ନେଉଛନ୍ତି । BSNL ରିଚାର୍ଜ ପ୍ଲାନ୍ ଲିଷ୍ଟରେ ଆପଣଙ୍କୁ ୩୦ ଦିନଠାରୁ ଆରମ୍ଭ କରି ୪୫ ଦିନ, ୧୫୦ ଦିନ, ୧୩୦ ଦିନ, ୧୬୦ ଦିନ, ୧୮୦ ଦିନ, ୨୦୦ ଦିନ ସହିତ ୩୩୬ ଦିନ, ୩୬୫ ଦିନ ଏବଂ ୩୯୫ ଦିନର ଭ୍ୟାଲିଡିଟିର ଅପ୍ସନ ପାଇପାରିବେ ।
ଆଜି ଆମେ ଆପଣଙ୍କୁ ୩୦୦ ଦିନର ଭ୍ୟାଲିଡିଟି ସହିତ BSNL ଲିଷ୍ଟରେ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ । BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନଗୁଡିକର ସାହାଯ୍ୟରେ, ଆପଣ ୩୦୦ ଦିନ ପର୍ଯ୍ୟନ୍ତ ରିଚାର୍ଜ, ଫ୍ରି କଲିଂ ଏବଂ ଡାଟାର ଟେନସନରୁ ମୁକ୍ତି ହେବେ ।
BSNL ଲିଷ୍ଟରେ ୭୯୭ ଟଙ୍କା ମୂଲ୍ୟର ଏକ ଦମଦାର ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ଲାନରେ ଆପଣଙ୍କୁ ୩୦୦ ଦିନର ଲମ୍ବା ଭ୍ୟାଲିଡିଟି ଅଫର କରାଯାଉଛି । ଏହାର ଅର୍ଥ ଆପଣଙ୍କର ସିମ୍ କାର୍ଡ ୩୦୦ ଦିନ ପାଇଁ ଆକ୍ଟିଭ୍ ରହିବ । ଏହା ବ୍ୟତୀତ, ଏହି ପ୍ଲାନରେ ଫ୍ରି କଲିଂ, ଡାଟା ଏବଂ ଫ୍ରି SMS ର ସୁବିଧା ଦିଆଯାଉଛି ।
ଆପଣଙ୍କୁ କହି ରଖୁଛୁ ଯେ, BSNL ର ଏହି ରିଚାର୍ଜ ପ୍ଲାନ୍ ଗ୍ରାହକମାନଙ୍କୁ ୩୦୦ ଦିନ ପର୍ଯ୍ୟନ୍ତ ସିମ୍ କାର୍ଡକୁ ଆକ୍ଟିଭ୍ ରଖିବା ପାଇଁ ଅଫର ଦେଇଥାଏ କିନ୍ତୁ ଏଥିରେ ମିଳୁଥିବା କଲିଂ, ଡାଟା ବେନିଫିଟ୍ସରେ କିଛି ଲିମିଟ୍ସ ମଧ୍ୟ ଅଛି । ପ୍ରଥମ ୬୦ ଦିନ ରିଚାର୍ଜ ପାଇଁ କମ୍ପାନୀ ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରେ । ଏହାର ଅର୍ଥ, ୬୦ ଦିନ ପରେ ଆପଣଙ୍କ ନମ୍ବରର ଆଉଟ ଗୋଇଙ୍ଗ ସର୍ଭିସ ବନ୍ଦ ହୋଇଯିବ । ତଥାପି, ଇନକମିଙ୍ଗ ସର୍ଭିସ ୩୦୦ ଦିନ ପର୍ଯ୍ୟନ୍ତ ରହିବ BSNL ପ୍ରଥମ ୬୦ ଦିନ ପାଇଁ ଦୈନିକ ୧୦୦ ଫ୍ରି SMS ମଧ୍ୟ ଦେଇଥାଏ ।
ଫ୍ରି କଲିଂ ପରି, ଆପଣଙ୍କୁ ପ୍ରଥମ ୬୦ ଦିନ ପାଇଁ ପ୍ଲାନରେ ଦୈନିକ ୨GB ଡାଟା ଦେଇଥାଏ । ଏହାର ଅର୍ଥ ପ୍ଲାନରେ ଆପଣଙ୍କୁ ୬୦ ଦିନ ପାଇଁ ସମୁଦାୟ ୧୬୦GB ଡାଟା ମିଳିବ । ଦୈନିକ ଡାଟା ଲିମିଟ୍ ସରିଯିବା ପରେ ଆପଣ ପ୍ଲାନରେ ୪୦Kbps ର ଇଣ୍ଟରନେଟ୍ ସ୍ପିଡ୍ ପାଇବେ । BSNL ର ଏହି ରିଚାର୍ଜ ପ୍ଲାନ୍ରେ କୌଣସି OTT ସବସ୍କ୍ରିପସନ୍ର ସର୍ଭିସ ପ୍ରଦାନ କରାଯାଇ ନାହିଁ ।